Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ସକାଳୁ ସକାଳୁ ଆଶା କରୁଥିବା ଶୁଭ ଖବର ପାଇ ଖୁସି ହୋଇଯିବେ। ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିପାରେ। ଆନୁଷ୍ଠାନିକ ଓ ସାଂସ୍କୃତିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ। ବୁଝାମଣା ଅଭାବରୁ ପରିବାର ମଧ୍ୟରେ ମତପାର୍ଥକ୍ୟ କଳହର କାରଣ ପାଲଟିଯିବ। ମୃଗଶିରା ନକ୍ଷତ୍ର ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଋଣ ପରିଶୋଧକୁ କେନ୍ଦ୍ରକରି କରଜଦାତାଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମିଥୁନ
ମିଥୁନ
ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇ ଖୁସି ହୋଇପାରନ୍ତି। ପୁନର୍ବସୁ ନକ୍ଷତ୍ର କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅର୍ଥାଭାବକୁ ଦୂରେଇବା କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କର୍କଟ
କର୍କଟ
ବହୁ ଦିନରୁ ପ୍ରସ୍ତୁତି ଚଳାଇଥିବା କାର୍ଯ୍ୟଟି ଆଜି ହିଁ ସାକାର ରୂପ ନେବ। କୈାଣସି ଶୁଭ ଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ। ଅଶ୍ଳେଷା ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। କୈାଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ କାମ କରିପାରନ୍ତି।
ସି˚ହ
ସି˚ହ
ପାରିବାରିକ ସମସ୍ୟା ହିତୈଷୀଙ୍କ ସାହାଯ୍ୟ ଓ ସହଯୋଗରୁ ସମାଧାନ ହୋଇଯିବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ। ପୂର୍ବାଫାଲଗୁନୀ ନକ୍ଷତ୍ରର ଅର୍ଥସଙ୍କଟଜନିତ କୈାଣସି ଗୁରୁତ୍ୱପୂର୍ଣ୍ଣ କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ। ଦୂରାଗତ କୌଣସି ପ୍ରିୟଜନଙ୍କ ଆଗମନୀ ବାର୍ତ୍ତା ପାଇ ଖୁସି ହେବେ।
କନ୍ୟା
କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଆକସ୍ମିକ ଆବିର୍ଭାବ ପରିସ୍ଥିତିକୁ ଏପଟସେପଟ କରିଦେଇପାରେ। ବନ୍ଧୁଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଚିତ୍ରା ନକ୍ଷତ୍ର ସକାଶେ ସରକାରୀ କାମରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ।
ତୁଳା
ତୁଳା
କାମର ଚାପ ବୃଦ୍ଧି ଯୋଗୁ ଶାନ୍ତିରେ ରହିପାରିବେ ନାହିଁି। ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନ ଥିବ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସହଯୋଗରେ ଅନୁଷ୍ଠାନିକ କାମ ସହଜରେ ସମ୍ପନ୍ନ ହୋଇଯିବ। ସ୍ବାତୀ ନକ୍ଷତ୍ର ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ବିଛା
ବିଛା
ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହୁଥିବା କାରଣରୁ ଆଜି କୈାଣସି କାମ ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ବିଶାଖା ନକ୍ଷତ୍ର ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ।
ଧନୁ
ଧନୁ
ଘରର ଅପ୍ରକାଶ୍ୟ କେତେକ ଘଟଣା ଯୋଗୁ ମାନସିକ ଭାରସାମ୍ୟ ହରାଇପାରନ୍ତି। ନୂତନ କାମରେ ପ୍ରତିବନ୍ଧକ ଲାଗିରହିବା ଯୋଗୁ କାମରେ ଅଗ୍ରଗତି ହୋଇପାରିବ ନାହିଁ। ସ୍ବାର୍ଥସାଧନ ଉଦ୍ଦେଶ୍ୟରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ମୂଳା ନକ୍ଷତ୍ର ଯୋଗୁ ଆବଶ୍ୟକତା ପୂରଣ ଲାଗି ଧାରଉଧାର କରିବାକୁ ପଡ଼ିବ।
ମକର
ମକର
ବାରମ୍ବାର ମତାନ୍ତର, ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ପଡ଼ୋଶୀ ସହ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସହକର୍ମୀଙ୍କ ପରାମର୍ଶରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ।
କୁମ୍ଭ
କୁମ୍ଭ
ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କରିବା କାରଣରୁ ଯୋଜନାଟି ବିଗିଡି ଯାଇପାରେ। ପରିବାରର ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବା ହେତୁ ସାମୟିକ ଚିନ୍ତିତ ରହିପାରନ୍ତି। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବା କାରଣରୁ ବ୍ୟସ୍ତତା ବୃଦ୍ଧି ଘଟିବ। କୈାଣସି ବନ୍ଧୁକ ଉପସ୍ଥିତିଜନିତ ମାନସିକ ସ୍ଥିତି ଭଲ ରହି ନ ପାରେ।
ମୀନମୀନ
ବାରମ୍ବାର ଅସଫଳତା ଲାଗିରହିବା କାରଣରୁ ମନରେ ବିଭିନ୍ନ ପ୍ରକାର କଳ୍ପନା ଜାଗ୍ରତ ହେବ। ଜମିଜମା କାରବାର କିମ୍ବା ମୂଲ୍ୟବାନ ଜିନିଷ କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ସାମୟିକ ଭାବରେ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri