Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କୁ କାମ କରିବାକୁ ଆଦୌ ଇଚ୍ଛା ହେବ ନାହିଁ ଏବଂ ବିଭିନ୍ନ ଝମେଲା ମଧ୍ୟରେ ଅଶାନ୍ତି ରହିବେ। ଆର୍ଥିକ ଦୁଃସ୍ଥିତି କୌଣସି ସମସ୍ୟାର କାରଣ ହୋଇପାରେ। ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ।
ବୃଷ
ବୃଷ
ଆଜି ଆନୁଷ୍ଠାନିକ କ୍ଷେତ୍ର, ସାଙ୍ଗଠନିକ ସ୍ଥିତି ଓ ରାଜନୀତି କ୍ଷେତ୍ରରେ ସୁଫଳ ପାଇବେ। ପୁରାତନ ତଥା କ୍ରନିକ ରୋଗରେ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ସକାଶେ ବିଶେଷ କିଛି ଅସୁବିଧା ରହିବ ନାହିଁ।
ମିଥୁନ
ମିଥୁନ
ଯେଉଁ କାମରେ ହାତ ଦେଇଛନ୍ତି ସେହି ଚେଷ୍ଟା ନିସ୍ଫଳ ହେବନାହିଁ। ଭାଇ, ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ। ଆଜିର ସଭାସମିତି, କଳା, ସାହିତ୍ୟ ଓ ମନୋରଞ୍ଜନ ପ୍ରୀତିପ୍ରଦ ରହିବ। ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
ଆର୍ଥିକ ଦିଗରୁ ମନ ଖୁସି ହୋଇଯିବା ସାଙ୍ଗକୁ ଦୂରେଇ ଯାଉଥିବା ବନ୍ଧୁମାନଙ୍କୁ ନିକଟତର କରିପାରିବେ। କର୍ମକ୍ଷେତ୍ରରେ ନିକଟ ଅତୀତର ଘଟଣାଗୁଡିକର ସମୀକ୍ଷା କରିପାରନ୍ତି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ଖପ୍ପା ହେବାକୁ ପଡିପାରେ। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସକାଳୁ ବନ୍ଧୁଙ୍କ ଆହ୍ବାନକ୍ରମେ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତଭେଦର ସମ୍ଭାବନା ରହିଛି। କିନ୍ତୁ କର୍ମକ୍ଷେତ୍ରରେ ବିଗତ ଦିନଗୁଡ଼ିକରୁ ରହିଥିବା ସମସ୍ୟା ସମାଧାନ ହୋଇଯିବ। ସାହିତ୍ୟ, ସାମ୍ବାଦିକତା, ଜୁଏଲାରି ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପ୍‌ରୁ ଖୁସି ରହିବେ।
କନ୍ୟା
ଆଜି ପାରିବାରିକ ପରିସ୍ଥିତି ଗମ୍ଭୀର ରହିପାରେ। ଭାବିଚିନ୍ତି କାମ କରିବା ଭଲ ହେବ। ଅଫିସରେ ଭାବପ୍ରବଣ ବଶତଃ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ବନ୍ଧୁଙ୍କୁ ପ୍ରିୟକଥା କହି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହେବେ।
ତୁଳା
ତୁଳା
ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବୁଦ୍ଧିବଳ ଖଟାଇ କାମ ହାସଲ କରିବା ଦିଗରେ ଚେଷ୍ଟିତ ହେବେ। ବନ୍ଧୁମାନଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ କମିଯାଇପାରେ।
ବିଛା
ବିଛା
ବନ୍ଧୁଙ୍କ ଉପରେ ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ କ୍ଷତିରେ ପଡ଼ିବେ। ଅଯଥା କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ସାମାଜିକ ସ୍ତରରେ କିମ୍ବା ପରିବାରରେ ଅନ୍ୟମାନଙ୍କ କଥା ଓ କାମ ମନକୁ ନ ପାଇଲେ ମଧ୍ୟ କିଛି କରି ପାରିବେ ନାହିଁ। ଆକସ୍ମିକ ନିମନ୍ତ୍ରଣ ପାଇ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି।
ଧନୁ
ଧନୁ
ଦୀର୍ଘଦିନର ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ନିଜର ପ୍ରାଧାନ୍ୟତାକୁ ଅସ୍ବୀକାର କରିବା କାରଣରୁ ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ। ବନ୍ଧୁ ଓ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ବିଶ୍ୱାସର ସହିତ ପଡ଼ୋଶୀଙ୍କୁ ଘର କଥା କହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ଅସୁବିଧା ହେବ ନାହିଁ। ବନ୍ଧୁ ମେଳରେ ଗାମ୍ଭୀର୍ଯ୍ୟ ରକ୍ଷା କରି ସମାଲୋଚିତ ହେବେ। ପରିବାରରେ ଅପ୍ରିୟ ସତ୍ୟକଥା ପ୍ରକାଶ କରି ଅଯଥା କଷ୍ଟ ଅନୁଭବ କରିବେ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଅତି ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି।
ମୀନମୀନ

ଆଜି ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଦୂରଯାତ୍ରାର ସୁଯୋଗ ପାଇଲେ ମଧ୍ୟ ପରିସ୍ଥିତିବଶତଃ ଯିବାକୁ ଅସାମର୍ଥ୍ୟତା ପ୍ରକାଶ କରିପାରନ୍ତି। ଅଫିସ କାମରେ ବ୍ୟସ୍ତ ରହି ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କଳା ଓ ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?