Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ୍‌ ୨୮ ତାରିଖ – Daily Horoscope

ମେଷ
ବାରମ୍ବାର ଭୁଲ୍‌ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା କଠିନ ହୋଇପାରେ। ନିଜ ପରିବେଶରେ ସହମତି ମାଧ୍ୟମରେ କାର୍ଯ୍ୟକଲେ ସଫଳତା ପାଇବେ। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। କର୍ମକ୍ଷେତ୍ରରେ ସାଧାରଣ ଭୁଲ୍‌ ସକାଶେ କୈଫିୟତ୍‌ ଦେବାକୁ ପଡିପାରେ।
ବୃଷ
ବୃଷ
କର୍ମ କ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ, କିନ୍ତୁ ଲାଭ ପାଇବାରେ ବିଳମ୍ବ ଘଟିବ। ବନ୍ଧୁମାନଙ୍କ ଜରିଆରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖା ଦେଇପାରେ।
ମିଥୁନ
ମିଥୁନ
ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇବାରେ ସମର୍ଥ ହେବେ। ଅନ୍ୟମାନଙ୍କ ସାହାଯ୍ୟ କାରଣରୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ସମ୍ପର୍କ ହାନି ହୋଇପାରେ। ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, କଳା, ସାହିତ୍ୟ, ଚଳଚ୍ଚିତ ତଥା ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ
କର୍କଟ
ଆଶା ଓ ନିରାଶାର ଦୋଛକିରେ ରହି ସମୟକୁ ପ୍ରତୀକ୍ଷା କରିବାକୁ ପଡିପାରେ। ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ପରିବାର ମଧ୍ୟରେ ପୂର୍ବ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହୋଇ ନ ପାରେ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ ।
ସି˚ହ
ସି˚ହ
କର୍ମକ୍ଷେତ୍ର ହେଉ କିମ୍ବା ସାମାଜିକ କ୍ଷେତ୍ରରେ ସତକଥା କହି ବିବାଦ ଘେରରେ ପଡି ପାରନ୍ତି। ସାହିତ୍ୟ,କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି ତଥା ବୈଷୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା, ଅଶାନ୍ତି ଓ ଋଣଭାର କ୍ରମଶଃ ହ୍ରାସ ପାଇବ। କୃତି ଓ କୃତିତ୍ୱ ହେତୁକ ସାମାଜିକ ସ୍ତରରେ ସମ୍ମାନିତ ହେବେ।
କନ୍ୟା
ଜନ କଲ୍ୟାଣ କାରକ ମଙ୍ଗଳ ଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତିତ ରହିବେ।
ତୁଳା
ତୁଳା
ଜଣେ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବାର ଆଶା ରହିଛି। ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଆଗନ୍ତୁକଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
ବିଛା
ବିଛା
ବିବାଦୀୟ ଘଟଣାର ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବିଗତ ଦିନର ଘଟଣା ସକାଶେ ଟେନସନ୍‌ ବଢିପାରେ। ମାତ୍ରାଧିକ ଭ୍ରମଣ ହେତୁକ କ୍ଳାନ୍ତି ଅନୁଭବ କରିବେ। ମାଲିମକଦ୍ଦମା, ଜମିଜମା, ନିର୍ମାଣ, ମାଙ୍ଗଳିକ କାମ ପାଇଁ ପ୍ରସ୍ତୁତି, ମୂଲ୍ୟବାନ ଜିନିଷର କିଣାବିକା କ୍ଷେତ୍ରରେ ସୁଫଳ ପାଇପାରନ୍ତି।
ଧନୁ
ଧନୁ
ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ବନ୍ଧୁଙ୍କ କଥାକୁ ପ୍ରାଧାନ୍ୟ ଦେଲେ ଆପଣଙ୍କ ଉପକାରରେ ଆସିବ। ସମ୍ପର୍କୀୟଙ୍କ ସହ ସୁସମ୍ପର୍କକୁ କେନ୍ଦ୍ର କରି ସମସ୍ୟା ଦେଖାଦେବ। ପାରିବାରିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ବଢିଯାଇପାରେ। ଶ୍ରବଣା ନକ୍ଷତ୍ର ଧାରକରଜ କରି କାମ ତୁଲାଇ ନେବେ। କାଳେ ଦେବାକୁ ପଡିପାରେ, ସେଥିଲାଗି ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।
କୁମ୍ଭ
କୁମ୍ଭ
ଆଜି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳିବ ଏବଂ କିଣିବା ସକାଶେ ବାଧ୍ୟ ହେବେ। ବିବାଦୀୟ ପରିସ୍ଥିତିରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହ, ଯାହା କି ଅନର୍ଥର କାରଣ ହୋଇପାରେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହା କି ସମସ୍ୟା ବୃଦ୍ଧି କରିବ।
ମୀନମୀନ
ଆଜି ବନ୍ଧୁଙ୍କ ଆଲୋଚନାନ୍ତେ ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ପାଖ,ପଡୋଶୀଙ୍କ ସହାୟତାରେ ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବାକ୍‌ ସଂଯମତା ଅଭାବରୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କାକୁ ଏଡି ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଆଜିର ରାହୁ ଯୁକ୍ତ ଚନ୍ଦ୍ର ଧନସ୍ଥାନରେ ଧନହାନି ସହ କଳହକୁ ନିମନ୍ତ୍ରଣ କରିବ । ନିଜର ସମ୍ପର୍କୀୟ ମାନଙ୍କ ଦ୍ୱାରା କୌଣସି ସମସ୍ୟା ବିଷୟରେ...

ରାଶିଫଳ: ଶୁକ୍ରବାର , ମେ 20 ତାରିଖ – Daily Horoscope

ମେଷ ଆଜି ବନ୍ଧୁମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ଏକ ନିର୍ଦ୍ଦିଷ୍ଟ...

ରାଶିଫଳ: ଶୁକ୍ରବାର, ମେ ୧୪ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ଦୂରଦର୍ଶିତା ଅଭାବରୁ କେତେକ ଭୁଲ୍‌କୁ ପ୍ରଶ୍ରୟ ଦେଇପାରନ୍ତି। ବନ୍ଧୁଙ୍କ ଭୁଲ୍‌ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ପ୍ରତିଯୋଗିତାରେ ଆଂଶିକ...

ରାଶିଫଳ:ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ନୈରାଶ୍ୟ କ୍ରମଶଃ ଦୂରେଇଯିବା ସଙ୍ଗକୁ ନିଜ ପରିସରରୁ ସମ୍ମାନ, ପ୍ରତିଷ୍ଠା ଲାଭ କରିବେ । ଆପଣଙ୍କ ଉପସ୍ଥିତି ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟରେ ଟେନସନ୍‌ ଲାଗି ରହିବ।...

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଘରୋଇ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ସଙ୍ଗୀତ...

ରାଶିଫଳ: ସୋମବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆନୁସଙ୍ଗିକ ଅଭାବ ଅସୁବିଧାକୁ ନେଇ ମାନସିକ ଅସ୍ଥିରତା ଭିତରେ ଆଜି ଦିନଟି କଟାଇବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ...

ରାଶିଫଳ: ଶନିବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ପରିବାରରେ ବିଭିନ୍ନ ସମସ୍ୟା ବିଜଡ଼ିତ ହେବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ । ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର...

Advertisement
Archives

Model This Week