Posted inRasifala

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ। ଲେଖାପଢ଼ା, ସାହିତ୍ୟ, ବ୍ୟବସାୟିକ ସ୍ଥିତି ଭଲ ରହିବ। କେତୁଙ୍କ କୁପ୍ରଭାବରୁ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି। ଆଜିର ଯାତ୍ରା ସମସ୍ୟାବହୁଳ ରହିପାରେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗଜନିତ ବନ୍ଧୁ ପରିଜନ ଆପଣଙ୍କ କାମରେ ସହଯୋଗ କରିବେ। ସାଧାରଣ କଥାରେ ଅତ୍ୟଧିକ ଉତ୍ତେଜନା କିମ୍ବା ଭାବପ୍ରବଣତା ନିଜର ହିଁ କ୍ଷତି ସାଧନ କରିପାରେ। ଆଜିର ଯାତ୍ରାରେ ସକାଳୁ ବିତର୍କଜନିତ ମନଟା ବିଗିଡ଼ିଯାଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ମନ୍ଦ ହେବନି ଓ କର୍ମକ୍ଷେତ୍ରରେ ଜଞ୍ଜାଳ ବଢ଼ିଯାଇପାରେ।
ମିଥୁନ
ମିଥୁନ
ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ସମସ୍ୟା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ। ମକଦ୍ଦମା, ପ୍ରଶାସନ, ରାଜନୀତି ତଥା ଗଠନମୂଳକ ଓ ରାଜନୈତିକ ପୃଷ୍ଠଭୂମିରେ ଉତ୍ସାହିତ ରହିବେ। ସହକର୍ମୀଙ୍କ ସହ ସମ୍ପର୍କ ସାଙ୍ଗକୁ ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ସମସ୍ୟା ଆସିପାରେ।
କର୍କଟ
କର୍କଟ
ଆଜି ଶନି ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ଦୁର୍ଭାବନାଜନିତ ଉଦାସୀନତା ପରିଲକ୍ଷିତ ହେବ। କ୍ରନିକ ରୋଗର ପ୍ରାଦୁର୍ଭାବ ଫଳରେ ଅସୁସ୍ଥତାବଶତଃ କାମ ସ୍ଥଗିତ ରହିଯାଇପାରେ। ତଥାପି ପରିସ୍ଥିତକୁ ସାମ୍‌ନା କରିବାକୁ ଯାଇ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନା କରିବେ। ବହୁଦିନରୁ ଆଶା କରୁଥିବା ବନ୍ଧୁଙ୍କ ସହ ଦେଖା କରିବା ସୁଯୋଗ ପାଇ ଖୁସିହେବେ।
ସି˚ହ
ସି˚ହ
ଶୁକ୍ର କ୍ଷେତ୍ରସ୍ଥ ରବି ଓ ବୁଧ ସଂଯୋଗରୁ ଆଜିର ଦିନଟି ଏକ ସ୍ମରଣୀୟ ଦିବସ ଭଳି ସବୁଦିନ ପାଇଁ ମନେ ରହିବ। ଯେଉଁ କାମ କରିବେ ତାହା ପୂର୍ଣ୍ଣତାପ୍ରାପ୍ତ ହେବାରେ କୌଣସି ଅସୁବିଧା ରହିବ ନାହିଁ। ସଭାସମିତି, ବନ୍ଧୁମିଳନ ସାଙ୍ଗକୁ ପ୍ଳଟିଂ କାରବାର, ପରିବହନ, ପ୍ରଶାସନ, ମାଲିମକଦ୍ଦମା କ୍ଷେତ୍ର ଉନ୍ନତ ରହିବ।
କନ୍ୟା
ଜନ୍ମ ଚନ୍ଦ୍ର ହେତୁ ଅତ୍ୟଧିକ ଟେନ୍‌ସନଜନିତ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ କିମ୍ବା ଅପରିଣାମଦର୍ଶିତା ସମସ୍ୟାକୁ ବଢ଼ାଇ ଦେବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟି ଲକ୍ଷ୍ୟସାଧନରେ ବ୍ୟାଘାତ ସୃଷ୍ଟି କରିପାରେ। ଅବଶ୍ୟ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।
ତୁଳା
ତୁଳା
ଭାଗ୍ୟସ୍ଥାନରେ ଶୁକ୍ର ଯୋଗୁ ସକାଳୁ ସକାଳୁ ଖୁସି ଖବର ପାଇ ମନ ଉଲ୍ଲସିତ ହୋଇଉଠିବ। ଖଳଲୋକ ମାନଙ୍କ କଥାକୁ ବିଶ୍ୱାସକରି ନିଜର ଅତି ବିଶ୍ୱସ୍ତ ବନ୍ଧୁ ଭୁଲ୍‌ ବୁଝିପାରନ୍ତି। ଗୁରୁଜନଙ୍କ ମତକୁ ସମ୍ମାନଦେଇ ପ୍ରଶଂସିତ ହେବେ ଅର୍ଥ ଲାଭରୁ ଖୁସି ରହିବେ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ ହୋଇପାରେ।
ବିଛା
ବିଛା
ଲାଭାଧିପତି ଶନିଙ୍କ ଦୃଷ୍ଟିରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ଧିମା ଗତିରେ ସଫଳତା ପାଇବେ। ସଭାସମିତି,ଆଲୋଚନା,ବନ୍ଧୁ ସମ୍ପର୍କ, ପ୍ରଶାସନ, ରାଜନୀତି , ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ। ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ।
ଧନୁ
ଧନୁ
ଅଷ୍ଟମାଧିପତିଙ୍କ ତୃତୀୟଭାବ ସଂସ୍ଥିତି ଯୋଗୁ କଅଁଳ କଥାରେ ମର୍ମଭେଦୀ ବିବାଦୀୟ କଥା କହି ଅପ୍ରିୟତା ଅର୍ଜନ କରିବେ। ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସହ ଖର୍ଚ୍ଚ ପରିମାଣ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡ଼ିଯାଇପାରେ। ଅତି ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତହୋଇ ଆପଣଙ୍କ କାମ କରିବେ ନାହିଁ।
ମକର
ମକର
ରାଶିକୁ ଶନିଙ୍କ ଦୃଷ୍ଟି ଅତୀତ ସ୍ମୃତିକୁ ଜାଗ୍ରତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଅଯଥା କଳହରୁ ଦୂରେଇ ରୁହନ୍ତୁ, ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବା ସୂଚନା ରହିଛି। ଆର୍ଥିକ ଅନଟନ ଲାଗି ରହିବା ସହ ଉଚ୍ଚବର୍ଗଙ୍କ ସହାୟତା ପାଇବା ଯୋଗୁ ସ୍ଥିରତା ଫେରିପାଇବେ।
କୁମ୍ଭ
କୁମ୍ଭ
ରାହୁଙ୍କ ପ୍ରଭାବ ଆଜିର କର୍ମକ୍ଷେତ୍ର, ପରିବାର, ଯାନ ବାହନ, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଆହ୍ବାନ ବ୍ୟତିରେକ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। କୌଣସି ଖବର ପାଇ ହଠାତ୍‌ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରିଆସିବେ। ଶିକ୍ଷା, ଗବେଷଣା, ବିଦେଶ ଯାତ୍ରା, ସାହିତ୍ୟ, ସଙ୍ଗୀତ କ୍ଷେତ୍ର ପ୍ରଶସ୍ତ ରହିବ।
ମୀନମୀନ
ଆଜିର ଅନୁକୂଳ ଗ୍ରହ ସ୍ଥିତି ଉନ୍ନତିର କାରଣ ହେବ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ଅବଶ୍ୟ ବନ୍ଧୁଙ୍କଠାରୁ ଅଯାତିତ ସହାୟତା ପାଇବେ। ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡ଼ିବ। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri