Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ
ଆଜି ଗୋଟିଏ ନକ୍ଷତ୍ରରେ ରାହୁ ଓ ରାଶ୍ୟାଧିପ ମଙ୍ଗଳ ଅବସ୍ଥାନ କରିଥିବାରୁ ଆକସ୍ମିକ ଭାବରେ କୌଣସି ସମସ୍ୟାରେ ଛନ୍ଦି ହେବେ। ପୂର୍ବ କଳହକୁ କେନ୍ଦ୍ରକରି ସମ୍ପର୍କୀୟମାନେ ପ୍ରତିଶୋଧ ପରାୟଣ ହୋଇ ପାଖ ମାଡ଼ିବେ ନାହିଁ। ବ୍ୟବସାୟ , ଶିଳ୍ପ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ରବି ଉତ୍ତର ଭାଦ୍ରବ ନକ୍ଷତ୍ର ଯୋଗୁ ବନ୍ଧୁଙ୍କ ସାହାଯ୍ୟରୁ ଆଶ୍ୱସ୍ତି ଅନୁଭବ କରିବେ। ଚେଷ୍ଟା କରୁଥିବା କାମଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କିନ୍ତୁ ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ମନର ବଳ ଖୁବ୍‌ ଟାଣ ରହିବ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
ମିଥୁନ
ମିଥୁନ
ଦୁର୍ବଳ ବୃହସ୍ପତି ଧନିଷ୍ଠା ନକ୍ଷତ୍ରସ୍ଥ ହେତୁ କର୍ମକ୍ଷେତ୍ରରେ ଭୁଲ୍‌ବଶତଃ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବା ସହ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ। ମନ ଅସ୍ଥିର ରହିବା ହେତୁ କାମଗୁଡ଼ିକ ସମ୍ପୂର୍ଣ୍ଣ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଲାଭ ସ୍ଥାନରେ ମଙ୍ଗଳଙ୍କ ଯୋଗୁ କର୍ମକ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। ପାରିବାରିକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରେ ମିଠା କଥା କହି ପରକୁ ଆପଣାର କରିପାରିବେ। କିନ୍ତୁ ମଘା ନକ୍ଷତ୍ରର କର୍ମକ୍ଷେତ୍ରରେ ଚାପଗ୍ରସ୍ତ କାରଣରୁ କେତେକ ବାକିଆ କାମ ପାଇଁ ଚିନ୍ତା ବଢ଼ିଯିବ। ଆବେଗିକ କଥାକୁ ସହକର୍ମୀଟି ବୁଝିପାରିବ ନାହିଁ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତ ରହିବେ।
କନ୍ୟା
ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନବଳାଇବେ। ପ୍ରତ୍ୟେକ ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ସ୍ବଗୃହୀ ଶନିଙ୍କ ଯୋଗୁ ପରିବାରରେ ସୁଖ ଶାନ୍ତି ରାଜୁତି କରିବ। ବ୍ୟବସାୟରେ ସଫଳତା ମିଳିବ, କିନ୍ତୁ କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ବ୍ୟଥିତ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ବିଛା
ବିଛା
ଆଶା ଓ ନିରାଶାର ଦୋଛକିରେ ରହି ବାରମ୍ବାର ନିଜର ମତ ବଦଳାଇବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ଆଲୋଚନା ପରିସରରେ ଉଚ୍ଚ ପ୍ରଶଂସିତ ହେବେ। କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ, ଚଳଚ୍ଚିତ୍ରାଦିରେ ସୁନାମ ଅର୍ଜନ କରିବେ। ଯାନବାହନରେ ଯାତ୍ରା ସମୟରେ ସତର୍କତା ରକ୍ଷା ନ କଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ।
ଧନୁ
ଧନୁ
ପୂର୍ବ ରାଗ ଶୁଝାଇବାକୁ ନେଇ ନିଜର ଲୋକଟି ଆଉ ନ ପଚାରୁଥିବାରୁ ଦୁଃଖିତ ରହିବେ। ପାରିବାରିକ ସମସ୍ୟା ହେତୁ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଉତ୍ତରାଷାଢ଼ା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପାଇବାକୁ ଥିବା ବକେୟା ଅର୍ଥ ଆଦାୟ କରିପାରନ୍ତି।
ମକର
ମକର
ଉଚ୍ଚସ୍ଥ ଶୁକ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଅଟକି ରହିଥିବା କାର୍ଯ୍ୟ ହଠାତ୍‌ ଆରମ୍ଭ କରିବାକୁ ସ୍ଥିର କରିବେ। ଧନିଷ୍ଠା ନକ୍ଷତ୍ରର ଅପ୍ରୀତିକର ପରିସ୍ଥିତିଜନିତ ଘଟଣାର ଦିଗ ବଦଳି ଯାଇପାରେ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ କ୍ଷେତ୍ରରେ ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ଯେତେ ପ୍ରକାରର ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। କିନ୍ତୁ ଶ୍ରବଣା ନକ୍ଷତ୍ରକୁ ନିଜର ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ ସହ ଆଜିର ଜାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ରହିବ। ଆଜି ଜମା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଅବଶ୍ୟ ନିଜ ପରିବାରରେ ବୁଝାମଣା ଠିକ୍‌ ରହିବ।
ମୀନମୀନ
ପରିସ୍ଥିତିକୁ ଦେଖି କାମ କରିବା ଭଲ। ଅନ୍ୟଥା ତାହା ଜଟିଳ ହୋଇପାରେ। ରେବତୀ ନକ୍ଷତ୍ରର ପୁରାତନ ରୋଗପୀଡା ବୃଦ୍ଧି ପାଇପାରେ। ପାଖପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁଁ କାମଗୁଡିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ॥ ସନ୍ଦେହ ଓ ଭୁଲ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri