Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍‌ ୨୮ ତାରିଖ – Daily Horoscope

ମେଷ
ଆଜି ସନ୍ତାନହେତୁକ ଅଶାନ୍ତି, ସୁସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଅଫିସ କାମରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ସଭାସମିତିରେ ବହୁତ ଆଲୋଚନା ଶେଷରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି।
ବୃଷ
ବୃଷ
ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅର୍ଥ ସମନ୍ଧୀୟ କାମକୁ ନିର୍ବିଘ୍ନରେ ହାସଲ କରିବେ। ମୃଗଶିରା ନକ୍ଷତ୍ର ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରି ନ ପାରନ୍ତି। ନିର୍ମାଣ କ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମିଥୁନ
ମିଥୁନ
ସମ୍ପର୍କୀୟଙ୍କ ସାହାଯ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବେ। ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ପ୍ରତିଶ୍ରୁତିଲାଭ କରି ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ସରକାରୀ ସ୍ତରରେ ଅଟକି ରହିଥିବା ସ୍ଥଗିତ କାମକୁ ବନ୍ଧୁଙ୍କ ଜରିଆରେ ତ୍ୱରାନ୍ବିତ କରିପାରିବେ। ପରିବାରର ବାଧ୍ୟବାଧକତାରେ ମନୋରଞ୍ଜନ ସମ୍ପର୍କିତ ଦ୍ରବ୍ୟ କ୍ରୟ କରିପାରନ୍ତି।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ରର ଅସୁସ୍ଥତା କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିଦେବ। ଦୀର୍ଘଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ଆଜି ଆକସ୍ମିକ ଭାବରେ ପୁନଃ ପ୍ରତିଷ୍ଠ ହେବ। ଆଲୋଚନା ପରିସରରେ ଭାବପ୍ରବଣତାବଶତଃ ବିରକ୍ତିକର କଥାବାର୍ତ୍ତାକରି ଅପଦସ୍ଥ ହୋଇପାରନ୍ତି। ଗାଡିମୋଟର, ସ୍ବର୍ଣ୍ଣାଦି ଅଳଙ୍କାର କିମ୍ବା ଜମିଜମା କାରବାରରୁ ଉପକୃତ ହୋଇପାରନ୍ତି।
ସି˚ହ
ସି˚ହ
ନବମସ୍ଥ ମଙ୍ଗଳଜନିତ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ନାସ୍ତିସୂଚକ ସୂଚନା ମନକୁ ନିରୁତ୍ସାହିତ କରିପାରେ। ପରିବାରର ବ୍ୟୟ ବୃଦ୍ଧି ମାନସିକ ଅବସାଦର ମୁଖ୍ୟ କାରଣ ହେବ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବା ସହ ବ୍ୟବସାୟରେ ସଫଳ ହେବେ।
କନ୍ୟା
ଦୂରଯାତ୍ରା, ସାଧାରଣ କଥାରେ ଝଗଡ଼ା ଓ ଭଲ ସମ୍ପର୍କ ଧିମେଇଯିବାରୁ ଅଶାନ୍ତି ଅନୁଭବ କରିବେ। ହାତକୁ ନେଇଥିବା କାମ ଅଟକିବ ନାହିଁ ଏବଂ ସେଥିରେ ଆଶାଜନକ ଫଳ ପାଇବେ। ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ଶତ୍ରୁ ଅର୍ଜିବେ। ଅନିଦ୍ରା ଏବଂ ଅବହେଳା କାରଣରୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।
ତୁଳା
ତୁଳା
ସମସ୍ୟା ଆସିଲେ ମଧ୍ୟ କାମକୁ ପୂର୍ଣ୍ଣାଙ୍ଗ ନ କରି ନୀରବରେ ରହିପାରିବେ ନାହିଁ। ଯୁକ୍ତିଯୁକ୍ତ କଥା କହି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବା ସାଙ୍ଗକୁ ବିଳାସ ବ୍ୟସନରେ ସମୟ ବିତାଇ ପାରନ୍ତି। ଶୁଣାକଥାକୁ ବିଶ୍ୱାସକରି ବିଭ୍ରାନ୍ତିକର ଖବର ପରିବେଷଣ ଦ୍ୱାରା ସମସ୍ୟା ବଢ଼ିଯିବ।
ବିଛା
ବିଛା
ସମୟର ପ୍ରତିକୂଳତା କାରଣରୁ ଯାହା କଲେ ମଧ୍ୟ କାମ ଗୋଳମାଳିଆ ରହିବ। ବନ୍ଧୁଙ୍କ କାର୍ଯ୍ୟକଳାପରେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଉପରିସ୍ଥ ଅଧିକାରୀଙ୍କ ବଦାନ୍ୟତାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ।
ଧନୁ
ଧନୁ
ପ୍ରତିବନ୍ଧକ ଦୂରେଇ ଯାଇଥିବାରୁ ଆନନ୍ଦ ଅନୁଭବ କରିବେ। କୌଣସି କଥାକୁ ଭଲରୂପେ ନ ବୁଝି କହିବା କିମ୍ବା କରିବା ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟ ପ୍ରତିଶ୍ରୁତି ଲାଭକରି ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।
ମକର
ମକର
ସାଧାରଣ କଥାରେ ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କର୍ମକ୍ଷେତ୍ରରେ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି। ଆର୍ଥିକ ସ୍ଥିତି ବଦଳିଯିବା କାରଣରୁ ଉଦ୍‌ବିଗ୍ନତା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ନିଜ ଲୋକମାନେ ମୁହଁରେ ଭଲ କଥା କହି ପଛରେ ବିରୋଧ କରୁଥିବାର ସୂଚନା ପାଇବେ। ବିଶୃଙ୍ଖଳିତ ପରିସ୍ଥିତି ଲାଗିରହିବା କାରଣରୁ ପାରିବାରିକ ସମ୍ପର୍କରେ ଶିଥିଳତା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ଶେୟାବଜାରରେ କ୍ଷତି ହୋଇପାରେ। ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବ ମାତ୍ର ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
ମୀନମୀନ

ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା ସମାଲୋଚିତ ହେବେ। ମାଲିମକଦ୍ଦମାରୁ ଚିନ୍ତା ବଢ଼ିଯିବ କିନ୍ତୁ ଆଇନର ସହାୟତା ଲାଭକରି କିଛିଟା ଆଶ୍ୱସ୍ତି ଲାଭ କରିବେ। ଶିଳ୍ପ , ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ସଙ୍ଗୀତ ପ୍ରଭୃତିରେ ସମସ୍ୟାର ଅନ୍ତ ଘଟିବାର ଆଶା କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?