Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ
ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ ହେବେ। ନିଜ ପରିବେଶରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବୃଷ
ବୃଷ
ଶୁକ୍ରଙ୍କ ପ୍ରଭାବ ପ୍ରତ୍ୟେକ ଦିଗ ସକାଶେ ଅନୁକୂଳ ରହିଲେ ମଧ୍ୟ ପାରିବାରିକ ସମସ୍ୟା ସମାଧାନ କରିପାରିବ ନାହିଁ। କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ସୁହାଇଲା ଭଳି କଥା କହିବେ। ବ୍ୟବସାୟ, ପରିବହନ, ଆଇନ ଓ ରାଜନୈତିକ ସଂଗଠନର କାର୍ଯ୍ୟ ଭଲ ଚାଲିବ। ବନ୍ଧୁଙ୍କ ନିକଟରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି।
ମିଥୁନ
ମିଥୁନ
ପାରିବାରିକ ଜୀବନ ପୂର୍ବଭଳି ରହିଲେ ମଧ୍ୟ ସମ୍ପର୍କୀୟଙ୍କ କାନକୁହା କଥା ବ୍ୟତିକ୍ରମ ସୃଷ୍ଟି କରିବ। ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଂଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ଜଣେ ହିତାକାଂକ୍ଷୀ ସାହାଯ୍ୟ କରିପାରନ୍ତି।
କର୍କଟ
କର୍କଟ
ଆଜି ବିବାଦୀୟ ପରିସ୍ଥିତି ହେତୁ କିଛି ନୂତନ କାମ ପାଇଁ ମନରେ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବା ଦିଗରେ ପାଖପଡୋଶୀ ସାହାଯ୍ୟ କରିପାରନ୍ତି। ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ଅଧିକାଂଶ ସମୟ ସମସ୍ୟାଗ୍ରସ୍ତ ରହିବା ହେତୁ ମନ ବିଚଳିତ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କୌଣସି ପରିିସ୍ଥିତିରେ ଭାଙ୍ଗିପଡ଼ନ୍ତୁ ନାହିଁ। ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା, ଅଶାନ୍ତି ଓ ଋଣଭାର କ୍ରମଶଃ ହ୍ରାସ ପାଇବ।
କନ୍ୟା
ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ରହିପାରିବେ ନାହିଁ। ବନ୍ଧୁମାନଙ୍କ ପ୍ରାୟୋଜିତ ହଠାତ୍‌ କୈାଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଟଙ୍କା ପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ।
ତୁଳା
ତୁଳା
ବହୁତ ଦିନରୁ ଚେଷ୍ଟା କରୁଥିବା କାମଟି ଜଣେ ସହକର୍ମୀଙ୍କ ଜରିଆରେ ଫଳବତୀ ହେବା ସୂଚନା ରହିଛି। ଆମତ୍ୀୟଙ୍କ ସମସ୍ୟା ବିଷୟରେ ଦୁଶ୍ଚିନ୍ତା ବୃଦ୍ଧି ସମ୍ଭାବନା ରହିଛି। ଶିଳ୍ପ, ବ୍ୟବସାୟ, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ। ମନୋରଞ୍ଜନର ମଉକା ବିଶାଖା ନକ୍ଷତ୍ରର ଜୀବନ ଯାତ୍ରାକୁ ମଧୁମୟ କରିବ।
ବିଛା
ବିଛା
ଦୃଢ଼ ଇଚ୍ଛାଶକ୍ତି ସାଙ୍ଗକୁ ସାହସିକ ପଦକ୍ଷେପ ଅସମ୍ଭବକୁ ସମ୍ଭବ କରିବାରେ ସାହାଯ୍ୟ କରିବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ଠିକ୍‌ ହୋଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ କାମ ହାସଲ କରିବେ। ପାଖ ପଡୋଶୀମାନଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
ବନ୍ଧୁମାନେ ବିରୁଦ୍ଧାଚରଣ କଲେ ମଧ୍ୟ ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ। ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ। ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।
ମକର
ମକର
ସମ୍ପର୍କୀୟଙ୍କୁ ସାହାଯ୍ୟ ସହ ଭଲ ପାଇବାକୁ କେନ୍ଦ୍ର କରି ପାରିବାରିକ ସମସ୍ୟା ଦେଖାଦେବ। ଅଫିସିଆଲି ଟେନ୍ସନ ଲାଗି ରହିବାରୁ ରକ୍ତଚାପ ବଢିପାରେ। ଧାରକରଜ କରି କାମ ତୁଲାଇ ନେବେ, କିନ୍ତୁ ସମ୍ପର୍କୀୟ ପାଖ ମାଡିବେ ନାହିଁ। ନିଜର ଦାୟିତ୍ୱହୀନ ମନ୍ତବ୍ୟର ପରିଣାମ ସ୍ବରୂପ ନିଜକୁ ଅପମାନିତ କିମ୍ବା ମନସ୍ତାପ କରିବାକୁ ପଡିବ।
କୁମ୍ଭ
କୁମ୍ଭ
ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ସୁଫଳ ପାଇବେ। ଦୂରଯାତ୍ରାରେ ଦୀର୍ଘ ଦିନର ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।
ମୀନମୀନ

ଆଜି ଘରକୁ ଫେରିବା ରାସ୍ତାରେ ବନ୍ଧୁଟିଏ ଭେଟି କୈାଣସି ସାହାଯ୍ୟ ଭିକ୍ଷା କରିପାରନ୍ତି। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖାଯାଇଥିବା ଅର୍ଥ ଅନ୍ୟ ଦିଗରେ ବିନିଯୋଗ କରିବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri