Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ
ଆଜି ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାର ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଖୁସି ମିଜାଜ୍‌ରେ ସମୟ ଅତିବାହିତ ହେବ। ରବି କେତୁ ଯୁକ୍ତ ପ୍ରଭାବରେ ସନ୍ତାନ ହେତୁକ କୌଣସି ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
ବୃଷ
ବୃଷ
ଶନି କର୍ମସ୍ଥାନରେ ରାଶିକୁ ଅବଲୋକନ କରୁଥିବାରୁ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ନ ହୋଇପାରେ। ପରିବାରରେ ଖର୍ଚ୍ଚ ବୃଦ୍ଧିପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହେବ। ସାହିତ୍ୟ, ସଙ୍ଗୀତ, ଲେଖାପଢ଼ା, ଗବେଷଣା କ୍ଷେତ୍ରରେ ଆଦୃତ ହେବେ। ସ୍ୱାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବାରୁ ବନ୍ଧୁଙ୍କ ସହ ଆଲୋଚନା କରିବାକୁ ମନ ବଳାଇପାରନ୍ତି।
ମିଥୁନ
ମିଥୁନ
ସ୍ବନକ୍ଷତ୍ରସ୍ଥ ବୁଧ ଧନସ୍ଥାନରେ ଶୁକ୍ର ଯୁକ୍ତ ହେତୁ ବନ୍ଧୁଙ୍କ ପ୍ରେରଣା ଓ ପରାମର୍ଶ ପାଇବେ। କର୍ମକ୍ଷେତ୍ରରେ ସ୍ଥଗିତ ରହିଥିବା କାମଗୁଡିକୁ ପୂର୍ଣ୍ଣ କରିବା ସକାଶେ ଦୃଢ ପଦକ୍ଷେପ ନେଇପାରନ୍ତି। ସମ୍ପର୍କୀୟମାନଙ୍କ ସାହାଯ୍ୟ ନେଇ ବିବାଦୀୟ ଘଟଣାର ଅବସାନ ଘଟିବ। ନୂତନ ଗୃହ, ଯାନବାହନ କିଣିବା ସକାଶେ ମନ ବଳାଇ ପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ଲାଭକରି ଅଭିଳାଷ ପୂରଣ କରିବେ। ଆଜିର ସଭାସମିତି, ଆନୁଷ୍ଠାନିକ କାମ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ। ଶିଳ୍ପ, ହୋଟେଲ ବ୍ୟବସାୟ, ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବ। ଚତୁର୍ଥାଧିପତିଙ୍କ ବୁଧ ସଂଯୋଗରୁ ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବାର ଆଶା ରହିଛି।
ସି˚ହ
ସି˚ହ
ରାଶ୍ୟାଧିପ ରବି ସ୍ବଗୃହସ୍ଥ ହେଲେ ମଧ୍ୟ ପାପଗ୍ରହ କେତୁଯୁକ୍ତ କାରଣରୁ କାମ ଗୋଳମାଳିଆ ରହିବ। ଭୁଲ୍‌ ବୁଝାମଣାରୁ ପାରିବାରିକ ଜୀବନରେ କଳହର ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଆତ୍ମୀୟଙ୍କ ସାହାଯ୍ୟ ଆଶାକରି ନିରାଶ ହେବାକୁ ପଡ଼ିପାରେ। ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିବ।
କନ୍ୟା
କର୍ମାଧିପ ବୁଧ ଲାଭଭାବସ୍ଥ ଯୋଗୁ ଆଜିର ପ୍ରତ୍ୟେକ କାମ ସହଜ ଓ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କୁଟୀରଶିଳ୍ପ,ଆମଦାନୀ କାରବାର ପ୍ରାୟତଃ ଭଲରେ ଚାଲିବ। ଆଜିର ଯାତ୍ରା, ନୂତନ କର୍ମାରମ୍ଭ ଓ ମୂଲ୍ୟବାନ୍‌ ଜିନିଷ କିଣିବା ପୂର୍ବରୁ ଆଉଥରେ ବିଚାର କରିବା ଭଲ ହେବ।
ତୁଳା
ତୁଳା
ଶୁକ୍ର ଶତ୍ରୁ ଭାବରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିଜନିତ ମାନସିକ ସ୍ଥିରତା ରହି ନ ପାରେ। ଈର୍ଷାପରାୟଣ ବନ୍ଧୁ ସାଧାରଣ କଥାକୁ ଅତିରଞ୍ଜିତ କରି ଅପପ୍ରଚାର ଚଳାଇ ପାରନ୍ତି। ପିଲାଙ୍କ ସମସ୍ୟା ପଡ଼ୋଶୀଙ୍କ ମାଧ୍ୟମରେ ସମାଧାନ ହୋଇପାରିବ। କଳା,ସାହିତ୍ୟ, ରଚନାମତ୍କ କାର୍ଯ୍ୟ ପ୍ରଭୃତିରେ ସଫଳତା ପାଇବେ।
ବିଛା
ବିଛା
ଚନ୍ଦ୍ରଙ୍କ ଉପରେ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିଜନିତ ଶାରୀରିକ ଓ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ବ୍ୟବସାୟ ଦିଗଟି ମନ୍ଦ ହେବନି, ମାତ୍ର ଋଣ ପରିଶୋଧ ଦିଗରେ ସଫଳତା ପାଇବେ ନାହିଁ। ପିଲାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ଶିକ୍ଷା, ସରକାରୀ କାମ, ବିଶିଷ୍ଟବ୍ୟକ୍ତିଙ୍କ ସହ ସାକ୍ଷାତ୍‌କାର ଦିଗରେ ଉପକୃତ ହେବେ।
ଧନୁ
ଧନୁ
ବୃହସ୍ପତିଙ୍କ ଶୁଭସଂସ୍ଥିତିରୁ ଜଣେ ବନ୍ଧୁ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ବନ୍ଧୁମିଳନ, ସଭାସମିତି, ଆଲୋଚନା, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସ୍ବାସ୍ଥ୍ୟ ସଚେତନତା ହେତୁ ପୁରାତନ ରୋଗପୀଡ଼ାରୁ ସାମୟିକ ଉପଶମ ପାଇବେ।
ମକର
ମକର
ଭାଗ୍ୟସ୍ଥାନରେ ଚତୁର୍ଥାଧିପତି ରହିଥିବାରୁ ଯାନ, ଗୃହ, ମୂଲ୍ୟବାନ୍‌ ଜିନିଷ କ୍ରୟ କରିବେ। ଶୁଭେତ୍ସୁଙ୍କ ନିମନ୍ତ୍ରଣ ପାଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ ସଜାଡିବାରେ ଅପେକ୍ଷାକୃତ ଅସୁବିଧା ଭୋଗିପାରନ୍ତି। ସପ୍ତମାଧିପତିଙ୍କ ପ୍ରତି ଶନିଦୃଷ୍ଟି ଜନିତ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ପ୍ରତିଦ୍ୱନ୍ଦ୍ୱିତା ଓ ବିବାଦରେ ଅପଦସ୍ଥ ହେବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଯୁ୍‌କ୍ତ ତୃତୀୟାଧିପ ହେତୁ ସମ୍ପର୍କୀୟ ମୁହଁରେ ବନ୍ଧୁତ୍ୱର ଓ ପଛରେ ବିରୁଦ୍ଧାମତ୍କ କଥା କହିବେ। ଶନିଙ୍କ ଦୃଷ୍ଟିଜନିତ ଭୁଲ୍‌ ବୁଝାମଣାଜନିତ ପାରିବାରିକ ଅଶାନ୍ତିର ଆଶଙ୍କା ରହିଛି। ବାଣିଜ୍ୟ, ପରିବହନ, ମକଦ୍ଦମା, ଦୂରଯାତ୍ରା ଓ ପ୍ରତିଯୋଗିତାରେ ସଫଳତା ମିଳି ନ ପାରେ। ସାହିତ୍ୟ, ସଙ୍ଗୀତ, ଗବେଷଣା, ବିଦେଶଯାତ୍ରାରେ ସଫଳତା ମିଳିବ।
ମୀନମୀନ

ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ହିତୈଷୀଙ୍କ ପରାମର୍ଶ ନିଅନ୍ତୁ। ଗୁରୁକୃପାରୁ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ଲକ୍ଷ୍ୟହାସଲ ଦିଗରେ ଅନୁଧାବନ କରିପାରନ୍ତି। ବନ୍ଧୁଙ୍କ ସହ ଆଲୋଚନା ଓ ସଭାସମିତିରେ ଆଶା ପୂରଣ ହେବାରେ କୌଣସି ପ୍ରତିବନ୍ଧକ ରହିବନାହିଁ। ସ୍ୱାସ୍ଥ୍ୟ ପ୍ରତି ସଚେତନତା ଅବଲମ୍ବନ କରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?