Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବହୁତ ଭଲ ରହିବ। ଆକସ୍ମିକ ଭାବରେ କୌଣସି ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। କିନ୍ତୁ ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଚିନ୍ତାର କାରଣ ହୋଇପାରେ ।
ବୃଷ
ବୃଷ
ନିଜ ସନ୍ତାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ବ୍ୟସ୍ତତା ପରିଲକ୍ଷିତ ହେବ । ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କେତେକ ସାଧାରଣ କଥାକୁ କେନ୍ଦ୍ରକରି କିମ୍ବା ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ଆଜି ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସାମାନ୍ୟ ସଫଳତା ବିଳମ୍ବରେ ପାଇବେ।
କର୍କଟ
କର୍କଟ
ଯେ କୌଣସି ପରିସ୍ଥିତି ହେଉନା କାହିଁକି, ଆପଣଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆକସ୍ମିକ ଭାବରେ ଦୂରରେ ରହୁଥିବା ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ସଭାସମିତିରେ ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ । ବ୍ୟବସାୟ ଓ ପରିବହନରେ ହଠାତ୍‌ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କନ୍ୟା
ପାରିବାରିିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାର ଆଶଙ୍କା ସୃଷ୍ଟି କରିବ। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡ଼ି ଭୁଲ ମାର୍ଗ ଅନୁସରଣ କରି ଅନୁତାପ କରିବାକୁ ପଡ଼ିପାରେ ।
ତୁଳା
ତୁଳା
ପଛ କଥା ମନକୁ ନ ଆଣି ଯାହା କରିବା କଥା ଶୀଘ୍ର କରନ୍ତୁ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି। ସାୟାହ୍ନେ ପାରିବାରିକ ଅଶାନ୍ତି ହେତୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଅତୀତ ଘଟଣା କିମ୍ବା ବିଭିନ୍ନ ପ୍ରକାର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ,ଅନ୍ୟଥା କଳହର ସମ୍ଭାବନା ରହିଛି । ବନ୍ଧୁଙ୍କୁ ଅନୁନୟ ବିନୟ କରି ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। କଳା,ସଙ୍ଗୀତ,ଚଳଚ୍ଚିତ୍ର କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅସ୍ଥିରତାର ସମ୍ଭାବନା ରହିଛି। ପ୍ରକାଶନ, ପ୍ରଶାସନ, ଯାନବାହନ,ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆଶା କରିଥିବା ଖବର ପାଇ ସାମୟିକ ଆନନ୍ଦ ଅନୁଭବ କରିବେ।
ମକର
ମକର
ଆଜି ମାନସିକ ସ୍ଥିରତା କେତେମାତ୍ରାରେ କ୍ଷୁଣ୍ଣ ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିବ। ବନ୍ଧୁଙ୍କ ସହାୟତାରେ ଦୂରଯାତ୍ରାର ସୁଯୋଗ ପାଇବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣମାତ୍ରାରେ ଉପଶମ ନ ହେଲେ ମଧ୍ୟ ପୂର୍ବାପେକ୍ଷା ନିୟନ୍ତ୍ରଣ ମଧ୍ୟରେ ରହିବ। ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ରହିବା କାରଣରୁ ସାମୟିକ ଚିନ୍ତା କରିବାକୁ ପଡ଼ିବ। ଆଜି ସହଜ ଓ ସୁବିଧାରେ ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହୋଇଯିବ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ
ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ବାଣିଜ୍ୟ,ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜାନୁୟାରୀ ୨ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣଙ୍କ କଥା ଓ ବ୍ୟବହାରରେ ହସ ଉକୁଟି ଉଠିବ। ସକାଳୁ ଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ଯେଉଁ...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରା ଲାଭପ୍ରଦ ହେବ, ଲାଗିରହିଥିବା ବିବାଦୀୟ ଘଟଣାରେ ବିଜୟୀ ହେବେ, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଯୋଗଦେଇପାରନ୍ତି। ବହୁତ ଦିନରୁ ଭଲ ସମ୍ପର୍କ ଥିବା...

ରାଶିଫଳ: ମଙ୍ଗଳବାର, ଫେବୃୟାରୀ ୨୩ ତାରିଖ– Daily Horoscope

ମେଷ ଆଜି ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସରକାରୀ ଆଦେଶପ୍ରାପ୍ତ ହୋଇ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା...

ରାଶିଫଳ: ଶୁକ୍ରବାର , ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ନୀଚରାଶିରେ ଅଷ୍ଟମସ୍ଥ ଚନ୍ଦ୍ର ହେତୁ କୌଣସି କାମ ସକାଶେ ପରିବାରରୁ ପୂର୍ଣ୍ଣ ଅନୁମତି କିମ୍ବା ସମର୍ଥନ ପାଇବେ ନାହିଁ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ ଆଜିର ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ଅବଶ୍ୟ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ...

ରାଶିଫଳ: ଶନିବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଶିକ୍ଷା, ସନ୍ତାନ, ଗବେଷଣା, ଲେଖାପଢା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। କିନ୍ତୁ ଚୁ-ନାମାକ୍ଷର ବ୍ୟକ୍ତି ମାନସିକ ଦ୍ୱନ୍ଦ ଓ ଆଶାଆଶଙ୍କା ମଧ୍ୟରେ ବ୍ୟସ୍ତରହିପାରନ୍ତି।...

ରାଶିଫଳ: ବୁଧବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ ପରିବାର ଓ କର୍ମକ୍ଷେତ୍ରର ସମସ୍ୟା ମନକୁ ବିଷାକ୍ତ କରିବ। ପ୍ରତ୍ୟେକ ଘଟଣାକୁ ସନ୍ଦେହ କରିବା କାରଣରୁ ମନ ଭଲ ରହି ନ ପାରେ। ଅବଶ୍ୟ...

ରାଶିଫଳ: ଗୁରୁବାର, ଫେବୃୟାରୀ ୨୫ ତାରିଖ – Daily Horoscope

ମେଷ କାମ ପୂର୍ଣ୍ଣାଙ୍ଗ ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ମିଳିବ।...

Advertisement
Archives

Model This Week