Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି ରହିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ଦ୍ୱିଜା ନକ୍ଷତ୍ର ପରିବାରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ଅଟକି ରହିଥିବା କୌଣସି କାମ ଆଜି ଅଟକି ରହିବ ନାହିଁ। ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟ, ସ୍ତ୍ରୀ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ମାନର ସୁଫଳ ପ୍ରଦାନ କରିବେ। ନୂତନ ଘର ତିଆରି, ଯାନ ବାହନ ମରାମତିଜନିତ ଟେନ୍‌ସନ କିଛି ମାତ୍ରାରେ ଲାଗିରହିବ। ରୋହିଣୀ ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ଅର୍ଥସମ୍ପର୍କିତ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ପୁନର୍ବସୁର ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହେବ। ଏକ ସଂଘର୍ଷମୟ ପରିସ୍ଥିତିର ସାମ୍‌ନା କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ
କର୍କଟ
ରାଶ୍ୟାଧିପତି ପାପଗ୍ରହ ଦୃଷ୍ଟିରେ ଥିବାରୁ କାର୍ଯ୍ୟବ୍ୟସ୍ତତା କାରଣରୁ ଟେନ୍‌ସନ ଲାଗି ରହିବ। ଅଶ୍ଳେଷା ନକ୍ଷତ୍ର ଟଙ୍କା ପଇସା, ନେବା ଆଣିବା, ଦିଆ ନିଆ କ୍ଷେତ୍ରରେ ସତର୍କ ରହନ୍ତୁ। କଚେରି ମାମଲା ମନ୍ଥର ହେବା କାରଣରୁ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଶୁଭ ସୂଚନା ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ଜମିଜମା, ନିର୍ମାଣ, ପରିବହନରୁ ଭଲ ଲାଭ ପାଇବେ। ମଘା ନକ୍ଷତ୍ରର କଥାରେ ସଂଯମତା ରକ୍ଷା କରନ୍ତୁ ଅନ୍ୟଥା ସମସ୍ୟା ବଢ଼ି ଯିବ। ମନ ମଧ୍ୟରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ଆଦୌ ହେଳା କରିବେ ନାହିଁ।
କନ୍ୟା
ମନଲାଖି କାମ ନ ହେବା କାରଣରୁ କଡ଼ା ଭାଷା ପ୍ରୟୋଗକରି ପରିଣାମ ଭୋଗିବେ। ଶତ୍ରୁତା କରୁଥିବା ଲୋକ ମଧ୍ୟ ମିତ୍ର ସାଜିବା ପାଇଁ ଚେଷ୍ଟିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ସାମ୍ବାଦିକତା, ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ସଫଳତା ହାସଲ କରିବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ଟେନ୍ସନ ଲାଗି ରହିବ। ବୁଧ ବୃହସ୍ପତି ସଂଯୁକ୍ତ ହେତୁ ଭୁଲ୍‌ ବୁଝାମଣା କାରଣରୁ ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। କଳା, କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ସମ୍ପର୍କୀୟଙ୍କ ସମସ୍ୟା ସମାଧାନ ଚିନ୍ତାରେ ବ୍ୟଥିତ ହୋଇପାରନ୍ତି।
ବିଛା
ବିଛା
ଚନ୍ଦ୍ର ଲାଭ ସ୍ଥାନରେ ଥିବାରୁ ସାହାଯ୍ୟକାରୀ ମନୋଭାବରୁ ବନ୍ଧୁଙ୍କୁ ଆପଣାର କରିପାରିବେ। ବିବାଦୀୟ ପରିସ୍ଥିତିରେ ପ୍ରକୃତ ଘଟଣା ନ ବୁଝି ନିକଟ ସମ୍ପର୍କୀୟମାନେ କ୍ରୋଧ ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
ଧନୁ
ଧନୁ
ପରିବାରରେ ମୂଲ୍ୟହୀନ କଥାକୁ ଦୋହରାଇ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। ମୂଳା ନକ୍ଷତ୍ରର ପୁରାତନ ରୋଗର ପୀଡ଼ା ସାମାନ୍ୟ ଅନୁଭବ କଲେ ମଧ୍ୟ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ। ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ମକର
ମକର
କେନ୍ଦ୍ରସ୍ଥ ଗୁରୁ ହେତୁ ଆପଣ ଯେମିତି ଚାହୁଁଛନ୍ତି ସେମିତି କରିବାରେ ସଫଳ ହେବେ। ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅସାବଧାନତା କାରଣରୁ ଧନହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡିହେବ ନାହିଁ। ପ୍ରତିଯୋଗିତାରେ ସଫଳତା ପାଇବେ, ବିବାଦୀୟ ଘଟଣାରେ ବିପରୀତ ଫଳ ପାଇପାରନ୍ତି।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ମାନସିକ ସ୍ଥିତି ପୂର୍ବଭଳି ରହିବ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିପାରନ୍ତି। ଅନ୍ୟମାନଙ୍କ ପ୍ରରୋଚନାରେ ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ। ପବ୍ଲିକେଶନ, ଜମିଜମା କାରବାର, ନିର୍ମାଣ ବାଣିଜ୍ୟ, ବ୍ୟବସାୟରେ ଆଶାନୁଯାୟୀ ସୁଫଳ ପାଇବେ।
ମୀନମୀନ

ବ୍ୟୟାଧିପତି ଯୁକ୍ତ ଧନାଧିପ ଯୋଗୁ ପରିବାରର ଖର୍ଚ୍ଚ ଭାର ବଢ଼ି ଯିବା ହେତୁ ଋଣ କରିବା ପାଇଁ ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରେ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। କ୍ଷତିରେ ଚାଲୁଥିବା ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri