Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ପ୍ରଭାବରୁ ଆପଣଙ୍କୁ ସାମଗ୍ରିକ ସୁଖ, ସୁବିଧା ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ହେବ ଓ ଆଗାମୀ ସମୟ ପାଇଁ କେତେକ ମୂଲ୍ୟବାନ୍‌ ଉପଦେଶ ପାଇବେ । ପରିବାରରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଅଫିସ୍‌ରେ ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ଆପଣଙ୍କ କାମକୁ ତ୍ୱରାନ୍ବିତ କରିବ। ମନେ ମନେ ବିରକ୍ତି ପ୍ରକାଶ କଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ସତକଥା କହିପାରିବେ ନାହିଁ। ଅତୀତ ଘଟଣା ବିଷୟରେ ଅଯଥା ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ପରିବାରର କୌଣସି ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟା ବିଜଡ଼ିତ ରହିବା କାରଣରୁ ମନୋବଳ ହ୍ରାସ ପାଇବ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ନିଜର କର୍ତ୍ତବ୍ୟନିଷ୍ଠା ଫଳରେ ପରିବାରର ଲୋକମାନଙ୍କ ଠାରୁ ଆଦର,ଶ୍ରଦ୍ଧା ପାଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ର୍ରରେ ଆଶାନୁରୂପ ଅର୍ଥ,ସମ୍ମାନ,ସହଯୋଗ ନ ପାଇ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ସ୍ତରରେ ପକ୍ଷପାତିତାକୁ ନେଇ ମାନସିକ ସ୍ତରରେ କଷ୍ଟ ପାଇବେ। ବନ୍ଧୁଙ୍କ ସହ ଯୁକ୍ତିତର୍କ କରି କଥାକୁ ବେଶି ଦୋହରାଇବା ଠିକ୍‌ ହେବନାହିଁ। ଅନ୍ୟ ଦ୍ୱାରା ପ୍ରେରିତହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। କର୍ମକ୍ଷେତ୍ରର ପ୍ରତିଟି ପଦକ୍ଷେପରେ ସହମତି ଭିତ୍ତିରେ କାମ କଲେ ଉପକୃତ ହେବେ। ସଙ୍ଗଠନ, ରାଜନୀତି, ସଭାସମିତି, ପ୍ରଶାସନ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। କ୍ରୀଡ଼ା ଓ କଳା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଅତି ନିଜର ମନେକରୁଥିବା ଲୋକମାନେ ହଠାତ୍‌ ସ୍ବାର୍ଥବାଦୀ ହୋଇ ପଡ଼ିବା କାରଣରୁ କ୍ରୋଧିତ ହୋଇ ପାରନ୍ତି। ଯେଉଁ ଜିନିଷ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ପରିବାରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। କର୍ମକ୍ଷେତ୍ରରେ ଦୃଢ଼ତାର ସହ ଅଟକି ରହିଥିବା କାମଟିକୁ ସମ୍ପୂର୍ଣ୍ଣ କରିପାରନ୍ତି।
ତୁଳା
ତୁଳା
ଆଜି ଆପଣଙ୍କୁ ଅନ୍ୟମାନଙ୍କ କଥା ଓ କାର୍ଯ୍ୟକଳାପ ଭଲ ଲାଗି ନ ପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବେ। ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ।
ବିଛା
ବିଛା
ଆଜି ଦିନଟିରେ ମନ ଅନୁଯାୟୀ କାମଗୁଡ଼ିକ ହୋଇଯିବ,ବିଶେଷତଃ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ସାମାଜିକ ସ୍ତରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ।
ଧନୁ
ଧନୁ
ଆଜି ଏପରି ଏକ ଚମକପ୍ରଦ ସ୍ଥିତିରେ ପହଞ୍ଚିବେ ଯାହାକି ଆପଣଙ୍କୁ ବହୁ ପରିମାଣରେ ଆଶ୍ଚର୍ଯ୍ୟାନ୍ବିତ କରିଦେବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବା କଷ୍ଟକର ହୋଇପଡ଼ିବ। ସଭାସମିତି କିମ୍ବା ବନ୍ଧୁମାନଙ୍କଠାରୁ ବସ୍ତ୍ରଭୂଷଣ ଲାଭ କରିପାରନ୍ତି।
ମକର
ମକର
ପରିସ୍ଥିତିକୁ ଆଖିଆଗରେ ରଖି କାମ କରିବା ଭଲ। ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତିି,ବିବାଦୀୟ ଘଟଣାରେ ବିଜୟୀ ଏବଂ ବାଣିଜ୍ୟ,ବ୍ୟବସାୟରେ ଲାଭବାନ୍‌ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଦିନଟିରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ଲେଖାପଢ଼ା,ପ୍ରଶାସନ, ପରିବହନ, ନିର୍ମାଣ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ନିଜର ସ୍ବାର୍ଥ ସାଧନ ପାଇଁ ସହକର୍ମୀ ଫାଇଦା ଉଠାଇବାକୁ ଚେଷ୍ଟାକରିବେ।
ମୀନମୀନ
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି, ଅବଶ୍ୟ ବନ୍ଧୁମାନଙ୍କ ସାହାଯ୍ୟ ଦ୍ୱାରା ହିଁ ସମ୍ଭବ ହୋଇପାରେ। ଖଳଲୋକ ମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବା ଆଶଙ୍କାକୁ ଏଡ଼ିହେବ ନାହିଁ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ। ଆବଶ୍ୟକ ଅର୍ଥ ଧାରସୂତ୍ରରେ ପାଇବାକୁ ଚେଷ୍ଟା କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri