Posted inRasifala

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୮ ତାରିଖ – Daily Horoscope

ମେଷ
ରବିଙ୍କ ରାଶ୍ୟାବସ୍ଥାନ ହେତୁ ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିପାରେ। ମାନସିକ ଅସ୍ଥିରତାଜନିତ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବ। ମାଙ୍ଗଳିକ କାମର ତପତ୍ରତା ସଙ୍ଗକୁ ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି ହେବ। ରଚନାତ୍ମକ କାର୍ଯ୍ୟ,ସାହିତ୍ୟଚର୍ଚ୍ଚା ଓ ଚଳଚ୍ଚିତ୍ର ସମ୍ବନ୍ଧୀୟ ସମସ୍ୟା ସୁଧୁରିଯିବ।
ବୃଷ
ବୃଷ
ବୃହସ୍ପତିଙ୍କ ପ୍ରଭାବରେ ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। କିନ୍ତୁ ଅସ୍ତଗତ ଚନ୍ଦ୍ର ଜନିତ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବହନ, ପ୍ରଶାସନ ଓ ପ୍ରକାଶନ, ଆନୁଷ୍ଠାନିକ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ। ଆର୍ଥିକ ସଂକଟ ଦୂରେଇବାରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରିପାରନ୍ତି ।
ମିଥୁନ
ମିଥୁନ
କର୍ମଭାବରେ ରାଜଯୋଗ ହେତୁ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ଚନ୍ଦ୍ରଙ୍କ ପ୍ରଭାବରୁ ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଚର୍ଚ୍ଚା ତଥା ସଙ୍ଗୀତ ଆସରରେ ନିଜକୁ ହଜାଇ ଦେବେ। ଆର୍ଥିକ ଅନଟନ ଯୋଗୁ ପାରିବାରିକ ଜୀବନ କଷ୍ଟପ୍ରଦ ହେବ।
କର୍କଟ
କର୍କଟ
ମନଖୋଲା କଥା ମାଧ୍ୟମରେ ପରିବାର ଭିତରେ ସୌହାଦ୍ଦ୍ୟତା ଫେରିଆସିବାର ସମ୍ଭାବନା ରହିଛି। ଦେବଦର୍ଶନ ଓ ଭ୍ରମଣ ସାଙ୍ଗକୁ କୈାଣସି ଜିନିଷ କିଣିବାକୁ ମନ ବଳାଇବେ। ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ ବନ୍ଧୁ ନିଜ କାମ ହାସଲ କରିବା ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିପାରନ୍ତି।
ସି˚ହ
ସି˚ହ
ବଳହୀନ ଚତୁର୍ଥାଧିପ ଯୋଗୁ କେତେକ ଆକସ୍ମିକ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆଜି ସକାଳୁ ଭାଇ, ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ଆମଦାନୀ କାରବାର, ପରିବହନ, ଷ୍ଟେସନାରୀ କିମ୍ବା ଫଳ ଦୋକାନୀ ବିଶେଷ ଭାବେ ଲାଭବାନ ହୋଇପାରନ୍ତି।
କନ୍ୟା
ଏକାଧିକଗ୍ରହ ରାଶିକୁ ଦେଖୁଥିବାରୁ ସମସ୍ତ କାମ ସୁବିଧାରେ ସମ୍ପନ୍ନର ପରିବେଶ ସୃଷ୍ଟି ହେବ। ଦେବଗୁରୁ ସ୍ବ ସ୍ଥାନରୁ ଷଷ୍ଠସ୍ଥ ଯୋଗୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। ମନର ଅକୁହାକଥା ସଙ୍ଗକୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେବ। କର୍ମକ୍ଷେତ୍ରରେ ଅବେହଳା ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ଯାହା ଆଜି ପର୍ଯ୍ୟନ୍ତ ପାଉନଥିଲେ ତାହା ପାଇ ମନ ଏକବାର ଖୁସି ହୋଇଯିବ। ଗୁରୁଙ୍କ ବିପରୀତ ରାଜ ଯୋଗ ପ୍ରଭାବଜନିତ ଶତ୍ରୁତା କରୁଥିବା ଲୋକଠାରୁ କାମ ହାସଲ କରିନେବେ। ବନ୍ଧୁଗହଣରେ ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ବୃଦ୍ଧି ପାଇବା କାରଣରୁ ସମସ୍ୟା ବଢିପାରେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ବିଛା
ବିଛା
ବ୍ୟୟଭାବସ୍ଥ ଗ୍ରହଦୃଷ୍ଟିରୁ ଆଜିର ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ। ସହକର୍ମୀଙ୍କ ତରଫରୁ କୈାଣସି ସମସ୍ୟା ମନଟାକୁ ଗୋଳମାଳିଆ କରିଦେବାର ଆଶଙ୍କାକୁ ଏଡିହେବ ନାହିଁ। ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିପାରନ୍ତି।
ଧନୁ
ଧନୁ
ଆଜି ନୂତନ ସ୍ଥାନ ପରିଦର୍ଶନ ସଙ୍ଗକୁ କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟରେ ନିଜକୁ ମଜ୍ଜାଇ ରଖିପାରନ୍ତି। ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବଢ଼ିବ। ପିଲାଙ୍କ ସଫଳତାରେ ଆନନ୍ଦିତ ହେବେ। ନିର୍ମାଣାଧିନ କାଯ୍ୟ ସ୍ଥଗିତ ସହ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଆସିପାରେ।
ମକର
ମକର
ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସ୍ଥଗିତ କାମରେ ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ନିଜର କିଛି କାମ କରାଇନେବା ସକାଶେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତନ ଅନୁଭବ କରି ଦୁଃଖ ପ୍ରକାଶ କରି ପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ। କ୍ରୀଡା, ସଙ୍ଗୀତ, ସାହିତ୍ୟରେ ସମସ୍ୟା ସମାଧାନ ହେବ। ପରୋକ୍ଷଶତ୍ରୁତା କାରଣରୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡିବନାହିଁ।
ମୀନମୀନ

ନିଜର କିଛି ଅସୁବିଧା ନ ଥିଲେ ମଧ୍ୟ ଅନ୍ୟମାନଙ୍କ ଅସୁବିଧା ସୁଧାରିବାକୁ ନେଇ ମନ ଉଦ୍‌ବେଗ ରହିବ। ବନ୍ଧୁଙ୍କ ପରାମର୍ଶରେ ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରି ପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି ହେବନି। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?