Posted inRasifala

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୮ ତାରିଖ – Daily Horoscope

ମେଷ
ରବିଙ୍କ ରାଶ୍ୟାବସ୍ଥାନ ହେତୁ ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିପାରେ। ମାନସିକ ଅସ୍ଥିରତାଜନିତ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବ। ମାଙ୍ଗଳିକ କାମର ତପତ୍ରତା ସଙ୍ଗକୁ ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି ହେବ। ରଚନାତ୍ମକ କାର୍ଯ୍ୟ,ସାହିତ୍ୟଚର୍ଚ୍ଚା ଓ ଚଳଚ୍ଚିତ୍ର ସମ୍ବନ୍ଧୀୟ ସମସ୍ୟା ସୁଧୁରିଯିବ।
ବୃଷ
ବୃଷ
ବୃହସ୍ପତିଙ୍କ ପ୍ରଭାବରେ ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। କିନ୍ତୁ ଅସ୍ତଗତ ଚନ୍ଦ୍ର ଜନିତ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବହନ, ପ୍ରଶାସନ ଓ ପ୍ରକାଶନ, ଆନୁଷ୍ଠାନିକ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ। ଆର୍ଥିକ ସଂକଟ ଦୂରେଇବାରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରିପାରନ୍ତି ।
ମିଥୁନ
ମିଥୁନ
କର୍ମଭାବରେ ରାଜଯୋଗ ହେତୁ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ଚନ୍ଦ୍ରଙ୍କ ପ୍ରଭାବରୁ ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଚର୍ଚ୍ଚା ତଥା ସଙ୍ଗୀତ ଆସରରେ ନିଜକୁ ହଜାଇ ଦେବେ। ଆର୍ଥିକ ଅନଟନ ଯୋଗୁ ପାରିବାରିକ ଜୀବନ କଷ୍ଟପ୍ରଦ ହେବ।
କର୍କଟ
କର୍କଟ
ମନଖୋଲା କଥା ମାଧ୍ୟମରେ ପରିବାର ଭିତରେ ସୌହାଦ୍ଦ୍ୟତା ଫେରିଆସିବାର ସମ୍ଭାବନା ରହିଛି। ଦେବଦର୍ଶନ ଓ ଭ୍ରମଣ ସାଙ୍ଗକୁ କୈାଣସି ଜିନିଷ କିଣିବାକୁ ମନ ବଳାଇବେ। ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ ବନ୍ଧୁ ନିଜ କାମ ହାସଲ କରିବା ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିପାରନ୍ତି।
ସି˚ହ
ସି˚ହ
ବଳହୀନ ଚତୁର୍ଥାଧିପ ଯୋଗୁ କେତେକ ଆକସ୍ମିକ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆଜି ସକାଳୁ ଭାଇ, ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ଆମଦାନୀ କାରବାର, ପରିବହନ, ଷ୍ଟେସନାରୀ କିମ୍ବା ଫଳ ଦୋକାନୀ ବିଶେଷ ଭାବେ ଲାଭବାନ ହୋଇପାରନ୍ତି।
କନ୍ୟା
ଏକାଧିକଗ୍ରହ ରାଶିକୁ ଦେଖୁଥିବାରୁ ସମସ୍ତ କାମ ସୁବିଧାରେ ସମ୍ପନ୍ନର ପରିବେଶ ସୃଷ୍ଟି ହେବ। ଦେବଗୁରୁ ସ୍ବ ସ୍ଥାନରୁ ଷଷ୍ଠସ୍ଥ ଯୋଗୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। ମନର ଅକୁହାକଥା ସଙ୍ଗକୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେବ। କର୍ମକ୍ଷେତ୍ରରେ ଅବେହଳା ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ଯାହା ଆଜି ପର୍ଯ୍ୟନ୍ତ ପାଉନଥିଲେ ତାହା ପାଇ ମନ ଏକବାର ଖୁସି ହୋଇଯିବ। ଗୁରୁଙ୍କ ବିପରୀତ ରାଜ ଯୋଗ ପ୍ରଭାବଜନିତ ଶତ୍ରୁତା କରୁଥିବା ଲୋକଠାରୁ କାମ ହାସଲ କରିନେବେ। ବନ୍ଧୁଗହଣରେ ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ବୃଦ୍ଧି ପାଇବା କାରଣରୁ ସମସ୍ୟା ବଢିପାରେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ବିଛା
ବିଛା
ବ୍ୟୟଭାବସ୍ଥ ଗ୍ରହଦୃଷ୍ଟିରୁ ଆଜିର ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ। ସହକର୍ମୀଙ୍କ ତରଫରୁ କୈାଣସି ସମସ୍ୟା ମନଟାକୁ ଗୋଳମାଳିଆ କରିଦେବାର ଆଶଙ୍କାକୁ ଏଡିହେବ ନାହିଁ। ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିପାରନ୍ତି।
ଧନୁ
ଧନୁ
ଆଜି ନୂତନ ସ୍ଥାନ ପରିଦର୍ଶନ ସଙ୍ଗକୁ କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟରେ ନିଜକୁ ମଜ୍ଜାଇ ରଖିପାରନ୍ତି। ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବଢ଼ିବ। ପିଲାଙ୍କ ସଫଳତାରେ ଆନନ୍ଦିତ ହେବେ। ନିର୍ମାଣାଧିନ କାଯ୍ୟ ସ୍ଥଗିତ ସହ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଆସିପାରେ।
ମକର
ମକର
ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସ୍ଥଗିତ କାମରେ ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ନିଜର କିଛି କାମ କରାଇନେବା ସକାଶେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତନ ଅନୁଭବ କରି ଦୁଃଖ ପ୍ରକାଶ କରି ପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ। କ୍ରୀଡା, ସଙ୍ଗୀତ, ସାହିତ୍ୟରେ ସମସ୍ୟା ସମାଧାନ ହେବ। ପରୋକ୍ଷଶତ୍ରୁତା କାରଣରୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡିବନାହିଁ।
ମୀନମୀନ

ନିଜର କିଛି ଅସୁବିଧା ନ ଥିଲେ ମଧ୍ୟ ଅନ୍ୟମାନଙ୍କ ଅସୁବିଧା ସୁଧାରିବାକୁ ନେଇ ମନ ଉଦ୍‌ବେଗ ରହିବ। ବନ୍ଧୁଙ୍କ ପରାମର୍ଶରେ ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରି ପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି ହେବନି। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୧୬ ତାରିଖ – Daily Horoscope

ମେଷ ଆଜିର ଯାତ୍ର୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରଶାସନିକ କାମ ଓ ରାଜନୈତିକ ଦିଗଟି ଭଲ ରହିବ। ସବୁ ସମୟରେ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସ୍ବାର୍ଥହାନି...

ରାଶିଫଳ: ଗୁରୁବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହଯୋଗରୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ରହିଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ...

ରାଶିଫଳ: ବୁଧବାର, ମେ ୧୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ...

ରାଶିଫଳ: ମଙ୍ଗଳବାର, ମେ ୧୩ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ର ଜନିତ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ...

ରାଶିଫଳ: ସୋମବାର, ମେ ୧୨ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ରାହୁ ପ୍ରଭାବରୁ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବା ଶୁଣିବାକୁ ପାଇବେ।...

ରାଶିଫଳ: ରବିବାର, ମେ ୧୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା...

ରାଶିଫଳ: ଶନିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ବୁଧାଦିତ୍ୟ ଯୋଗ ପ୍ରଭାବରୁ କର୍ମକ୍ଷେତ୍ର ଓ ସାମାଜିକ ସ୍ତରରେ ପ୍ରଶଂସା ପାଇବେ। ଶିକ୍ଷା, ପରୀକ୍ଷା, ସଭା ସମିତି, ସାହିତ୍ୟଚର୍ଚ୍ଚା ଏବଂ ସାମ୍ବାଦିକତା ପାଇଁ...

ରାଶିଫଳ: ଶୁକ୍ରବାର , ମେ ୯ ତାରିଖ – Daily Horoscope

ମେଷ ଆଜି ଭାଇ, ବନ୍ଧୁ କିମ୍ବା ଆମତ୍ୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକିବ ନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri