Posted inRasifala

ରାଶିଫଳ: ରବିବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ
ଆଜିର ଶ୍ରୀଚନ୍ଦ୍ରଯୋଗ ପ୍ରଭାବରୁ ଅର୍ଥ, ସମ୍ମାନ ଓ ପ୍ରତିଷ୍ଠା ମଧ୍ୟରେ କାର୍ଯ୍ୟସିଦ୍ଧିଜନିତ ମନ ପ୍ରଫୁଲ୍ଲ ରହିବ। ଘର, ପରିବାର, ଯାନବାହନ, ଆନୁଷ୍ଠାନିକ କାମରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ପରୋକ୍ଷ ଶତ୍ରୁତା କାରଣରୁ ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ପ୍ରତ୍ୟୁଷ ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ।
ବୃଷ
ବୃଷ
ରାଶ୍ୟାଧିପତିଙ୍କ ସହିତ ବୃହସ୍ପତିଙ୍କ ଶୁଭ ସଂଯୋଗ ହେତୁ ଆପଣଙ୍କର ସୁଚିନ୍ତିତ ଯୁକ୍ତିସଙ୍ଗତ ନିଷ୍ପତ୍ତି ପ୍ରତ୍ୟେକ ସ୍ତରରେ ଗ୍ରହଣୀୟ ହେବ। ସନ୍ତାନଙ୍କ କୃତିତ୍ୱ ସାଙ୍ଗକୁ ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ ବନ୍ଧୁଙ୍କ ଅବଦାନ ହେତୁ ଦିନଟି ସ୍ମରଣୀୟ ରହିବ। କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରି ସଫଳ ହେବେ।
ମିଥୁନ
ମିଥୁନ
ବୁଧ ଅଷ୍ଟମାଧିପତିଙ୍କ ଦୃଷ୍ଟିରେ ରହିଥିବାରୁ ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇପାରନ୍ତି। ମୁଖ ଭାବରେ ରବି ଓ ଶୁକ୍ରଙ୍କ ପ୍ରଭାବରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଅବହେଳା କାରଣରୁ ଅଟକି ରହିଥିବା କାମ ସକାଶେ କୈଫିୟତ ଦେବାକୁ ପଡ଼ିପାରେ। ଭ୍ରମଣ, ରାଜନୀତି, ପ୍ରଶାସନ, ଲେଖାପଢ଼ା ଓ ପ୍ରେମପ୍ରଣୟ ପାଇଁ ଦିନଟି ବହୁତ ଭଲ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ବନ୍ଧୁଙ୍କ ସହ ଆମତ୍ୀୟତା ଓ ଭ୍ରମଣ ସୁଖ ଲଭିବେ। ଦୀର୍ଘଦିନ ହେଲା ଯାହା ମନେ ମନେ ଭାବୁଛନ୍ତି, ତାହାହିଁ ପାଇବାରେ ଅସୁବିଧା ହେବ ନାହିଁ। କିନ୍ତୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କଲେ ଓଲଟା ଫଳ ପାଇବେ। ଛୋଟ କଥାରେ ବିରକ୍ତି ପ୍ରକାଶ କରିବାରୁ କ୍ଷାନ୍ତ ରହନ୍ତୁ।
ସି˚ହ
ସି˚ହ
ଦୁଃସ୍ଥାନସ୍ଥ ରାହୁଙ୍କ ଧନଭାବ ପ୍ରତି ଦୃଷ୍ଟିଜନିତ ଅର୍ଥହାନି ଓ ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାଜନିତ ମନ ଅଶାନ୍ତ ରହିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ପଡ଼ୋଶୀଙ୍କୁ ନେହୁରା ହେବାକୁ ପଡ଼ିବ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
କନ୍ୟା
ଗୁରୁ ଓ ଶୁକ୍ରଙ୍କ ଶୁଭତ୍ୱ କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବ। ପ୍ରତିବେଶୀଙ୍କ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ସଦସ୍ୟମାନେ ଦୋଷାରୋପ କରିପାରନ୍ତି। ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ପିଲାଙ୍କ ଅସୌଜନ୍ୟ ଆଚରଣଜନିତ ବିଚଳିତ ବୋଧ କରିବେ।
ତୁଳା
ତୁଳା
କର୍ମାଧିପ କେନ୍ଦ୍ର ସ୍ଥାନରେ ରହିଥିବାରୁ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ନିର୍ବିଘ୍ନରେ ସମାପନ ହୋଇଯିବ। ପଦସ୍ଥ ବ୍ୟକ୍ତିଙ୍କ ଆଗମନରେ ତତ୍ପରତା ବୃଦ୍ଧି ପାଇପାରେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରକାଶନ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି।
ବିଛା
ବିଛା
ଶନିଙ୍କ କୁପ୍ରଭାବରୁ ଆଳସ୍ୟ ଓ ଅବହେଳାଜନିତ ନିର୍ଦ୍ଦିଷ୍ଟ ସମୟରେ କୌଣସି କାମ ସାରିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ପ୍ରକଳ୍ପାରମ୍ଭ କ୍ଷେତ୍ରରେ ମନ ଖୁସି ରହିବ। ଭାବପ୍ରବଣବଶତଃ ଏଣୁତେଣୁ କହିବା ସମସ୍ୟାର କାରଣ ହୋଇପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବନ୍ଧୁଙ୍କ ପ୍ରେରଣାରେ ମନୋରଞ୍ଜନ କାର୍ଯ୍ୟରେ ରୁଚି ବଳିବ, କିନ୍ତୁ ଶାନ୍ତି କିମ୍ବା ସନ୍ତୋଷ ଆସିବ ନାହିଁ। ଏକ ଭିନ୍ନ ପରିସ୍ଥିତିରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ, ଯାହାକି ଆପଣଙ୍କ କାମକୁ ଆସିବ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ଷଷ୍ଠସ୍ଥ ଗୁରୁ ହେତୁ ସତର୍କତା ଅଭାବରୁ ଜିନିଷ ହଜିବାର ଆଶଙ୍କା ରହିଛି।
ମକର
ମକର
ସପ୍ତମସ୍ଥ ଶୁକ୍ରଜନିତ ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ ପାଇଁ ଦିନଟି ଭଲ। ମାତ୍ର ରବିଙ୍କ ଉପସ୍ଥିତି କାରଣରୁ ବିବାଦର ସମ୍ମୁଖୀନ ହୋଇପାରନ୍ତି। ସବୁ ସମୟରେ ନିଜ ପାଖରେ ରହୁଥବା କୌଣସି ବ୍ୟକ୍ତି ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କାମ ହାସଲ ହୋଇପାରିବ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଧନ ସ୍ଥାନରେ ରାହୁ ଥିବାରୁ ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ଚିନ୍ତା ପ୍ରକଟ କରିବେ। ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ଓ କାମ ହାସଲ କରିପାରିବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ

 ଆଜି ଦ୍ୱିତୀୟସ୍ଥ ଚନ୍ଦ୍ର ହେତୁ କାମରେ ସଫଳତା,ବନ୍ଧୁ ମିଳନ, ଅର୍ଥଲାଭ ସହ ମନ ଖୁସି ରହିବ। ଦିନ ଭିତରେ ଯାହା କରିବା ପାଇଁ ଯାଉଛନ୍ତି ଓ ଯେମିତି ଭାବୁଛନ୍ତି ସେପରି କରନ୍ତୁ କିଛି ଅସୁବିଧା ହେବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ। ବଡ଼ ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri