Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୨୬ ତାରିଖ – Daily Horoscope

ମେଷ
ଶୁକ୍ରଙ୍କ ସୁପ୍ରଭାବରେ ମନ ପ୍ରଫୁଲ୍ଲ ରହିବା ସହ ବନ୍ଧୁମିଳନରୁ ଆନନ୍ଦିତ ହେବେ। ଆଜିର ଯାତ୍ରାରେ ଲକ୍ଷ୍ୟପୂରଣ, ପାରିବାରିକ ଶାନ୍ତି ଏବଂ ପରିଭ୍ରମଣର ସୁଯୋଗ ଲାଭ କରିବେ। ସଭାସମିତି, ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ସାମିଲ ହୋଇ ପ୍ରଶଂସିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ।
ବୃଷ
ବୃଷ
ଧନସ୍ଥାନରେ ବୁଧାଦିତ୍ୟ ଯୋଗ ପ୍ରଭାବରେ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟାଜନିତ ବନ୍ଧୁମିଳନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ଜମିଜମା କାରବାରରେ କଳହ କିମ୍ବା ସହକର୍ମୀଙ୍କ ତର୍କ ବିତର୍କର ଆଶଙ୍କା ରହିଛି। ପ୍ରତିଯୋଗିତାରେ ସଫଳତା ପାଇବେ।
ମିଥୁନ
ମିଥୁନ
ରାଶିରେ ଚନ୍ଦ୍ରଙ୍କ ସ୍ଥିତି ହେତୁ ବୈଷୟିକ ଅଭିବୃଦ୍ଧି ଘଟିବା ସହ ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅସୁବିଧାରେ ଥିଲେ ମଧ୍ୟ ନିଜ ଲୋକଙ୍କ ସାହାଯ୍ୟରୁ କାମ ଅଟକିବ ନାହିଁ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଗବେଷଣା, ସଭାସମିତି, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
କର୍କଟ
କର୍କଟ
ଚନ୍ଦ୍ର ଓ ବୁଧଙ୍କ କ୍ଷେତ୍ର ବିନିମୟ ଯୋଗ ପ୍ରଭାବରେ ଆତ୍ମୀୟ କିମ୍ବା ବନ୍ଧୁଙ୍କ ପ୍ରଶଂସାର ପାତ୍ର ହେବେ। ଦିନଟିରେ ଭୋଗ ବିଳାସ, ସହିତ୍ୟ, କ୍ରୀଡ଼ା ଓ ମଉଜ ମଜଲିସ୍‌ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହେବ। ରାହୁଙ୍କ କୁପ୍ରଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ।
ସି˚ହ
ସି˚ହ
ଏକାଦଶସ୍ଥ ଗ୍ରହମାନଙ୍କ ପ୍ରଭାବରେ ଅଭିଳଷିତ ଜିନିଷ ପାଇବାରେ ଅସୁବିଧା ହେବନାହିଁ। ସମସ୍ୟା ଲାଗି ରହିଲେ ମଧ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିପାରନ୍ତି। ମଙ୍ଗଳଙ୍କ ଦୁର୍ବଳତାରୁ ଜଟିଳ ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ ବିପନ୍ନ କରିବ। ଆଇନ ସହାୟତା ଲାଭପୂର୍ବକ ବିବାଦୀୟ ଘଟଣାରେ ବିଜୟ ଲାଭ ଅବଶ୍ୟମ୍ଭାବୀ।
କନ୍ୟା
ରାଶିପ୍ରତି ଶନିଙ୍କ ଦୃଷ୍ଟି ମାନସିକ ଶିଥିଳତା ପ୍ରଦାନ କଲେ ମଧ୍ୟ କାର୍ଯ୍ୟ ସାଧନରେ ଅସୁବିଧା ରହିବନାହିଁ। କୌଣସି କଥାକୁ ଠିକ୍‌ ଭାବେ ବିଚାର ନ କରି ନିଷ୍ପତ୍ତି ନେଲେ ଅନୁତାପ କରିବେ। ପୂର୍ବ ଶତ୍ରୁତା କାରଣରୁ ଖଳ ଲୋକଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ବୃହସ୍ପତିଙ୍କ ସୁପ୍ରଭାବ କାର୍ଯ୍ୟାରମ୍ଭ ସାଙ୍ଗକୁ ସୁବିଧା ସୁଯୋଗ ଲାଭ କରିବେ।
ତୁଳା
ତୁଳା
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ଆରୋଗ୍ୟଲାଭ, ମାନସିକ ପ୍ରଫୁଲ୍ଲତା, ଆର୍ଥିକ ସୁଖସମୃଦ୍ଧି ଲାଭ କରିବେ। ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ରୋଗ, ଋଣ ଓ ଶତ୍ରୁତା ହେତୁକ କାର୍ଯ୍ୟହାନିଜନିତ ଚିନ୍ତିତ ରହିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧିକୁ ସନ୍ଦେହକରି ଘରେ ବିଭିନ୍ନ କଥା ଶୁଣିବାକୁ ପଡ଼ିପାରେ। ସରକାରୀ କାମରେ ପଦସ୍ଥ ବ୍ୟକ୍ତି ସହଯୋଗ କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣରେ ରହିବାର ଆଶା କରାଯାଇପାରେ। ଶନିଙ୍କ କୁପ୍ରଭାବରୁ ସମ୍ପର୍କୀୟ ଈର୍ଷାପରାୟଣ ହୋଇ ପଛରୁ ଗୋଡ଼ ଟାଣିପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହେବ। ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ବନ୍ଧୁଙ୍କ ସାହାଯ୍ୟ ଅବଶ୍ୟ ପାଇବେ।
ଧନୁ
ଧନୁ
ଚନ୍ଦ୍ର କର୍ମକ୍ଷେତ୍ରକୁ ପ୍ରଭାବିତ କରି ଅଶାନ୍ତିକର ପରିସ୍ଥିତି ଓ ବୁଧଙ୍କ ସଂଯୋଗ ପାରିବାରିକ ଓ କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରନ୍ତି। ବିଶେଷ ଭାବେ ଆଶା କରୁଥିବା ଦିଗରୁ ଅର୍ଥ ଓ ଆବଶ୍ୟକ ସହଯୋଗର ଆଶା ଭଣ୍ଡୁର ହୋଇଯିବ। ବ୍ୟକ୍ତିଗତ କାରଣରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ବାଣିଜ୍ୟ ଓ ପରିବହନ କ୍ଷେତ୍ର ଉନ୍ନତ ହେବ।
ମକର
ମକର
ଅନୁକୂଳ ଗ୍ରହ ପ୍ରଭାବରୁ ଆଶା ପୂରଣ ସହ କର୍ମାରମ୍ଭ ପ୍ରୀତିଦାୟକ ହେବ। କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ନତୁବା ଅଦଳବଦଳ ହୋଇଯାଇପାରେ। ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚନ୍ଦ୍ର ଓ ଶୁକ୍ରଙ୍କ ଶୁଭ ସଂସ୍ଥାନ ଆଜିର ଜୀବନଯାତ୍ରାକୁ ଆନନ୍ଦଦାୟକ କରିବ । ବଳହୀନ ମଙ୍ଗଳ ଯୋଗୁ ସାହାଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡ଼ିପାରେ। ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରି ଖୁସି ହୋଇପାରନ୍ତି।
ମୀନମୀନ

କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ସ୍ଥିତି ମାନସିକ ପ୍ରଫୁଲ୍ଲତା, ପଡ଼ୋଶିନୀଙ୍କ ସହାନୁଭୂତି ପାଇବାରେ ସହାଯ୍ୟ କରିବ। ପାପଗ୍ରହଜନିତ କାରଣରୁ ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବା କଷ୍ଟକର ହେବ। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?