Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ । ସାମାଜିକ ସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିଃସ୍ବାର୍ଥପର କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବେ । କୌଣସି ପ୍ରକାରର ପ୍ରତିବନ୍ଧକ ନ ଥାଇ ମାଙ୍ଗଳିକ କାମ ସୁରୁଖୁରୁରେ ସମାପନ ହେବ। ଆଜି ଆବଶ୍ୟକତା ଅନୁସାରେ ଅର୍ଥର ଅଭାବ ରହିବ ନାହିଁ।
ବୃଷ
ବୃଷ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିରତା ବ୍ୟାହତ ହେବା ସୂଚନା ରହିଛି। ଆପଣଙ୍କ ପ୍ରତି ନିକଟ ସମ୍ପର୍କୀୟ ମାନେ ସହାନୁଭୂତି ପ୍ରକାଶ କରିବା ଫଳରେ କାମ ଅଟକି ରହିବ ନାହିଁ । ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ପାରିବାରିକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ସକାଳୁ କୌଣସି କାମ ଆରମ୍ଭ କରିବାକୁ ମନସ୍ଥ କରି ବନ୍ଧୁମାନଙ୍କ ପରାମର୍ଶ ନେଇପାରନ୍ତି । ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ। ଆଜି ଆପଣ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ।
କର୍କଟ
କର୍କଟ
ଆଜି ଯେଉଁ କାମ କରନ୍ତୁନା କାହିଁକି, କୌଣସିରେ ଅସୁବିଧା ରହିବ ନାହିଁ। ଅଭାବ ନ ଥିଲେ ମଧ୍ୟ ଜରୁରୀ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବେ। ଆଲୋଚନା, ପରିବହନ, ଲୋକସମ୍ପର୍କ, ସଭାସମିତି କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସାଧାରଣତଃ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଖୁସୀରେ ଅତିବାହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଯାହାକୁ ଯାହା କହିବେ ସେହି ବ୍ୟକ୍ତି କଦାପି ମନା କରିବ ନାହିଁ। କିନ୍ତୁ ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
କନ୍ୟା
ଆଜି ଆପଣ ସଭାସମିତିରେ ସମ୍ମାନିତ ହେବେ, ସମ୍ମାନ ଓ ପ୍ରତିଷ୍ଠା ପାଇବେ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି, ଫଳତଃ ଘରେ ଉଚ୍ଚବାଚ ଘଟିପାରେ। ନିର୍ମାଣ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ଆନୁଷ୍ଠାନିକ କାମରେ ଯୋଗଦେଲେ ସମ୍ମାନିତ ହେବେ ।
ତୁଳା
ତୁଳା
କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପୂର୍ଣ୍ଣ ଶାନ୍ତିପ୍ରଦ ରହିବ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବେ। ସଭାସମିତି, ଲେଖାପଢ଼ା, ଆଲୋଚନା, ଲୋକସମ୍ପର୍କ, ଆନୁଷ୍ଠାନିକ କାମରୁ ସୁଫଳ ପାଇବେ। କଚେରି ମାମଲା ମନ୍ଥର ହୋଇପାରେ, ଯାହା କି ସାମୟିକ ଦୁଶ୍ଚିନ୍ତା ବୃଦ୍ଧି କରିବ ।
ବିଛା
ବିଛା
ପଡ଼ୋଶୀଙ୍କ ସହ ବହୁଦିନର ମନାନ୍ତର ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ। ପାରିବାରିକ ଜୀବନ ଉଚିତ ବୁଝାମଣା ହେତୁ କୌଣସି ମତାନ୍ତର କିମ୍ବା ମନାନ୍ତର ହେବନାହିଁ। ବାଣିଜ୍ୟ ଓ ବ୍ୟବସାୟିକ ସ୍ଥିତି ଏକ ପ୍ରକାର ଭଲ ରହିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ଧନୁ
ଧନୁ
ପରିସ୍ଥିତି ଯାହା ଥାଉନା କାହିଁକି,ନିଜେ ଭଲ ତ ଦୁନିଆ ଭଲ ନୀତିରେ ଦିନଟିକୁ କଟାଇବେ। ଅଭାବ ନ ଥିଲେ ମଧ୍ୟ ଅପବ୍ୟୟର ମାତ୍ରା ସୀମା ଟପିଯିବ। ବର୍ତ୍ତମାନ ସମୟ ସକାଶେ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ। ବ୍ୟବସାୟରେ ଲାଭ ମିଳିବ କିନ୍ତୁ ଟେନ୍ସନ ପୂର୍ଣ୍ଣମାତ୍ରାରେ ରହି ମନକୁ ବ୍ୟତିବ୍ୟସ୍ତ କରାଇବ।
ମକର
ମକର
ଅସମର୍ଥିତ ସୂତ୍ରରୁ ଆକସ୍ମିକ ଭାବରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି। ଶିକ୍ଷା,ଆଲୋଚନା,ଗଠନମୂଳକ କାମ, ଲେଖାପଢା କ୍ଷେତ୍ରରୁ ଶୁଭଫଳ ମିଳିବ । ପରିବାର ମଧ୍ୟରେ ନିଜର ମନର ଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେବେ ଏବଂ ଏକ ପ୍ରକାର ଖୁସି ରହିବେ।
କୁମ୍ଭ
କୁମ୍ଭ
ପରିବାରରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ, କାମ ଠିକ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ । ଗୃହ, ଭୂମି, କଚେରି ମାମଲା କିମ୍ବା ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ମାତ୍ର ବିଶେଷ ଅସୁବିଧା ହେବ ନାହିଁ। ଜିଦ୍‌ ତ୍ୟାଗ କଲେ ଉପକୃତ ହେବେ ନତୁବା କଳହ ଭିତରକୁ ଟାଣି ହୋଇଯିବେ।
ମୀନମୀନ
ପରିବାରରୁ ଆଶାନୁରୂପ ସ୍ନେହ,ସହାନୁଭୂତି ପାଇବା କମି ଯାଇପାରେ। ଦେହରେ କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସତ୍‌ସଙ୍ଗ ଓ ଧର୍ମ, ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇବେ। କୃତି ଓ କୃତିତ୍ୱ ହେତୁ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri