Posted inRasifala

ରାଶିଫଳ: ସୋମବାର, ଜୁନ୍ ୨୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ବିଭିନ୍ନ ଅଶାନ୍ତ ବାତାବରଣ ହେତୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ଅବଶ୍ୟ କୃତ୍ତିକା ନକ୍ଷତ୍ର ଅଟକି ରହିଥିବା କାମଗୁଡ଼ିକୁ ପୂରା ଦମରେ କରିବା ପାଇଁ ନିଷତ୍ତି ନେବେ। ଜମିଜମା, କଳ କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
ବୃଷ
ବୃଷ
ସମ୍ପର୍କୀୟଙ୍କ ଅସହଯୋଗରୁ କେତେକ ନୂତନ ସମସ୍ୟା ସୃଷ୍ଟି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ଲୋକମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ମୃଗଶିରା ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ବିଶେଷ ଭ୍ରମଣ କାରଣରୁ ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ସାହାଯ୍ୟ ଓ ସହାନୁଭୂତି ମାଧ୍ୟମରେ ଅନ୍ୟମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ। ପାରିବାରିକ କ୍ଷେତ୍ରରେ ମଧ୍ୟ ସତର୍କରେ ଚଳନ୍ତୁ, ନତୁବା ଝମେଲା ଅଧିକ ବଢ଼ିଯାଇପାରେ। ଆରଦ୍ରା ନକ୍ଷତ୍ର କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ।
କର୍କଟ
କର୍କଟ
ଆଜି ମନ କଥା ମନରେ ରଖି ଉପରେ ହସି ହସି କାମ ହାସଲ କରିବେ। ଅର୍ଥନୈତିକ ଅଭିବୃଦ୍ଧି ଓ ବୈଷୟିକ ସୁଖ, ସମୃଦ୍ଧି ମନକୁ ଖୁସି କରିବାରେ ସାହାଯ୍ୟ କରିବ। ଅଶ୍ଳେଷା ନକ୍ଷତ୍ର ପାଇଁ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ପରିବହନ, ବ୍ୟବସାୟ ଓ ସଂଗଠନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ନକ୍ଷତ୍ରର ପାରିବାରିକ ଖର୍ଚ୍ଚ ବୃଦ୍ଧି ପାଇବା ହେତୁ ଚିନ୍ତିତ ରହିବେ। କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ପିଲାଙ୍କ ସକାଶେ ମନ ଅସ୍ଥିର ରହିବ। ପରିସ୍ଥିତିବଶତଃ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍‌ ରହିବ।
କନ୍ୟା
ସମସ୍ୟା ଆସିଲେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ଚିତ୍ରା ନକ୍ଷତ୍ର ସକାଶେ କୈାଣସି ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିପାରେ। ଉପରିସ୍ଥ ବ୍ୟକ୍ତିଙ୍କ ଆଲୋଚନା ବିଷୟରେ ତାହାଠାରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଅର୍ଥନୈତିକ, ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ତୁଳା
ତୁଳା
ଥଣ୍ଡା ମିଜାଜରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ ସୁବିଧା ସୁଯୋଗ ଅବଶ୍ୟ ପାଇବେ। ବିଶାଖା ନକ୍ଷତ୍ରର ଅବହେଳାଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି।
ବିଛା
ବିଛା
ଯେତେ ସତର୍କରେ ଚଳିଲେ ମଧ୍ୟ କିଛିନା କିଛି ସମସ୍ୟା ମନକୁ ଅସ୍ଥିରତା ଭିତରକୁ ଠେଲିଦେବ। ସ୍ତ୍ରୀଙ୍କ ସହ ମତାନ୍ତର କିମ୍ବା ବନ୍ଧୁଙ୍କ ସହ ବିତର୍କ ଘଟିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ଆଦୃତ ହେବେ। ଜ୍ୟେଷ୍ଠା ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ, ସଭା ସମିତିରେ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ନିଜ ଲୋକଙ୍କ ଉପରେ ଲଘୁ କ୍ରୋଧ ଓ ଅଭିମାନ କରି ପରିବେଶକୁ ସରଗରମ କରିପାରନ୍ତି। କୌଣସି ଅଭାବ ନ ଥିଲେ ମଧ୍ୟ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ପୂର୍ବାଷାଢ଼ା ନକ୍ଷତ୍ରର ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କର୍ମକ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ମକର
ମକର
ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଅପୂରଣୀୟ କାମକୁ କାର୍ଯ୍ୟକ୍ଷମ କରାଇବାରେ ସାହାଯ୍ୟ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଶ୍ରବଣା ନକ୍ଷତ୍ର ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ।
କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁ କିମ୍ବା ଯୁଆଡ଼େ ଯାଅନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ। ଧନିଷ୍ଠା ନକ୍ଷତ୍ର ସାୟାହ୍ନେ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ
ମାନସିକ ଅସ୍ଥିରତାବଶତଃ ଅପରାହ୍ନରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଉତ୍ତରଭାଦ୍ରବ ନକ୍ଷତ୍ର ଆମତ୍ୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ଠାକ୍‌ ହୋଇଯିବ। ଆକସ୍ମିକ ଭାବରେ ଗସ୍ତ କାଯର୍‌ୟକ୍ରମ ବଦଳି ଯାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?