Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ
ଆଜିର କର୍ମଭାବସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରକୁ ନିରୁପଦ୍ରବ କରି ରଖିବ। ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତା ବଢ଼ିପାରେ। ସହଯୋଗରେ ଅବହେଳାର ଅଭିଯୋଗ ଆଣି ନିଜ ଲୋକଟି ସ୍ୱାର୍ଥହାନି ଆଶଙ୍କାରେ କୁତ୍ସାରଟନା କରିପାରେ। ଯାତ୍ରା, ବାଣିଜ୍ୟ, ପରିବହନରେ ସନ୍ତୋଷଜନକ ଫଳ ପାଇବେ।
ବୃଷ
ବୃଷ
ତୃତୀୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ସହୋଦରାଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭର ପରିଚାୟକ ହୋଇପାରେ। ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ। ଆଜି ଇଚ୍ଛା ନ ଥାଇ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମିଥୁନ
ମିଥୁନ
ଷଷ୍ଠାଧିପତି ମଙ୍ଗଳ ରାଶିରେ ରହି ଜମିଜମା ବିବାଦକୁ ନେଇ ଭ୍ରାତୃସମ୍ପର୍କକୁ କ୍ଷୁଣ୍ଣ କରିପାରେ। ବୁଧ ରାଜଯୋଗ ମଧ୍ୟରେ ଅବସ୍ଥାନ କରିଥିବାରୁ ବନ୍ଧୁଙ୍କ ଛତ୍ରଛାୟା ତଳେ ରହି କାର୍ଯ୍ୟ ହାସଲ କରିବେ। ଗୁରୁତ୍ୱପୂର୍ଣ୍ଣ କାମରେ ଉପର ଅଧିକାରୀଙ୍କ ଚାପର ସମ୍ମୁଖୀନ ହେବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା କାରଣରୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ରାଶିକୁ ଅବଲୋକନ କରୁଥିବାରୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତାର ଶୀର୍ଷକୁ ନିଶ୍ଚିତ ସ୍ପର୍ଶ କରିବେ। ତଥାପି କର୍ମକ୍ଷେତ୍ରର ଅଫିସିଆଲି କାମରେ ଟେନ୍‌ସନ୍‌ କିିଛି ମାତ୍ରାରେ ସୂଚନା ରହିଛି। କଚେରି ମାମଲା ସମ୍ପର୍କୀୟ ଦୁଶ୍ଚିନ୍ତା ମନକୁ ବିଷାଦିତ କରିପାରେ।
ସି˚ହ
ସି˚ହ
ଧନସ୍ଥାନରେ କେତୁଥିବାରୁ ପାରିବାରିକ ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାରକରଜ କରିପାରନ୍ତି। ପ୍ରିୟଜନଙ୍କର ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡ଼ିପାରେ। ସହକର୍ମୀ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲରେ ସମର୍ଥ ହେବେ। କଳା, କ୍ରୀଡ଼ା, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ।
କନ୍ୟା
ସପ୍ତମସ୍ଥ ଏକାଧିକ ଗ୍ରହସଂଯୋଗ ହେତୁ ଆପଣ କୌଣସି ବିବାଦୀୟ ଘଟଣାରେ ପଶିବା ଠିକ୍‌ ହେବନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ଗ୍ରହବୈଷମ୍ୟତା କାରଣରୁ ଅସୁସ୍ଥତା ଅନୁଭବ କରିବେ। ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମ ସମ୍ପନ୍ନ କରିବେ।
ତୁଳା
ତୁଳା
ଭାଗ୍ୟସ୍ଥାନକୁ ଅଧିକାଂଶ ଗ୍ରହ ଦେଖୁଥିବାରୁ ପ୍ରତିବନ୍ଧକ ଦୂରୀଭୂତ ହୋଇ ନିର୍ବିଘ୍ନରେ କାମ ହାସଲ କରିବେ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାର ଅପଚେଷ୍ଟା କରିବେ । ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପିଲାମାନଙ୍କ ସମ୍ବନ୍ଧୀୟ କେତେକ ସମସ୍ୟା ମନକୁ ବିଶେଷ ଭାବେ ଆନ୍ଦୋଳିତ କରିବ।
ବିଛା
ବିଛା
ରାଶି ପ୍ରତି ଶନିଙ୍କ ଦୃଷ୍ଟିଥିବାରୁ ବାରମ୍ବାର ଚେଷ୍ଟା କରି ମଧ୍ୟ ଫସର ଫାଟି ଯାଉଥିବା କାମ ସକାଶେ ମନ ଅଶାନ୍ତ ରହିବ। ଆଲୋଚନା ପରିସରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ। କଳା, ସାହିତ୍ୟ, ସାମ୍ବାଦିକତା ତଥା ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ମୁଖଭାବରେ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଅସଜଡ଼ା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। ବିଭିନ୍ନ ପ୍ରତିବନ୍ଧକ ହେତୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ। ହଠାତ୍‌ କୌଣସି କ୍ଷେତ୍ରରେ ଅତ୍ୟଧିକ ଭାବ ପ୍ରବଣ ହୋଇ କାମ କରିବା ଠିକ୍‌ ହେବନି। ଯାତ୍ରା, ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରୁ ଲାଭବାନ ହେବେ।
ମକର
ମକର
ଚତୁର୍ଥାଧିପତି ଷଷ୍ଠସ୍ଥ ଯୋଗୁ ପାରିବାରିକ, ଲୋକସମ୍ପର୍କ, ଯାନବାହନ କ୍ଷେତ୍ରରେ କିଛିଟା ବ୍ୟତିକ୍ରମ ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ ଭୁଲ୍‌ ବୁଝାମଣା ଜନିତ ତିକ୍ତତା ଦେଖାଦେବ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ତୃତୀୟାଧିପତିଙ୍କ ଦୁର୍ବଳତାଜନିତ ନିକଟ ସମ୍ପର୍କୀୟ ମାନଙ୍କ କଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ, କୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ରାଜନୀତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ କାଲିର କାର୍ଯ୍ୟ ସକାଶେ ଦିନସାରା ତପତ୍ରତା ବଢ଼ିପାରେ।
ମୀନମୀନ

ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ଥିବାରୁ ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ବିରାଗଭାଜନ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ଇଚ୍ଛା ବିରୋଧରେ କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ। ମତ ଓ ମନ୍ତବ୍ୟକୁ କେନ୍ଦ୍ରକରି ପ୍ରଶାସନିକ ସ୍ତରରେ ତର୍କ ବିତର୍କ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri