Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୫ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ର ଆଜିର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ, ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଲଭିବେ। ଭାଇ, ବନ୍ଧୁ ତଥା ପଡ଼ୋଶୀଙ୍କ ସହ ସମତାଳ ଦେଇ ଚଳିବା ପାଇଁ ଚେଷ୍ଟାକଲେ ସୁଫଳ ମିଳିବ। ବୁଦ୍ଧିଜୀବୀଙ୍କ ସହ ଆଲୋଚନାରେ ସମୟ କଟାଇବେ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହୁଥିବାରୁ ମାନସିକ ଅସ୍ଥିରତା ଲାଗି ରହିବ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ଆଜି ଦିନସାରା ହସଖୁସିରେ ପ୍ରିୟଜନଙ୍କ ସହ ବିତାଇବେ। ପରିବାରରେ ବିଭିନ୍ନ ପ୍ରକାରର ବ୍ୟୟ ବରାଦର ଭରଣା କରିବା ସକାଶେ ବ୍ୟସ୍ତତା ବଢ଼ିଯାଇପାରେ। କାମର ଚାପ ବଢ଼ିବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇ ନ ପାରନ୍ତି। ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ର ସକାଶେ ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ ପାଇବେ। ମାତ୍ର ଆକସ୍ମିକ ଭାବରେ ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହୋଇପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ। କଳା, ସାହିତ୍ୟ, ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ରର ଅଧିକାଂଶ ସମୟ ତର୍କ ବିତର୍କ କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ସାମାଜିକ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମ ପ୍ରୀତିପ୍ରଦ ରହିବ।
ସି˚ହ
ସି˚ହ
ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ପରିସ୍ଥିତିରେ ପଡ଼ି ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଆଦାୟରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ। କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ଯାହା ମନକୁ ଆସୁଛି କରିଚାଲନ୍ତୁ, କୌଣସି ପ୍ରକାରର ପ୍ରତିରୋଧ କିମ୍ବା ପ୍ରତିବନ୍ଧକ ରହିବ ନାହିଁ। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ଚିତ୍ରା ନକ୍ଷତ୍ରର ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ପାରିପାର୍ଶ୍ୱିକ ସ୍ଥିତିର ପରିବର୍ତ୍ତନ ମନକୁ ସରସ ସୁନ୍ଦର କରିବାରେ ସମର୍ଥ ହେବ। ପାରିବାରିକ ଜୀବନରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ସ୍ବାତୀ ନକ୍ଷତ୍ର ବାଣିଜ୍ୟ ଓ ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ , ନତୁବା ସମସ୍ୟା ସୃଷ୍ଟି ହୋଇପାରେ।
ବିଛା
ବିଛା
ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଅନୁକୂଳ ରହିବ। ଯାହା ଚାହିଁବେ ତାହା ପାଇବେ ଓ କରିପାରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂରେଇଯିବା ସହ ଆଲୋଚନା ଫଳପ୍ରଦ ହେବ। ଅନୁରାଧା ନକ୍ଷତ୍ର ସକାଶେ ସାହିତ୍ୟ, ସଙ୍ଗୀତ, କ୍ରୀଡ଼ାରେ ସଫଳତା ମିଳିବ।
ଧନୁ
ଧନୁ
ପୂର୍ବ ସମସ୍ୟା ଦୂରେଇ ଯାଇଥିବାରୁ ମନ ହାଲୁକା ରହିବ। କେତେକ ଘଟଣାରେ ପୂର୍ବାଷାଢ଼ା ନକ୍ଷତ୍ର ସମସ୍ୟା ବିଜଡ଼ିତ ରହିବା ହେତୁ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ମକର
କିଛି ଭଲ ଓ ମନ୍ଦର ମିଶ୍ରିତ ଫଳ ଅନୁଭବ କରି ଦିନଟି ସ୍ବାଭାବିକ ଭାବରେ ବିତାଇବେ। ସତର୍କତାର ସହ କାମ କରନ୍ତୁ, କାରଣ ଏହାର ବ୍ୟତିକ୍ରମ କଲେ ସମସ୍ୟାକୁ ଟଣା ହୋଇପାରନ୍ତି। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବା ସାଙ୍ଗକୁ ଦୂରଯାତ୍ରାର ମଧ୍ୟ ସୁଯୋଗ ପାଇବେ। ଶ୍ରବଣା ନକ୍ଷତ୍ର ପରିସ୍ଥିତିକୁ ଆଖିଆଗରେ ରଖି ଚଳିବାକୁ ବାଧ୍ୟ ହେବେ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର ସକାଳୁ ଭ୍ରମଣ ସକାଶେ ମନ ବଳାଇ ଦୂର ସ୍ଥାନକୁ ଯାତ୍ର କରିପାରନ୍ତି। ଦୀର୍ଘ ସମୟରୁ ପ୍ରତୀକ୍ଷା କରି କରି ପରିଶେଷରେ ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। କେତେକ ମିଥ୍ୟାଭିଯୋଗକୁ କେନ୍ଦ୍ର କରି ମାନସିକ ସ୍ତରରେ ବିଚଳିତ ରହିବେ।
ମୀନମୀନ

ଆଜି ରେବତୀ ନକ୍ଷତ୍ର କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବା ହେତୁ ଖୁସି ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ନିଜ ଲୋକେ ସ୍ବାର୍ଥହାସଲ ନ ହେବା କାରଣରୁ ବିଶ୍ୱାସଘାତକତା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?