Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ବୃହସ୍ପତିଙ୍କ ନକ୍ଷତ୍ରରେ ଅବସ୍ଥାନ କରି ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣରେ ସହାୟକ ହେବେ। ହିତୈଷୀଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ କର୍ମକ୍ଷେତ୍ର ଓ ପାରିବାରିକ ବ୍ୟତିକ୍ରମର ସମସ୍ୟାକୁ ସୁଧାରି ନେବେ। ଶାରୀରିକ ଓ ମାନସିକ ସୁସ୍ଥତା ପୂର୍ବଭଳି ଅକ୍ଷୁଣ୍ଣ ରହିବ।
ବୃଷ
ବୃଷ
ଆର୍ଥିକ ଦିଗଟି ଭଲ ରହିବ, ମଧୁର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସକାଶେ ଅନୁତାପ କରିବେ। ସ୍ବାର୍ଥ ହାସଲ ସକାଶେ ନିକଟରେ ରହୁଥିବା କୌଣସି ବିଜାତୀୟ ବ୍ୟକ୍ତି ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ନିଜ ରାଶିରେ ଚନ୍ଦ୍ର ଅବସ୍ଥାନ ହେତୁ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି ନୂତନ କାମ ଆରମ୍ଭ କରି ଖୁସି ରହିବେ। ନୂତନ ଦାୟିତ୍ୱ ହାତକୁ ନେଇ ବିଚଳିତ ରହିପାରନ୍ତି। ଆକସ୍ମିକ ଭାବରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପାରିବାରିକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ସମସ୍ୟାଗ୍ରସ୍ତ ହୋଇ ପାରନ୍ତି।
କର୍କଟ
କର୍କଟ
ସ୍ବଗୃହାଭିମୁଖୀ ରାଶ୍ୟାଧିପତି ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବ ଏବଂ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। କିନ୍ତୁ କେତେକ କ୍ଷେତ୍ରରେ ଅସଫଳତା ଅତ୍ୟଧିକ ଟେନ୍‌ସନ ହେତୁ ରକ୍ତଚାପ ମଧ୍ୟ ବଢ଼ିପାରେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ହାସଲର ସୁଯୋଗ ପାଇବେ।
ସି˚ହ
ସି˚ହ
ରବି ଓ ବୁଧ ସହ ମଙ୍ଗଳଙ୍କ ଏକତ୍ରାବସ୍ଥାନ କାରଣରୁ ଅସ୍ଥିରତା ନିଶ୍ଚିତ ଦୂରୀଭୂତ ହୋଇଯିବ। ତଥାପି ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ସାମାଜିକ ସ୍ତରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
କନ୍ୟା
ଚନ୍ଦ୍ର ଏବଂ ବୁଧଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ପାଇବେ। ପରିସ୍ଥିିତିବଶତଃ ଆକସ୍ମିକ ଭାବେ ବହୁତ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହୋଇପାରନ୍ତି। ପ୍ରବାସୀମାନେ ପରିବାରକୁ ମନେପକାଇ ନିଃସଙ୍ଗତା ବୋଧ କରିବେ।
ତୁଳା
ତୁଳା
ଶୁକ୍ର ଓ ଚନ୍ଦ୍ରଙ୍କ ପାରସ୍ପରିକ ଦୃଷ୍ଟିଜନିତ ଭାବପ୍ରବଣତା ବୃଦ୍ଧି ପାଇବ। ଅନୁକୂଳ ସମୟକୁ ଅପେକ୍ଷା କଲେ ଯାହା ଓ ଯେପରି ଚିନ୍ତା କରୁଛନ୍ତି ଠିକ୍‌ ସେପରି ହିଁ ହୋଇପାରିବ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବିଛା
ବିଛା
ମୁଖ୍ୟଭାବରେ ବୁଧ ଓ ମଙ୍ଗଳ ହେତୁ କଠୋର ବାକ୍ୟାଳାପ ଦ୍ୱାରା ପୂର୍ବ ପରିକଳ୍ପିତ ଯୋଜନା ବିଗିଡ଼ି ଯାଇପାରେ। ଠିକ୍‌ ସମୟରେ ଯାହା ଆଶା କରୁଥିବେ ତାହା ପାଇବେ ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ପାଇଲେ ମଧ୍ୟ ଖୁସି ହୋଇ ପାରିବେ ନାହିଁ। ବାରମ୍ବାର ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିବ।
ଧନୁ
ଧନୁ
କର୍ମାଧିପତିଙ୍କ ସହ ସପ୍ତମାଧିପତିଙ୍କ ସଂଯୋଗ ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟାଇବ। ଅପରିଣାମଦର୍ଶିତା କାରଣରୁ କେତେକ ଗୋପନୀୟ କଥାକୁ ନେଇ ମନ ଅସ୍ଥିର ରହିପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ସକାଶେ ଚେଷ୍ଟା କରିପାରନ୍ତି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ପଛରେ ନାନାଦି କଥା କହିପାରନ୍ତି।
ମକର
ମକର
ରାଶି ପ୍ରଭାବରେ ଆକସ୍ମିକ ଥଣ୍ଡାଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇପାରେ। ବନ୍ଧୁଙ୍କ ସମ୍ମୁଖରେ ମନ କଥାକୁ ଲୁଚାଇ ରଖି ସୌଜନ୍ୟମୂଳକ ସାକ୍ଷାତ୍‌ ଆଲୋଚନା କରିପାରନ୍ତି। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ, ଫଳରେ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଅବଶ୍ୟ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଶୁଭ ସଂସ୍ଥାନରୁ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ ଓ କାମ ସମ୍ପନ୍ନ ହେବ।
ମୀନମୀନ

ବୃହସ୍ପତିଙ୍କ ସୁପ୍ରଭାବରୁ ହାତକୁ ନେଇଥିବା କାମଗୁଡ଼ିକ ସୁବିଧାରେ ହାସଲ କରିପାରିବେ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବା ହେତୁ ନିର୍ମାଣ କାମ ତ୍ୱରାନ୍ବିତ ହେବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। ପାଖ ପଡ଼ୋଶୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏହାକୁ ଗୁରୁତ୍ୱର ସହ ବିଚାରକୁ ନେବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?