Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୁଖ, ସୁବିଧା ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ସ୍ବଗୃହାଭିମୁଖୀ ଚତୁର୍ଥାଧିପତି କାରଣରୁ ସଭାସମିତିରେ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭକରି ଉପକୃତ ହେବେ। ଦୀର୍ଘଦିନ ହେଲା ଚେଷ୍ଟା କରୁଥିବା କାମରେ ଆଜି ସଫଳତା ପାଇବେ। ରାଶ୍ୟାଧିପତି ଅଷ୍ଟମସ୍ଥ ହେତୁ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତୁ ।
ବୃଷ
ବୃଷ
ଧନସ୍ଥାନରେ ଚନ୍ଦ୍ର ଅର୍ଥାଗମର ଦ୍ୱାର ଉନ୍ମୁକ୍ତ କରିବ ଏବଂ ଦୂରଯାତ୍ରା ସକାଶେ ଅନୁକୂଳତା ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବ। ମନସ୍ଥ କରିଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ସତକଥା ପ୍ରକାଶ କରିପାରିବେ ନାହିଁ। ପାରିବାରିକ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ।
ମିଥୁନ
ମିଥୁନ
ଆଜି କଲ୍ୟାଣ ଚନ୍ଦ୍ର ହେତୁ ଯେଉଁ କାମରେ ହାତଦେବେ ସଫଳତା ହାସଲ କରିବେ। ଦିନଭିତରେ ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ପଡ଼ିପାରେ। ସାୟାହ୍ନେ ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। କର୍ତ୍ତବ୍ୟନିଷ୍ଠା ଫଳରେ ପରିବାରର ଲୋକଙ୍କଠାରୁ ଆଦର ପାଇବେ।
କର୍କଟ
କର୍କଟ
ରାଶ୍ୟାଧିପ ଦ୍ୱାଦଶଭାବରେ ଥିବାରୁ ଆକସ୍ମିକଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଆଶାନୁରୂପ ଅର୍ଥ, ସମ୍ମାନ, ସହଯୋଗ ନ ପାଇ କ୍ଷୋଭପ୍ରକାଶ କରିପାରନ୍ତି। ପାରିବାରିକ ପକ୍ଷପାତିତାକୁ ନେଇ ମନ କଷ୍ଟ ହୋଇପାରେ। ଆଲୋଚନା ସମୟରେ ବନ୍ଧୁଙ୍କ ସହ ଯୁକ୍ତିତର୍କ କରି କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
ସି˚ହ
ସି˚ହ
କେତୁ ଓ ରବିଙ୍କ ମଧ୍ୟସ୍ଥ ଶୁକ୍ର ହେତୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ମିଳିବ। ଅବଶ୍ୟ ସଂଗଠନ, ରାଜନୀତି, ସଭାସମିତି, ପ୍ରଶାସନ, କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ। ଅନିୟମିତ ଆହାର ଗ୍ରହଣ ଫଳରେ ଶରୀର କଷ୍ଟ ଅନୁଭବ କରିପାରନ୍ତି।
କନ୍ୟା
କେତୁଙ୍କ କୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ଅବଶ୍ୟ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ହେତୁ ମନୋବଳ ଯଥାପୂର୍ବଂ ଅକ୍ଷୁଣ୍ଣ ରହିବ। ଅତି ନିଜର ଲୋକମାନେ ହଠାତ୍‌ ସ୍ବାର୍ଥବାଦୀ ହୋଇ ପଡ଼ିବା କାରଣରୁ କ୍ରୋଧିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ତୁଳା
ତୁଳା
କର୍ମାଧିପ ଭାଗ୍ୟସ୍ଥ ଯୋଗୁ ଆଜି କୌଣସି ନୂଆ କାମ ଆରମ୍ଭ କରି କୃତକାର୍ଯ୍ୟ ହେବେ। ଆପଣଙ୍କୁ ଅନ୍ୟମାନଙ୍କ କଥା ଓ କାର୍ଯ୍ୟକଳାପ ଭଲ ଲାଗି ନ ପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଖୁସି ହୋଇପାରନ୍ତି।
ବିଛା
ବିଛା
ରାଶିରେ ଶୁକ୍ର ହେତୁ ହସ, ଖୁସି ଓ ଆନନ୍ଦରେ ଦିନଟି ଅତିବାହିତ ହେବ। ଚନ୍ଦ୍ରଙ୍କ ସ୍ଥିତିରୁ ମନ ଅନୁଯାୟୀ କାମଗୁଡ଼ିକ ହୋଇଯିବ ଏବଂ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ବ୍ୟବସାୟ ଓ ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
ଧନୁ
ଧନୁ
ଆଜି ଶୁକ୍ରମଙ୍ଗଳ ଯୋଗରୁ ଏକ ଚମକପ୍ରଦ ସ୍ଥିତିରେ ପହଞ୍ଚତ୍ବେ, ଯାହା କି ଆପଣଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେବ। ଏହାସଙ୍ଗକୁ ପାରିବାରିକ କ୍ଷେତ୍ରରେ ଟେନ୍‌ସନ୍‌ କିିଛି ମାତ୍ରାରେ କମିଯିବ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବା କଷ୍ଟକର ହୋଇପଡ଼ିବ। ସଭାସମିତି କିମ୍ବା ବନ୍ଧୁମାନଙ୍କଠାରୁ ବସ୍ତ୍ରଭୂଷଣ ଲାଭ କରିପାରନ୍ତି।
ମକର
ମକର
ସପ୍ତମାଧିପତି ଷଷ୍ଠସ୍ଥ ଯୋଗୁ ପରିବାରରେ ପରସ୍ପର ମତାନ୍ତରଜନିତ ଅଶାନ୍ତି ପରିସ୍ଥିତି ସୃଷ୍ଟି ହୋଇପାରେ। ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତିି, ବିବାଦୀୟ ଘଟଣାରେ ବିଜୟୀ ଏବଂ ବାଣିଜ୍ୟ,ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କୁମ୍ଭ
କୁମ୍ଭ
ଷଷ୍ଠଧିପତି ସନ୍ତାନଭାବରେ ଥିବାରୁ ସନ୍ତାନଙ୍କ ବିଶୃଙ୍ଖଳା ଯୋଗୁ ଅଶାନ୍ତ ରହିପାରନ୍ତି। ଲେଖାପଢା, ପ୍ରଶାସନ, ପରିବହନ, ନିର୍ମାଣ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ନିଜର ସ୍ବାର୍ଥ ସାଧନ ଲାଗି ସହକର୍ମୀ ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି।
ମୀନମୀନ

କର୍ମସ୍ଥାନରେ ବୁଧାଦିତ୍ୟ ଯୋଗ ହେତୁ କୌଣସି ନୂତନ କାମ ଆରମ୍ଭ କରିପାରନ୍ତି। ସାମାଜିକସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ବନ୍ଧୁମାନଙ୍କ ସାହାଯ୍ୟ ଦ୍ୱାରା ହିଁ ସମ୍ଭବ ହୋଇପାରେ। ତଥାପି ଖଳ ଲୋକଙ୍କ ଦ୍ୱାରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କାକୁ ଏଡ଼ିହେବନାହିଁ। ଆବଶ୍ୟକୀୟ ଅର୍ଥ ସକାଶେ ଧାର ସୂତ୍ରରେ ପାଇବାକୁ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?