Posted inRasifala

ରାଶିଫଳ: ଶୁକ୍ରବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜି କଲ୍ୟାଣ ଚନ୍ଦ୍ର ହେତୁ ଯାହା କରିବେ ନିର୍ବିଘ୍ନରେ ଫଳପ୍ରଦ ହେବ। କିନ୍ତୁ ଚୁ -ନାମାକ୍ଷର ବ୍ୟକ୍ତିଙ୍କ ମାନସିକ ସ୍ଥିତି ଦୁର୍ବଳ ରହିବ। ପାରିବାରିକ ସମସ୍ୟା,ପରିବହନରେ ଝଗଡ଼ା, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। କର୍ମକ୍ଷେତ୍ରସ୍ଥ ବିଶୃଙ୍ଖଳିତ ପରିସ୍ଥିତିରେ ପଡି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।
ବୃଷ
ବୃଷ
ଶ୍ରୀଚନ୍ଦ୍ର ବୈଷୟିକ ଅଭିବୃଦ୍ଧିରେ ସହାୟକ ହେବା ସହ ଅତ୍ୟଧିକ ଭାବପ୍ରବଣତା କ୍ଷତି ସାଧନ କରିପାରେ। ଓ -ନାମାକ୍ଷର ବିବାଦୀୟ ସ୍ଥିତିରେ ନିଜର ପ୍ରାମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ଶିଳ୍ପ, ବ୍ୟବସାୟ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ହେବାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ରାଶିରେ ଶୁକ୍ର ଏକାଧାରରେ ସୁଖ, ସମ୍ପଦ କରିବାରେ ସମର୍ଥ ହୋଇପାରିବ। ଘ-ନାମାକ୍ଷର ରାହୁଙ୍କ କୁପ୍ରଭାବରେ ସମସ୍ୟାଦେଇ ଚଳିବାକୁ ବାଧ୍ୟହେବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ସାଙ୍ଗକୁ ବନ୍ଧୁଙ୍କ ସାହାଯ୍ୟ ହେତୁ ପରିସ୍ଥିତିରେ ଉନ୍ନତି ଘଟିବ। ପ୍ରଶାସନ, ରାଜନୀତି ତଥା ଗଠନମୂଳକ କାର୍ଯ୍ୟରେ ଉତ୍ସାହିତ ହେବେ।
କର୍କଟ
କର୍କଟ
ଡ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ଆଜି ଦିନ ଭିତରେ ବିଶେଷ କିଛି ଅସୁବିଧା ହେବନି। ଅସୁସ୍ଥତାବଶତଃ ଅଶ୍ଳେଷା ନକ୍ଷତ୍ରର କେତେକ କାମ ସ୍ଥଗିତ ରହିଯାଇପାରେ। ପରିସ୍ଥିତିକୁ ସାମନା କରିବାକୁ ଯାଇ ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡିବ। ବନ୍ଧୁ୍‌ଙ୍କ ସହ ଦେଖା କରିବାର ସୁଯୋଗ ପାଇବେ।
ସି˚ହ
ସି˚ହ
ମଘା ନକ୍ଷତ୍ର ବ୍ୟକ୍ତିଙ୍କର କର୍ମକ୍ଷେତ୍ରରେ ବିଭିନ୍ନ ଅଭିଯୋଗ ଆସିପାରେ କିନ୍ତୁ ନିଜର ପ୍ରାଧାନ୍ୟତା ପୂର୍ବପରି ଅକ୍ଷୁଣ୍ଣ ରହିବ। ଦାୟିତ୍ୱହୀନ ଭାବରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରି ସମାଲୋଚିତ ହୋଇପାରନ୍ତି। ପ୍ଲଟିଂ କାରବାର,ପରିବହନ, ପ୍ରଶାସନ, ମାଲିମକଦ୍ଦମା କ୍ଷେତ୍ର ଉନ୍ନତ ରହିବ।
କନ୍ୟା
ଆଜି ସକାଳୁ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ପୂ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ। ଯାନ୍ତ୍ରିକ ତଥାପି କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ନିଜ ପରିସରର ବ୍ୟକ୍ତିଙ୍କ ଅନୁରୋଧରେ ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ସକାଳୁ ସକାଳୁ ଶୁଭ ଖବର ପାଇ ମନ ଏକ ପ୍ରକାର ଖୁସି ହୋଇଯିବ। ତ-ନାମାକ୍ଷର ବ୍ୟକ୍ତିମାନଙ୍କ ସବୁ କାମ ବହୁ ଡେରିରେ ହେଉଥିବାରୁ ମନଟା ଭଲ ଲାଗିବ ନାହିଁ। ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବ। ଗୁରୁଜନମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅସ୍ଥିର ଫଳ ପାଇବା କାରଣରୁ ମନ ବିଚଳିତ ରହିବ। ମାତ୍ର, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ନୀ-ନାମାକ୍ଷର ବ୍ୟକ୍ତିମାନେ ଯାତ୍ରାରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ପାରିବାରିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟାକୁ ନେଇ ବିଶେଷ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢ଼ିବା କାରଣରୁ ମାନସିକ ସ୍ଥିତି ବିଗିଡି ଯିବ। ଭି-ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ। ପରିବହନରେ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟରେ ଅନୁରୋଧରେ ଅଂଶଗ୍ରହଣ କରିପାରନ୍ତି।
ମକର
ମକର
ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଖ-ନାମାକ୍ଷର ବ୍ୟକ୍ତିମାନଙ୍କୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଉଚ୍ଚବର୍ଗଙ୍କ ସହାୟତା ପାଇବା ସହ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।
କୁମ୍ଭ
କୁମ୍ଭ
ଆଜି ବିନା ଆହ୍ବାନରେ ଅନ୍ୟ ସକାଶେ ମଧ୍ୟସ୍ଥତା କରିବାକୁ ଯାଇ ଅପଦସ୍ଥ ହେବେ। ଯାତ୍ରା ଅଧାରୁ ଫେରି ଆସିବାକୁ ପଡ଼ିପାରେ। ଶିକ୍ଷା, ଗବେଷଣା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତ ଓ ଆଲୋଚନା କ୍ଷେତ୍ର ପ୍ରଶସ୍ତ ରହିବ। ଘଟଣା ଚକ୍ରରେ ପଡି ମିଥ୍ୟା କହିବାକୁ ବାଧ୍ୟ ହେବେ ଓ ସମାଲୋଚିତ ହୋଇପାରନ୍ତି।
ମୀନମୀନ
ଚ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ଅବଶ୍ୟ ବନ୍ଧୁଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇ ସମସ୍ୟାର ମୁକାବିଲା କରିପାରିବେ। ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡ଼ିବ। ଜମିଜମା କିମ୍ବା ପିଲାଙ୍କ ସମ୍ବନ୍ଧୀୟ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri