Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହ ସହ ଅବସ୍ଥାନ କରି ଶନିଙ୍କ ସପ୍ତମସ୍ଥ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସନ୍ତାନ ହେତୁକ ସମସ୍ୟା, ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ବନ୍ଧୁମାନଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ।
ବୃଷ
ବୃଷ
ପାରିବାରିକ ଅସ୍ଥିରତା ସାଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସମସ୍ୟାବହୁଳ ରହିବ । ଘରର କେତେକ ବ୍ୟତିକ୍ରମକୁ ନେଇ ଚିନ୍ତାପ୍ରକଟ କରିପାରନ୍ତି। ପ୍ରିୟ ଲୋକଟି ସକାଶେ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପଡ଼ୋଶୀଙ୍କ ପରାମର୍ଶକୁ ଗ୍ରହଣକଲେ ଉପକୃତ ହେବେ।
ମିଥୁନ
ମିଥୁନ
ପଞ୍ଚମଭାବ ପାପ ପ୍ରଭାବଗ୍ରସ୍ଥ ଯୋଗୁ ଆତ୍ମୀୟଙ୍କ ସହ ଭୁଲ୍‌ ବୁଝାମଣାରୁ କଳହ ସୃଷ୍ଟିର ସମ୍ଭାବନା ରହିଛି। ରାଜନୀତି, ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଅସାବଧାନତା କାରଣରୁ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ।
କର୍କଟ
କର୍କଟ
ସ୍ବାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିବେ। ବାଣିଜ୍ୟ, ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବେ। ବିଭିନ୍ନ ପ୍ରକାରର ସମସ୍ୟାଗ୍ରସ୍ତ ହୋଇ ମନ ଦୁଃଖରେ ରହିପାରନ୍ତି।
ସି˚ହ
ସି˚ହ
କୌଣସି କାମ ସକାଶେ ବାରମ୍ବାର ଅସଫଳତା ହେତୁ ନିଜ ଲୋକଙ୍କ ଉପରୁ ଭରସା ତୁଟି ଯାଇପାରେ। ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ। ଅନିୟମିତ ଆହାର ଗ୍ରହଣ ଫଳରେ ଅସୁସ୍ଥତା ଅନୁଭବ କରିବେ।
କନ୍ୟା
ଯୋଜନା ଅନୁଯାୟୀ କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ରପତ୍ାନି ବାଣିଜ୍ୟ, ପରିବହନ ଓ ନୂତନ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବନ୍ଧୁଙ୍କ କଥା ଓ କାମକୁ ପ୍ରାଧାନ୍ୟ ଦେଇ ଘର କାମକୁ ଅବହେଳା କରିପାରନ୍ତି।
ତୁଳା
ତୁଳା
ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଅକାରଣ ଜିଦ୍‌ ମନକୁ ବିଭ୍ରାନ୍ତ କରିପାରେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ସରସତା ରହିବ ନାହିଁ। ନିକଟ ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ପାଇ ଖୁସି ହେବେ।
ବିଛା
ବିଛା
କୌଣସି ନୂତନ ବନ୍ଧୁତ୍ୱ ସାଙ୍ଗକୁ କର୍ମକ୍ଷେତ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନ କଲେ ଠକାମିରେ ପଡ଼ିପାରନ୍ତି। ବୃଥା ସନ୍ଦେହଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟରେ ଟେନସନ୍‌ କିଛି ମାତ୍ରାରେ କମିଯିବ। ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଆହୂତ ହୋଇପାରନ୍ତି।
ମକର
ମକର
ରୋଗ, ଋଣ ଓ ଶତ୍ରୁତା ଲାଗିରହିବା କାରଣରୁ ମନ ଭଲ ରହିବ ନାହିଁ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍‌ ହେବ ନାହିଁ। ବିବାଦୀୟ ଘଟଣାର ବିଜୟୀ ହେବେ ଓ ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ। ଆକସ୍ମିକ ଭାବରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। ଯାହା ଓ ଯେପରି ଭାବୁଛନ୍ତି ଶୀଘ୍ର ଆରମ୍ଭ କରନ୍ତୁ, ସଫଳତା ନିଶ୍ଚିତ ମିଳିବ। ସାମ୍ବାଦିକତା, ପ୍ରଶାସନ, ବାଣିଜ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। କୌଣସି ସମସ୍ୟା ଓ ବିବାଦୀୟ ପରିସ୍ଥିତିରେ ମନଭୁଲାଣିଆ କଥା କହି ପରିବେଶକୁ ସ୍ବାଭାବିକ କରିପାରିବେ।
ମୀନମୀନ
ସ୍ବାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିବ। ବିଦେଶଯାତ୍ରା, ମାଲିମକଦ୍ଦମା, ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri