Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ
ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ମନ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦ୍ଦିଚ୍ଛା ସବୁ ଦୁଃଖକୁ ବିସ୍ମୃତିଗର୍ଭକୁ ଠେଲିଦେବ। ଆର୍ଥିକ ସ୍ବଚ୍ଛଳତା ଫେରିବା ସହ ଅଧ୍ୟାପନା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ପାଇବେ।
ବୃଷ
ବୃଷ
ପରିବାର ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ସଂଯୋଗରୁ ପାରିବାରିକ ସମସ୍ୟାରେ ମନ ଭଲ ରହିବ ନାହିଁ। କିନ୍ତୁ ଶୁକ୍ର ପ୍ରଭାବରେ ସଭାସମିତି, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରୁ ରୋହିଣୀ ଖୁସି ରହିବେ। ଯାତ୍ରା, ବାଣିଜ୍ୟ, ଯାନବାହନ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସୁଫଳ ପାଇବେ। ପଡ଼ୋଶିନୀଙ୍କ ଆକ୍ଷେପୋକ୍ତି ମନସ୍ତାପର କାରଣ ହେବ।
ମିଥୁନ
ମିଥୁନ
ଧନାଧିପଙ୍କ ଅଶୁଭତ୍ୱ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଭ୍ରାତୃ ବିବାଦର କାରଣ ହେବ। ବୁଧଙ୍କ ଦୃଷ୍ଟିରେ ଆପଣଙ୍କ ପାରିବାରିକ, ସାମାଜିକ, ଆନୁଷ୍ଠାନିକ ଓ କର୍ମକ୍ଷେତ୍ର ସରସ, ସୁନ୍ଦର ରହିବ। ବଳକା କାମକୁ ଶୀଘ୍ର ସାରିବାକୁ ବ୍ୟସ୍ତ ହୋଇପାରନ୍ତି। କେତେକ ସାଧାରଣ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ରାଶ୍ୟାଧିପ ଚନ୍ଦ୍ର ମୁଣ୍ଡବିହୀନ ଗ୍ରହ ସଂଯୋଗରୁ ଦୈହିକ ଅସୁସ୍ଥତା ସହ ଅପରିଣାମଦର୍ଶୀ ହୋଇପାରନ୍ତି। ରବିଙ୍କ ପ୍ରଭାବରୁ ଉନ୍ନତ ଚିନ୍ତା, ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସି ରହିବେ। ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସାଧାରଣ ସମସ୍ୟା ଆସିପାରେ।
ସି˚ହ
ସି˚ହ
ବ୍ୟୟାଧିପତିଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ଖର୍ଚ୍ଚାନ୍ତ କରାଇ ଯାତ୍ରାକୁ ସମସ୍ୟାବହୁଳ କରିପାରେ। ଶତ୍ରୁତା କରୁଥିବା ବ୍ୟକ୍ତି ଚିହ୍ନା ନ ପଡ଼ି ସମସ୍ୟା ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ିଚାଲିଲେ ମଧ୍ୟ ସାଧାରଣ ଝଟକାରୁ ବାଦ୍‌ ପଡ଼ିବ ନାହିଁ। ପାରିବାରିକ କ୍ଷେତ୍ରକୁ ସୁସ୍ଥ ରଖିବାରେ ପାରସ୍ପରିକ ଆନ୍ତରିକତା ପୂର୍ବବତ୍‌ ଅକ୍ଷୁଣ୍ଣ ରହିବ।
କନ୍ୟା
ରବିଙ୍କ ପ୍ରଭାବରୁ ପ୍ରତ୍ୟେକ ପରିସ୍ଥିତିକୁ ସମ୍ଭାଳି ନେବାର ସାମର୍ଥ୍ୟ ରହିବ। ଆଜିର ରୋଜଗାର ଅପେକ୍ଷା ଖର୍ଚ୍ଚଭାର ବୃଦ୍ଧି ଯୋଗୁ ମନସ୍ତାପ କରିବେ। ପାରିବାରିକ ସ୍ଥିତି ଭଲ ନ ରହିଲେ ମଧ୍ୟ ବିଶେଷ ଗୁରୁତର ଆକାର ଧାରଣ କରିବ ନାହିଁ। ବାଣିଜ୍ୟ, ଯୋଗାଯୋଗ, କର୍ମାରମ୍ଭ ସାଙ୍ଗକୁ କାମ ହାସଲ କରିବାରେ ସମର୍ଥ ହେବେ।
ତୁଳା
ତୁଳା
ରାଶିକୁ ରବିଙ୍କ ଦୃଷ୍ଟି ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ସହିତ ଯାତ୍ରାରେ ସଫଳତା ପ୍ରଦାନ କରିବେ। ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ବିଭିନ୍ନ ଆଳ ଦେଖାଇ ଦୂରେଇ ରହିପାରେ। ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେଇପାରେ। ସଙ୍ଗୀତ ସମାରୋହ, ସତ୍‌ସଙ୍ଗ ଓ ମନୋରଞ୍ଜନରୁ ଖୁସି ରହିପାରନ୍ତି।
ବିଛା
ବିଛା
ତୃତୀୟାଧିପତି ଶନି ମୀନ ରାଶିସ୍ଥ ଯୋଗୁ ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସୁସମ୍ପର୍କ ରହିନପାରେ। ମତଭେଦ କାରଣରୁ ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ଅସମର୍ଥ ହେବେ। ସ୍ବାସ୍ଥ୍ୟ ସମସ୍ୟା ବହୁଳାଂଶରେ ଦୂରୀଭୂତ ହୋଇଯିବ। ମୂଲ୍ୟବାନ୍‌ ଜିନିଷ କିଣାବିକାରେ ସତର୍କ ନ ରହିଲେ ଠକାମିରେ ପଡ଼ିଯିବେ।
ଧନୁ
ଧନୁ
ରାହୁଙ୍କ ଦୃଷ୍ଟିରେ ଗୁରୁ ହେତୁ ଦୈହିକ ଅସୁସ୍ଥତା ସାଙ୍ଗକୁ ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିକୂଳ ସମୟ ହେତୁ ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିବ। ଉଚ୍ଚଗ୍ରହ ପ୍ରଭାବରେ ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଉନ୍ନତ ଫଳ ପାଇବେ। ଖଳ ଲୋକଙ୍କ ମିଥ୍ୟା ଅଭିଯୋଗରୁ ନିଜର ବନ୍ଧୁମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରା, କର୍ମାରମ୍ଭ, ଶିକ୍ଷା ଏବଂ ବନ୍ଧୁ ସମ୍ପର୍କ ବହୁତ ଭଲ ରହିବ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ବକେୟା ଅର୍ଥକୁ ଯୁକ୍ତିତର୍କ ମାଧ୍ୟମରେ ଆଦାୟ କରିବାରେ ସକ୍ଷମ ହେବେ। ଶ୍ରବଣା ନକ୍ଷତ୍ର ସକାଶେ ଗ୍ରହସ୍ଥିତିର ପ୍ରତିକୂଳତା ମାନସିକ ଅଶାନ୍ତିର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଆଜିର ସ୍ବାସ୍ଥ୍ୟ, ଅର୍ଥ, ସହଯୋଗ ପ୍ରାପ୍ତି ପରିବାର ଓ ଶିକ୍ଷା ପାଇଁ ଅନୁକୂଳ ରହିବ। ଦୀର୍ଘ ଦିନରୁ ଚିନ୍ତା କରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଧାତୁ ଅଳଙ୍କାରାଦି କ୍ରୟ ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପକ୍ଷପାତିତାକୁ ଆଧାର କରି କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ର ଆଶଙ୍କା ରହିଛି।
ମୀନମୀନ
ସମୟର ଅନୁକୂଳତା ଦୈନନ୍ଦିନର ଯାତ୍ରା ଓ କର୍ମସମୂହକୁ ସରଳ କରିବ। ଆଜି ଆନୁଷ୍ଠାନିକ କର୍ମରୁ ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସାର ପାତ୍ର ହେବେ। କର୍ମକ୍ଷେତ୍ର, ସଭାସମିତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବନ୍ଧୁ ପରିଜନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri