Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ
ଆଜି ଗୋଟିଏ ନକ୍ଷତ୍ରରେ ରାହୁ ଓ ରାଶ୍ୟାଧିପ ମଙ୍ଗଳ ଅବସ୍ଥାନ କରିଥିବାରୁ ଆକସ୍ମିକ ଭାବରେ କୌଣସି ସମସ୍ୟାରେ ଛନ୍ଦି ହେବେ। ପୂର୍ବ କଳହକୁ କେନ୍ଦ୍ରକରି ସମ୍ପର୍କୀୟମାନେ ପ୍ରତିଶୋଧ ପରାୟଣ ହୋଇ ପାଖ ମାଡ଼ିବେ ନାହିଁ। ବ୍ୟବସାୟ , ଶିଳ୍ପ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ରବି ଉତ୍ତର ଭାଦ୍ରବ ନକ୍ଷତ୍ର ଯୋଗୁ ବନ୍ଧୁଙ୍କ ସାହାଯ୍ୟରୁ ଆଶ୍ୱସ୍ତି ଅନୁଭବ କରିବେ। ଚେଷ୍ଟା କରୁଥିବା କାମଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କିନ୍ତୁ ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ମନର ବଳ ଖୁବ୍‌ ଟାଣ ରହିବ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
ମିଥୁନ
ମିଥୁନ
ଦୁର୍ବଳ ବୃହସ୍ପତି ଧନିଷ୍ଠା ନକ୍ଷତ୍ରସ୍ଥ ହେତୁ କର୍ମକ୍ଷେତ୍ରରେ ଭୁଲ୍‌ବଶତଃ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବା ସହ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ। ମନ ଅସ୍ଥିର ରହିବା ହେତୁ କାମଗୁଡ଼ିକ ସମ୍ପୂର୍ଣ୍ଣ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଲାଭ ସ୍ଥାନରେ ମଙ୍ଗଳଙ୍କ ଯୋଗୁ କର୍ମକ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। ପାରିବାରିକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରେ ମିଠା କଥା କହି ପରକୁ ଆପଣାର କରିପାରିବେ। କିନ୍ତୁ ମଘା ନକ୍ଷତ୍ରର କର୍ମକ୍ଷେତ୍ରରେ ଚାପଗ୍ରସ୍ତ କାରଣରୁ କେତେକ ବାକିଆ କାମ ପାଇଁ ଚିନ୍ତା ବଢ଼ିଯିବ। ଆବେଗିକ କଥାକୁ ସହକର୍ମୀଟି ବୁଝିପାରିବ ନାହିଁ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତ ରହିବେ।
କନ୍ୟା
ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନବଳାଇବେ। ପ୍ରତ୍ୟେକ ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ସ୍ବଗୃହୀ ଶନିଙ୍କ ଯୋଗୁ ପରିବାରରେ ସୁଖ ଶାନ୍ତି ରାଜୁତି କରିବ। ବ୍ୟବସାୟରେ ସଫଳତା ମିଳିବ, କିନ୍ତୁ କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ବ୍ୟଥିତ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ବିଛା
ବିଛା
ଆଶା ଓ ନିରାଶାର ଦୋଛକିରେ ରହି ବାରମ୍ବାର ନିଜର ମତ ବଦଳାଇବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ଆଲୋଚନା ପରିସରରେ ଉଚ୍ଚ ପ୍ରଶଂସିତ ହେବେ। କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ, ଚଳଚ୍ଚିତ୍ରାଦିରେ ସୁନାମ ଅର୍ଜନ କରିବେ। ଯାନବାହନରେ ଯାତ୍ରା ସମୟରେ ସତର୍କତା ରକ୍ଷା ନ କଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ।
ଧନୁ
ଧନୁ
ପୂର୍ବ ରାଗ ଶୁଝାଇବାକୁ ନେଇ ନିଜର ଲୋକଟି ଆଉ ନ ପଚାରୁଥିବାରୁ ଦୁଃଖିତ ରହିବେ। ପାରିବାରିକ ସମସ୍ୟା ହେତୁ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଉତ୍ତରାଷାଢ଼ା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପାଇବାକୁ ଥିବା ବକେୟା ଅର୍ଥ ଆଦାୟ କରିପାରନ୍ତି।
ମକର
ମକର
ଉଚ୍ଚସ୍ଥ ଶୁକ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଅଟକି ରହିଥିବା କାର୍ଯ୍ୟ ହଠାତ୍‌ ଆରମ୍ଭ କରିବାକୁ ସ୍ଥିର କରିବେ। ଧନିଷ୍ଠା ନକ୍ଷତ୍ରର ଅପ୍ରୀତିକର ପରିସ୍ଥିତିଜନିତ ଘଟଣାର ଦିଗ ବଦଳି ଯାଇପାରେ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ କ୍ଷେତ୍ରରେ ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ଯେତେ ପ୍ରକାରର ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। କିନ୍ତୁ ଶ୍ରବଣା ନକ୍ଷତ୍ରକୁ ନିଜର ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ ସହ ଆଜିର ଜାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ରହିବ। ଆଜି ଜମା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଅବଶ୍ୟ ନିଜ ପରିବାରରେ ବୁଝାମଣା ଠିକ୍‌ ରହିବ।
ମୀନମୀନ
ପରିସ୍ଥିତିକୁ ଦେଖି କାମ କରିବା ଭଲ। ଅନ୍ୟଥା ତାହା ଜଟିଳ ହୋଇପାରେ। ରେବତୀ ନକ୍ଷତ୍ରର ପୁରାତନ ରୋଗପୀଡା ବୃଦ୍ଧି ପାଇପାରେ। ପାଖପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁଁ କାମଗୁଡିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ॥ ସନ୍ଦେହ ଓ ଭୁଲ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri