Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୫ ତାରିଖ – Daily Horoscope

ମେଷ
ବଳବାନ୍‌ କର୍ମାଧିପଙ୍କ ଶୁଭତ୍ୱରୁ ଆନୁଷ୍ଠାନିକ କାମରେ ଯୋଗ ଦେଇପାରନ୍ତି। କିନ୍ତୁ ଦୃଷ୍ଟିର ବିଷମତା ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବୃଦ୍ଧିପାଇବ । ଅବଶ୍ୟ, ସଭାସମିତି, ମାଲିମକଦ୍ଦମା କଥା କିମ୍ବା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ବନ୍ଧୁମିଳନର ଶେଷ ପର୍ଯ୍ୟାୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇ ପାରନ୍ତି।
ବୃଷ
ବୃଷ
ଆଜି ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଗୃହ ସଜ୍ଜାରେ ମନୋନିବେଶ କରିପାରନ୍ତି। ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ କିଛି ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ।
ମିଥୁନ
ମିଥୁନ
ଅଷ୍ଟମାଧିପଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । କୌଣସି ଅନାହୂତ ବ୍ୟକ୍ତିଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ପାରସ୍ପରିକ ଉତ୍ତମ ବୁଝାମଣାଜନିତ ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିବ। ପ୍ରତିବନ୍ଧକ କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ସୂଚନା ରହିଛି।
କର୍କଟ
କର୍କଟ
ସହକର୍ମୀମାନଙ୍କ ସହଯୋଗରୁ ହାତକୁ ନେଇଥିବା କାମ ସୁବିଧାରେ ହୋଇଯିବ । ପରିବାରରେ ସାଧାରଣ ମତାନ୍ତର ବ୍ୟତୀତ ଅନ୍ୟ କୌଣସି ଅସୁବିଧା ହେବନାହିଁ। ବିଭିନ୍ନ କ୍ଷେତ୍ରରେ ଜନସମ୍ପର୍କ ବୃଦ୍ଧି ପାଇବାରୁ ପ୍ରଶଂସିତ ହେବେ । ଅତୀତରେ ଘଟିଯାଇଥିବା ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ସାଧାରଣ କଥାରେ ପଡ଼ୋଶୀଙ୍କ ସହିତ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ପାରିବାରିକ ସ୍ଥିତି ପୂର୍ବପରି ରହିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିପାରନ୍ତି।
କନ୍ୟା
ବାରମ୍ବାର ଧୋକା ଖାଇବା କାରଣରୁ ଅନ୍ୟମାନଙ୍କ ପ୍ରତି ଥିବା ଭଲ ଧାରଣା ହ୍ରାସ ପାଇପାରେ। ଆର୍ଥିକସ୍ଥିତିର ଦୁର୍ବଳତା ପାରିବାରିକ ଅଶାନ୍ତିର କାରଣ ହୋଇପାରେ। ଅଟକି ରହିଥିବା କାମଟି ଜଣେ ବନ୍ଧୁଙ୍କ ସହଯୋଗରୁ ହାସଲ କରିବେ। କର୍ମକ୍ଷେତ୍ରରେ ସମସ୍ୟା ସୁଧାରିବା ସକାଶେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି।
ତୁଳା
ତୁଳା
ମୁଖଭାବରେ ଏକାଧିକ ଗ୍ରହ ଆପଣଙ୍କର ପ୍ରକାଶଭଙ୍ଗୀକୁ ବଦଳାଇଦେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରି ପରିସ୍ଥିତିକୁ ସୁଧାରି ନେବେ। ବ୍ୟବସାୟ କ୍ଷେତ୍ରରୁ ଅର୍ଥଲାଭ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ଓଲଟା କଥା କହିପାରନ୍ତି। ପରିବାରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଏବଂ ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ।
ଧନୁ
ଧନୁ
ସାଧାରଣ କଥାକୁ କେନ୍ଦ୍ରକରି ଯୁକ୍ତତର୍କ ହେତୁ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ମନ ଭଲ ନ ଥିବା କାରଣରୁ ଘରେ ମଧ୍ୟ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ସାୟାହ୍ନରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ପରାମର୍ଶ ଅନୁସାରେ କେତେକ ନୂତନ କାମର ପରିକଳ୍ପନା କରିବେ।
ମକର
ମକର
ପୂର୍ବାଲୋଚନା ପ୍ରକାରେ ଆଜିର କାମଗୁଡିକ ସବୁ ଠିକ୍‌ଠାକ୍‌ ହୋଇଯିବ। ଅର୍ଥ ସାହାଯ୍ୟ ପାଇବେ ଏବଂ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ଶ୍ରବଣା ନକ୍ଷତ୍ରର ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ ।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ଭାଇ, ବନ୍ଧୁଙ୍କ ସହ ମତାନ୍ତର ଓ କଳହ ହେତୁ ମାନସିକ ଅସ୍ଥିରତା ଦେଖାଦେବ। ମୁହଁରେ ମିଠା କଥା କହି ନିଜର ଭଳି ମନେହେଉଥିବା ବନ୍ଧୁଟି ଅସୁବିଧାରେ ପକାଇପାରନ୍ତି। ଗୃହ, ଭୂମି, ଗାଡ଼ି, ପ୍ରେସ୍‌, ପବ୍ଲିକେଶନ ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ଧନିଷ୍ଠା ନକ୍ଷତ୍ର ଚୁପହୋଇ ବସିରହିଲେ କ୍ଷତି ସହିବେ।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବା ସକାଶେ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିପାରନ୍ତି। କୌଣସି ପ୍ରମାଣ ନ ଥାଇ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ବିବାଦୀୟ ପରିସ୍ଥିତିରେ ବ୍ୟକ୍ତିଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଆଣିଦେବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri