Posted inRasifala

ରାଶିଫଳ: ଶନିବାର, ଜୁନ୍ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ର ପ୍ରତି ବିଭିନ୍ନ ସମସ୍ୟା ଆସିଲେ ମଧ୍ୟ ଦୃଢ଼ ହସ୍ତରେ ତାହା ଦମନ କରିବାରେ ସମର୍ଥ ହେବେ। ଦ୍ୱିଜା ନକ୍ଷତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଥାନା କିମ୍ବା ହାଜତରେ ଆରକ୍ଷୀ ସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିବ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ପାପଯୁକ୍ତ ଚନ୍ଦ୍ର ହେତୁ ପ୍ରତ୍ୟେକ କାର୍ଯ୍ୟାବଳୀର ଠିକ୍‌ ସମୀକ୍ଷା କରିପାରିବେ ନାହିଁ। ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣିପାରି ନଥିବା ଜିନିଷଟି ଆଜି ଆଣିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି ଏବଂ ପରିବହନରେ ସ୍ଥିତି ମାନ୍ଦା ହେବନାହଁି।
ମିଥୁନ
ମିଥୁନ
ଘର କାମ ସାଙ୍ଗକୁ ବନ୍ଧୁମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ବାଧ୍ୟ ହୋଇପାରନ୍ତି। ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ବ୍ୟବସାୟରେ ବ୍ୟସ୍ତ ରହିବେ ମାତ୍ର ବିଶେଷ ଭାବରେ ଲାଭବାନ୍‌ ହେବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
କର୍କଟ
କର୍କଟ
କର୍ମସ୍ଥାନ ପାପଗ୍ରହଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଙ୍ଗ୍‌, ପ୍ରଭୃତିରେ ବ୍ୟସ୍ତ ରହିବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବାଧାପ୍ରାପ୍ତ ହୋଇପାରେ। ପର ଉପରେ ନିର୍ଭର ନ କରି ଚଳିପାରିବେ ନାହିଁ କିମ୍ବା ନିର୍ଭର କରିବା ଦ୍ୱାରା ପୂର୍ଣ୍ଣ ମାତ୍ରାରେ କାମ ମଧ୍ୟ ହାସଲ ହୋଇପାରିବ ନାହିଁ।
ସି˚ହ
ସି˚ହ
କେତୁଙ୍କ କୁପ୍ରଭାବରୁ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। ନିଜର ସାଙ୍ଗସାଥୀମାନେ ହିଁ ଆପଣଙ୍କ ପାଇଁ ପରୋକ୍ଷ କ୍ଷତି ସାଧନରେ ଲିପ୍ତ ରହି ପାରନ୍ତି। କାହାର କଥା ନ ଶୁଣି ନିଜ ମନଇଚ୍ଛା କାମ କରିବା ଫଳରେ କିଛିଟା ସାମୟିକ ସମସ୍ୟାର ସମ୍ମୁଖୀନ ହେବେ।
କନ୍ୟା
ସଚେତନତା ଅଭାବ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ହେତୁ ଶାରୀରିକ ସୁସ୍ଥତା ବ୍ୟାହତ ହେବ। ଚିତ୍ରା ନକ୍ଷତ୍ର ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲରେ ସମର୍ଥ ହେବେ। କାମଟିକୁ ଶେଷ କରିବାରେ ସମସ୍ୟାର ସାମ୍‌ନା କରିବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ତୁଳା
ତୁଳା
ରାଶିରେ କେତୁଙ୍କ ଯୋଗୁ ଅଧିକାଂଶ ସମୟ ମାନସିକ ଅସ୍ଥିରତା ଲାଗି ରହିବ। ସାଧାରଣ କଥାକୁ କେନ୍ଦ୍ର କରି ଅଧସ୍ତନ କର୍ମଚାରୀ ସମସ୍ୟାକୁ ବୃଦ୍ଧି କରିବେ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ସମସ୍ୟା ସୃଷ୍ଟି କରିବ। ଆଲୋଚନାରେ, ସଭାସମିତିରେ, ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବିଛା
ବିଛା
ଅଷ୍ଟମସ୍ଥ ରବି ହେତୁ କର୍ମକ୍ଷେତ୍ରରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ମଧ୍ୟ ମାନସିକ ସ୍ଥିରତା କ୍ଷୁଣ୍ଣ ହେବ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚରୁ ପରିବାରରେ ମତଭେଦ ତୀବ୍ର ହୋଇପାରେ। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ।
ଧନୁ
ଧନୁ
ପାପଗ୍ରସ୍ତ ଚନ୍ଦ୍ରଙ୍କ ସ୍ଥିତିର ପ୍ରଭାବରେ ଅସୁବିଧାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ ହେଉ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ମୂଳା ନକ୍ଷତ୍ର ଆଜି ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ।
ମକର
ମକର
ଚତୁର୍ଥକେନ୍ଦ୍ରର କୁପ୍ରଭାବରୁ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ କୌଣସି କାର୍ଯ୍ୟ ସୁବିଧାରେ ହେବନାହିଁ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବେ। ସଭାସମିତି, ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବା ହେତୁ ଚିନ୍ତିତ ରହିପାରନ୍ତି।
କୁମ୍ଭ
କୁମ୍ଭ
ମୁଖସ୍ଥ ମଙ୍ଗଳଗ୍ରହଙ୍କ ଯୋଗୁ ସମସ୍ୟା ସହ ଲଢ଼େଇ କରି ପରିସ୍ଥିତିରୁ ମୁକୁଳିବାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନଙ୍କ ପରୋକ୍ଷ ଶତ୍ରୁତା ହେତୁ କିଛିଟା ବ୍ୟତିକ୍ରମ ଅବଶ୍ୟ ପରିଲକ୍ଷିତ ହେବ।
ମୀନମୀନ
ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ। ରେବତୀ ନକ୍ଷତ୍ରର ଧନସ୍ଥାନ ପାପଗ୍ରହ ପ୍ରଭାବରେ ଥିବାରୁ ଧନହାନି ଘଟିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରିଯିବ। ପାରିଶ୍ରମିକ ମନଲାଖି ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?