Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ପ୍ରଭାବରୁ ଆପଣଙ୍କୁ ସାମଗ୍ରିକ ସୁଖ, ସୁବିଧା ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ହେବ ଓ ଆଗାମୀ ସମୟ ପାଇଁ କେତେକ ମୂଲ୍ୟବାନ୍‌ ଉପଦେଶ ପାଇବେ । ପରିବାରରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଅଫିସ୍‌ରେ ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ଆପଣଙ୍କ କାମକୁ ତ୍ୱରାନ୍ବିତ କରିବ। ମନେ ମନେ ବିରକ୍ତି ପ୍ରକାଶ କଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ସତକଥା କହିପାରିବେ ନାହିଁ। ଅତୀତ ଘଟଣା ବିଷୟରେ ଅଯଥା ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ପରିବାରର କୌଣସି ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟା ବିଜଡ଼ିତ ରହିବା କାରଣରୁ ମନୋବଳ ହ୍ରାସ ପାଇବ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ନିଜର କର୍ତ୍ତବ୍ୟନିଷ୍ଠା ଫଳରେ ପରିବାରର ଲୋକମାନଙ୍କ ଠାରୁ ଆଦର,ଶ୍ରଦ୍ଧା ପାଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ର୍ରରେ ଆଶାନୁରୂପ ଅର୍ଥ,ସମ୍ମାନ,ସହଯୋଗ ନ ପାଇ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ସ୍ତରରେ ପକ୍ଷପାତିତାକୁ ନେଇ ମାନସିକ ସ୍ତରରେ କଷ୍ଟ ପାଇବେ। ବନ୍ଧୁଙ୍କ ସହ ଯୁକ୍ତିତର୍କ କରି କଥାକୁ ବେଶି ଦୋହରାଇବା ଠିକ୍‌ ହେବନାହିଁ। ଅନ୍ୟ ଦ୍ୱାରା ପ୍ରେରିତହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। କର୍ମକ୍ଷେତ୍ରର ପ୍ରତିଟି ପଦକ୍ଷେପରେ ସହମତି ଭିତ୍ତିରେ କାମ କଲେ ଉପକୃତ ହେବେ। ସଙ୍ଗଠନ, ରାଜନୀତି, ସଭାସମିତି, ପ୍ରଶାସନ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। କ୍ରୀଡ଼ା ଓ କଳା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଅତି ନିଜର ମନେକରୁଥିବା ଲୋକମାନେ ହଠାତ୍‌ ସ୍ବାର୍ଥବାଦୀ ହୋଇ ପଡ଼ିବା କାରଣରୁ କ୍ରୋଧିତ ହୋଇ ପାରନ୍ତି। ଯେଉଁ ଜିନିଷ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ପରିବାରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। କର୍ମକ୍ଷେତ୍ରରେ ଦୃଢ଼ତାର ସହ ଅଟକି ରହିଥିବା କାମଟିକୁ ସମ୍ପୂର୍ଣ୍ଣ କରିପାରନ୍ତି।
ତୁଳା
ତୁଳା
ଆଜି ଆପଣଙ୍କୁ ଅନ୍ୟମାନଙ୍କ କଥା ଓ କାର୍ଯ୍ୟକଳାପ ଭଲ ଲାଗି ନ ପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବେ। ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ।
ବିଛା
ବିଛା
ଆଜି ଦିନଟିରେ ମନ ଅନୁଯାୟୀ କାମଗୁଡ଼ିକ ହୋଇଯିବ,ବିଶେଷତଃ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ସାମାଜିକ ସ୍ତରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ।
ଧନୁ
ଧନୁ
ଆଜି ଏପରି ଏକ ଚମକପ୍ରଦ ସ୍ଥିତିରେ ପହଞ୍ଚିବେ ଯାହାକି ଆପଣଙ୍କୁ ବହୁ ପରିମାଣରେ ଆଶ୍ଚର୍ଯ୍ୟାନ୍ବିତ କରିଦେବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବା କଷ୍ଟକର ହୋଇପଡ଼ିବ। ସଭାସମିତି କିମ୍ବା ବନ୍ଧୁମାନଙ୍କଠାରୁ ବସ୍ତ୍ରଭୂଷଣ ଲାଭ କରିପାରନ୍ତି।
ମକର
ମକର
ପରିସ୍ଥିତିକୁ ଆଖିଆଗରେ ରଖି କାମ କରିବା ଭଲ। ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତିି,ବିବାଦୀୟ ଘଟଣାରେ ବିଜୟୀ ଏବଂ ବାଣିଜ୍ୟ,ବ୍ୟବସାୟରେ ଲାଭବାନ୍‌ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଦିନଟିରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ଲେଖାପଢ଼ା,ପ୍ରଶାସନ, ପରିବହନ, ନିର୍ମାଣ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ନିଜର ସ୍ବାର୍ଥ ସାଧନ ପାଇଁ ସହକର୍ମୀ ଫାଇଦା ଉଠାଇବାକୁ ଚେଷ୍ଟାକରିବେ।
ମୀନମୀନ
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି, ଅବଶ୍ୟ ବନ୍ଧୁମାନଙ୍କ ସାହାଯ୍ୟ ଦ୍ୱାରା ହିଁ ସମ୍ଭବ ହୋଇପାରେ। ଖଳଲୋକ ମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବା ଆଶଙ୍କାକୁ ଏଡ଼ିହେବ ନାହିଁ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ। ଆବଶ୍ୟକ ଅର୍ଥ ଧାରସୂତ୍ରରେ ପାଇବାକୁ ଚେଷ୍ଟା କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?