Posted inRasifala

ରାଶିଫଳ: ବୁଧବାର, ମେ ୨୮ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରିବା କଷ୍ଟକର ହେବ। ଯଦିଓ ବିଶେଷ କିଛି ଗୁରୁତର ସମସ୍ୟା ନାହିଁ ତଥାପି ଅସୁସ୍ଥତା ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଅଟକିଯାଇଥିବା କାର୍ଯ୍ୟ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ । କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବୃଷ
ବୃଷ
ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରର ସମସ୍ୟା ସୁଧାରିବାକୁ ପ୍ରଯନତ୍ କରିବେ। ପରିବାରରେ ମାନସିକ ଚାପର ପ୍ରଭାବ ଲାଗିରହିବ। ଏମିତି କେତେକ କଥା ରହିଛି ଯାହାକୁ ଅନ୍ୟମାନଙ୍କୁ କହିପାରିବେ ନାହିଁ ଫଳରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିବ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରୁ ଖୁସି ହେବେ।
ମିଥୁନ
ମିଥୁନ
ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭକରି ନିଜକୁ ଧନ୍ୟ ମନେକରିବେ। ଯେଉଁ କାମଟିକୁ ଆଜି ଯାଏଁ ଆପଣ କରିପାରୁ ନ ଥିଲେ ଆଜି ତାହା ସୁବିଧାରେ ସମ୍ପନ୍ନ ହୋଇଯିବ। ମାତ୍ର ପରିବାର ସହମତିରେ କାମକଲେ ଅବଶ୍ୟ ଉପକୃତ ହେବେ। ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ
କର୍କଟ
ଆଜି ଆପଣ ପ୍ରତିବନ୍ଧକର ସାମ୍ନାକରି କାମ ହାସଲ କରିବାରେ ସମର୍ଥ ହେବେ। ଯାହା କରିବା ପାଇଁ ଚିନ୍ତା କରିଥିଲେ ସେହି କାମଗୁଡ଼ିକ ସହଜ ଓ ସୁବିଧାରେ ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି।
ସି˚ହ
ସି˚ହ
ପରିବାରର ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ଶିଳ୍ପ, ବାଣିଜ୍ୟ, ସଙ୍ଗଠନ, ପ୍ରଶାସନ, ବେତାର, ଗଣ ଯୋଗାଯୋଗ ପାଇଁ ଦିନଟି ଭଲ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ କ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବାରୁ ଚିନ୍ତିତ ରହିପାରନ୍ତି ।
କନ୍ୟା
ଆଜିର ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହେବ। ଅନ୍ୟମାନଙ୍କ ସକାଶେ ଯେଉଁ କାମଟିକୁ ଆରମ୍ଭ କରିବାକୁ ମନ ବଳାଇଥିଲେ ତାହା କରିପାରିବେ। ସାମାଜିକ ସ୍ଥରରେ ଲୋକସମ୍ପର୍କ ବୃଦ୍ଧି ପାଇବା ସହ ପ୍ରଶଂସିତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ଭ୍ରମଣ ସୁଯୋଗ ଲାଭକରି ଖୁସିହୋଇପାରନ୍ତି।
ତୁଳା
ତୁଳା
ଆଜି ହାତ ଖାଲି ରହିବ ନାହିଁ, ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ। ସାହିତ୍ୟ, ସଙ୍ଗୀତ, ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବିବାଦୀୟ ଘଟଣାରେ ନୀରବ ରହିଲେ ସମସ୍ୟା ଆଗକୁ ବଢ଼ିପାରିବ ନାହିଁ।
ବିଛା
ବିଛା
ଅଯଥା ଭୟ, ଆଶଙ୍କା ଓ ଉଦ୍‌ବେଗ ମଧ୍ୟରେ ଦିନଟି କଟାଇବେ। ସ୍ବାସ୍ଥ୍ୟଗତ ସମସ୍ୟା ମନକୁ ନିରୁତ୍ସାହିତ କରିପାରେ। ଭୁଲ୍‌ ବୁଝାମଣାବଶତଃ ସାଧାରଣ କଥାରେ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ଏବଂ ଆଜିର ବ୍ୟବସାୟ ପ୍ରାୟତଃ ଭଲ ହେବ।
ଧନୁ
ଧନୁ
ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ କୌଣସି ଅସୁବିଧା ହେବ ନାହିଁ। ଭାବିଚିନ୍ତି କାମ କରିବା ଭଲ ହେବ। ଅଫିସରଙ୍କ ସମ୍ମୁଖରେ ନିଜ ମନର ଭାବକୁ ପ୍ରକାଶ କରିବାରେ ପଛାଇଯାଇପାରନ୍ତି। ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।
ମକର
ମକର
ପରୋକ୍ଷ ଶତ୍ରୁତା, କରଜ ଏବଂ ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ଯାହା କରନ୍ତୁ ଆଦୌ ପଡୁ ନ ଥିବା ଲୋକମାନେ ନିନ୍ଦା ରଟନା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ଆଜି ମାନ୍ଦା ବେପାର, ବନ୍ଧୁଙ୍କ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି। ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୂର୍ବବନ୍ଧୁ ଖବର ନେଇ ଆସିବେ। ବନ୍ଧୁଙ୍କ ସହାୟତାରେ କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତିରୁ ମୁକ୍ତି ମିଳିବ। ବହୁ ଦିନର ନୂଆ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ।
ମୀନମୀନ

ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ଅକ୍ଷୁଣ୍ଣ ରହିଥିବାରୁ ଖୁସି ହେବେ। କର୍ମକ୍ଷେତ୍ରରେ ବାରମ୍ବାର ସମସ୍ୟା ଯୋଗୁ ମନ ଭାରାକ୍ରାନ୍ତ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ମନ୍ଦ ନ ହେଲେ ମଧ୍ୟ ବ୍ୟବସାୟ, ପରିବହନରେ ସମସ୍ୟା ଲାଗି ରହିବ। ସ୍ଥାନାନ୍ତର ସକାଶେ ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?