Posted inRasifala

ରାଶିଫଳ: ରବିବାର, ଜୁନ୍ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରର ସମସ୍ୟା ଦୃଢ଼ ହସ୍ତରେ ଦମନ କରିବାରେ ସମର୍ଥ ହେବେ। ଛୋଟ ଘଟଣା ପ୍ରତି ଧ୍ୟାନ ଦେଲେ ନିଜ ଲୋକ ସନ୍ଦେହ ପରିସରକୁ ଆସିଯିବେ। ପୂର୍ବ ଶତ୍ରୁତା କାରଣରୁ ଆରକ୍ଷୀ ସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିବ। ବ୍ୟବସାୟରେ ଉଚ୍ଚ ଫଳ ପ୍ରାପ୍ତି। ମହିଳାମାନେ ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣ ହେବେ।
ବୃଷ
ବୃଷ
ପୂର୍ବ ଶତ୍ରୁତା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍‌ ସମୀକ୍ଷା କରିପାରିବେ ନାହିଁ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ସାଧାରଣ ସମସ୍ୟା ଲାଗିରହିବ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି ଏବଂ ପରିବହନରେ ସ୍ଥିତି ମାନ୍ଦା ହେବନାହଁି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସହକର୍ମୀଟିର ମନୋଭାବ ବଦଳିଯାଇପାରେ।
ମିଥୁନ
ମିଥୁନ
ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଭିତରେ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅନୁକୂଳ ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ବ୍ୟବସାୟରେ ବ୍ୟସ୍ତ ରହିବେ, ମାତ୍ର ବିଶେଷ ଭାବରେ ଲାଭବାନ୍‌ ହେବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ପ୍ରତିବନ୍ଧକ ଜନିତ ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମାନ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ। ଅଭାବ, ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଅସାବଧାନତା କାରଣରୁ ଧନହାନି ଘଟିପାରେ। ବୟସ୍କଙ୍କ ବାରଣ ନ ମାନିଲେ ସମସ୍ୟାର ସମ୍ମୁଖୀନ ହେବେ।
କନ୍ୟା
ପ୍ରଚଣ୍ଡ ଖରା କାରଣରୁ ଶାରୀରିକ ସୁସ୍ଥତା ବ୍ୟାହତ ହୋଇପାରେ। ଶିକ୍ଷା, ଲେଖାପଢ଼ା ତଥା ସନ୍ତାନଙ୍କ କ୍ଷେତ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ବାଣିଜ୍ୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ତୁଳା
ତୁଳା
କାର୍ଯ୍ୟବ୍ୟସ୍ତତା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଆପଣଙ୍କ ସୁବିଧା ଓ ଅସୁବିଧାର ସମୀକ୍ଷା କରି ଘରଲୋକ ବ୍ୟସ୍ତବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ସମସ୍ୟା ସମାଧାନରେ ସହାୟକ ହେବ। ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ମାନସିକ ସ୍ଥିରତା କ୍ଷୁଣ୍ଣ ହୋଇପାରେ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚରୁ ପରିବାରରେ ମତଭେଦ ତୀବ୍ରହେବା ଆଶଙ୍କା ରହିଛି। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ। ବ୍ୟବସାୟିକ ଦିଗଟି ଗତାନୁଗତିକ ରୀତିରେ ଗଡ଼ିଚାଲିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ଆଗମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଆଜି ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ ସକାଶେ ଋଣସୂତ୍ରରେ ଅର୍ଥଲାଭ କରିପାରନ୍ତି। ଜମିଜମା, ମାଲି ମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ।
ମକର
ମକର
ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କ’ଣ କରିବେ କିମ୍ବା କ’ଣ ନ କରିବେ ସ୍ଥିର କରିପାରିବେ ନାହିଁ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବାର ସୁଯୋଗ ପାଇବେ। ମାଲିମକଦ୍ଦମାରେ ସଫଳତା ହାସଲର ସୌଭାଗ୍ୟ ଅର୍ଜନ କରିପାରନ୍ତି।
କୁମ୍ଭ
କୁମ୍ଭ
ସମସ୍ୟା ସଙ୍ଗରେ ଲଢ଼େଇ କରି ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହେବ। ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ହେତୁ କିଛିଟା ବ୍ୟତିକ୍ରମ ଅବଶ୍ୟ ପରିଲକ୍ଷିତ ହେବ।
ମୀନମୀନ
ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଭଲରେ ଅତିବାହିତ ହେବ। ସହକର୍ମୀ ମାନଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରି ଯିବ। ନିକଟ ସମ୍ପର୍କୀୟମାନଙ୍କଠାରୁ ପରାମର୍ଶ ନେବା ଭଲ ହେବ, ଯାହାକି ଆପଣଙ୍କ କାମରେ ଆସିପାରେ। ଆଜିର ପାରିଶ୍ରମିକ ମନ ଲାଖି ନହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri