Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜିର ରାହୁ ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଧନହାନି କିମ୍ବା ଯୁକ୍ତିତର୍କରୁ କଳହ ଆଶଙ୍କା ରହିଛି। ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ। କଳା, ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାପ୍ତି ଘଟାଇବେ।
ବୃଷ
ବୃଷ
ଶୁକ୍ର ଓ ବୁଧ ପ୍ରଭାବରେ ଭ୍ରମଣ ସୁଖ ସାଙ୍ଗକୁ ଦ୍ରବ୍ୟଲାଭ ଯୋଗ ରହିଛି। ପଡ଼ୋଶୀ ସହଯୋଗର ହାତ ବଢ଼ାଇବା ଫଳରେ କାମଟି ସୁବିଧାରେ ହୋଇଯିବ। କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ
ମିଥୁନ
କେନ୍ଦ୍ରାଧିପ କୋଣଭାବସ୍ଥ ଯୋଗୁ ଆଶା ଓ ଅଭିଳାଷ ଅଚିରେ ପୂରଣ ହେବ। ଭାବପ୍ରବଣତାକୁ ନିୟନ୍ତ୍ରଣରେ ନ ରଖିପାରିଲେ ଓଲଟା ଫଳ ପାଇବେ। କର୍ମାରମ୍ଭ ପାଇଁ ପରିବାରରୁ ସହଯୋଗ ପାଇବେ ଓ କାମଟି ସୁବିଧାରେ ସମ୍ପନ୍ନ ହେବ। ସଙ୍ଗଠନ,ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭକରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ଏକାଦଶସ୍ଥ ରାଶ୍ୟାଧିପତି ପାପଯୁକ୍ତ ହେତୁ ସମ୍ପର୍କରେ ତିକ୍ତତା ସୃଷ୍ଟିହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନ ଚଳିଲେ ଅଶାନ୍ତିର ବାତାବରଣ ସୃଷ୍ଟିହେବ। ଆକସ୍ମିକ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଆତ୍ମୋବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ କରିବା ଆଶା କ୍ରମଶଃ ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ରବି ଓ ମଙ୍ଗଳ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଚେଷ୍ଟା ଅବ୍ୟାହତ ରଖିଲେ ଆପଣଙ୍କ ଅଭିଳାଷ ପୂରଣ ହୋଇପାରିବ। ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ କୌଣସି ନୂତନ କାମ କରିପାରନ୍ତି। କ୍ରୀଡ଼ା,କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା
ଶୁକ୍ର ଓ ବୁଧ ଧନ ସ୍ଥାନରେ ରହିଥିବାରୁ ଆର୍ଥିକ ଅଭିବୃଦ୍ଧି ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ଆଜିର ଯାତ୍ରାରେ ଅଭିଳଷିତ କାମ ହୋଇଯିବ। ଯୋଜନା ବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ, ସମସ୍ୟା ସୃଷ୍ଟି କରିପାରେ ।
ତୁଳା
ତୁଳା
ଚତୁର୍ଥ କେନ୍ଦ୍ରରେ ଗୁରୁଶୈାରୀ ଯୋଗ ସଂଘଟିତ ହୋଇଥିବାରୁ ପାରିବାରିକ, ସାମାଜିକ ସମ୍ମାନ ସହ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ। ଗୃହ ଭୂମି ଲାଭ ଖୁସି ଆଣିଦେବ। ବନ୍ଧୁଙ୍କୁ ଅନୁରୋଧକରି କାମ ହାସଲ ପାଇଁ ଚେଷ୍ଟାକଲେ ଉପକୃତ ହେବେ। ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡ଼ିପାରେ ।
ବିଛା
ବିଛା
ରବିଙ୍କ ଦୁର୍ବଳତା କାରଣରୁ ଆପଣଙ୍କ କାର୍ଯ୍ୟଶୈଳୀର ଜଟିଳତା ଅସଫଳତାର ସୂଚକ ହେବ। ବନ୍ଧୁଙ୍କଠାରୁ ଅଧିକ ପାଇବାକୁ ବ୍ୟାକୁଳ ହେବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କଲେ ସଫଳତା ପାଇବେ। ପରିବାର ସଦସ୍ୟଙ୍କଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
ଏକାକୀ ରହିବାର ମନୋବୃତ୍ତି ଅନ୍ତର୍ଦ୍ୱନ୍ଦ୍ୱର କାରଣ ହୋଇପାରେ। ଆର୍ଥିକ ଦିଗରୁ ସମସ୍ୟା ଲାଗିରହିଲେ ହେଁ ସମାଧାନର ପନ୍ଥା ଖୋଜି ପାଇବେ। ସହକର୍ମୀଙ୍କ ସହ ମିଷ୍ଟାଳାପରେ ସମୟ କଟାଇବାର ସୁଯୋଗ ମିଳିପାରେ। ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ ,ଏଣୁ ଗାଡ଼ିକୁ ପରଖି ନେବା ଭଲ ହେବ।
ମକର
ମକର
ରାହୁଯୁକ୍ତ ଚନ୍ଦ୍ର ପ୍ରଭାବରୁ ହଠାତ୍‌ କୌଣସି ଖବର ପାଇ ବିଚଳିତ ବୋଧ କରିବେ। ଉପରିସ୍ଥ ଅଧିକାରୀ ମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ବନ୍ଧୁରେ କଳହ, ଧନହାନି ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡର ସୂଚନା ରହିଛି। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ଲାଭଭାବରେ ରାଶ୍ୟାଧିପ ହେତୁ ପରିସ୍ଥିତିକୁ ଯେତେ ଜଟିଳ ମଣୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶକରି ସମାଲୋଚିତ ହେବେ। ପରିସ୍ଥିତିବଶତଃ ଧାରକରଜ କରି ଆବଶ୍ୟକତା ଚଳାଇନେବାକୁ ବାଧ୍ୟ ହେବେ । ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ନତୁବା ସମସ୍ୟା ଉପୁଜିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri