Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୨୬ ତାରିଖ – Daily Horoscope

ମେଷ
ପରିବାରରେ କୌଣସି ଏକ ସାଧାରଣ ଘଟଣାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କେତୁଯୁକ୍ତ ରବି କାରଣରୁ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଆଶା ଅନୁଯାୟୀ ସଫଳତା ପାଇପାରିବେ। ଆନୁଷ୍ଠାନିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।
ବୃଷ
ବୃଷ
କୌଣସି ଯୋଜନାରେ ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ନୀଚାରୋହୀ ଶୁକ୍ରଙ୍କ ଯୋଗୁ କାମର ଚାପ ବୃଦ୍ଧି ପାଇବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ, ଯାହାକି ଦୁଶ୍ଚିନ୍ତାର ମାତ୍ରାକୁ ବଢ଼ାଇଦେବ। ଅଭିଳାଷ ପୂରଣରେ ଅର୍ଥ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଭଲ ସମ୍ପର୍କ ଥିବା ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଶୁକ୍ର କ୍ଷେତ୍ରରେ ବୁଧ ହେତୁ ସାମାଜିକ ସ୍ତରରେ ସଭାସମିତି, ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସରେ ପରସ୍ପର ଗୋଡ଼ଟଣା ନୀତି ହେତୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ସ୍ଥଗିତ କାମ ସୁରୁଖୁରୁରେ ହୋଇଯିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ଧନାଧିପ ଦୁର୍ବଳ ଯୋଗୁ ଆର୍ଥିକ ଦିଗ ଭଲ ନ ରହିବାରୁ ପ୍ରତ୍ୟେକ କାମ ଅଭାବ ଭିତରେ କରିବେ। ସାମୟିକ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ଆମତ୍ୀୟଙ୍କ ସହଯୋଗ ନ ପାଇଲେ ମଧ୍ୟ ଆପଣ ଏକାକୀ ପରିସ୍ଥିତିକୁ ସମ୍ଭାଳି ନେବେ।
ସି˚ହ
ସି˚ହ
କେତେକ କାମ ବନ୍ଧୁମାନଙ୍କ ଅନୁରୋଧବଶତଃ କରିବାକୁ ବାଧ୍ୟ ହେବେ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। ରାଶିରେ ଶୁକ୍ର ଥିବାରୁ ସହକର୍ମୀ ଅସହଯୋଗ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କାମରେ ମାନସିକ ଅବସାଦ ଲାଗି ରହିପାରେ।
କନ୍ୟା
ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ପରି ରହିବ ଏବଂ କୌଣସି ପରିବର୍ତ୍ତନର ଲକ୍ଷଣ ଦେଖିପାରିବେ ନାହିଁ। ରାହୁଯୁକ୍ତ ବୃହସ୍ପତିଜନିତ ଆଗାମୀ ଆନୁଷ୍ଠାନିକ କାମ ପାଇଁ ବ୍ୟସ୍ତତା ଅନୁଭବ କରିବେ। କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ।
ତୁଳା
ତୁଳା
ଆଜି କାମ ହାସଲ କରି ଯେତିକି ଖୁସି ହେବେ, ପରିବାରର ଅଶାନ୍ତିର ବାତାବରଣରୁ ସେତିକି ଦୁଃଖୀ ହୋଇ ପାରନ୍ତି। ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ବିଛା
ବିଛା
ଏକାଧିକ କାମରେ ପ୍ରବେଶ କାରଣରୁ ବହୁତ ଝଡ଼ଝଞ୍ଜା ମଧ୍ୟ ଦେଇ କାମ ସମ୍ପନ୍ନ ହେବ। ଦ୍ୱାଦଶସ୍ଥ ପାପାଗ୍ରହ ହେତୁ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। ପାରସ୍ପରିକ ବୁଝାମଣା ହେତୁ ପାରିବାରିକ ଜୀବନ ସୁଖରେ କଟିବ। କାରଣ ନ ଥାଇ ମଧ୍ୟ ଅଭିଯୋଗର ସାମ୍‌ନା କରିବାକୁ ପଡିବ।
ଧନୁ
ଧନୁ
ପୂର୍ବାପେକ୍ଷା ପାରିବାରିକ ପରିସ୍ଥିତି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଶନି ଦୃଷ୍ଟି ଗୁରୁ ହେତୁ ହଜି ଯାଇଥିବା ଜିନିଷର ଖବର ପାଇବା ଆଶା ମଉଳି ଯାଇପାରେ। ନିର୍ମାଣାଧୀନ କାମ, ଶିଳ୍ପ, ବାଣିଜ୍ୟ କିମ୍ବା ଜମିଜମା କିଣାବିକା କ୍ଷେତ୍ରରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ମକର
ମକର
କର୍ମଭାବସ୍ଥ ରାଜଯୋଗ କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। କୌଣସି କାର୍ଯ୍ୟ ହାସଲ ସକାଶେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ବାରମ୍ବାର ଅସଫଳତାର କାରଣ ଖୋଜିବାକୁ ଯାଇ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଅଭାବ ଦୂର ହେବ ଏବଂ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ।
କୁମ୍ଭ
କୁମ୍ଭ
ପାରିବାରିକ ସ୍ଥିତି, ଶିଳ୍ପ, ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସୁଫଳ ପାଇବେ। ସ୍ବଭାବରୁ ଚନ୍ଦ୍ର ଅଷ୍ଟମସ୍ଥ ଯୋଗୁ ଶ୍ରମଜୀବୀଙ୍କ ଆଜିର ପାରିଶ୍ରମିକ ମନ ଲାଖି ହେବ ନାହିଁ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସହକର୍ମୀ ମାନଙ୍କର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।
ମୀନମୀନ

ଆଜିର କର୍ମକ୍ଷେତ୍ରରେ ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କରେ ଅବନତି ଘଟିପାରେ। ବୁଧ ଦୁଃସ୍ଥାନରେ ଥିବାରୁ ବ୍ୟବସାୟରେ ମାନମନାନ୍ତର ଅଶାନ୍ତିର କାରଣ ହେବ। ଘରର ବରାଦ ମୁତାବକ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଜମିଜମା କାରବାର, ଯାନବାହନ, ଧାତୁ, ଅଳଙ୍କାର ବ୍ୟବସାୟରେ ଲାଭବାନ୍‌ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?