Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ
ଆଜି ସକାଳୁ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ନେବେ। ଖଳଲୋକଙ୍କ ଅପପ୍ରଚାରକ୍ରମେ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି। ଅଶ୍ୱିନୀ ନକ୍ଷତ୍ର କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ, ଅର୍ଥପ୍ରାପ୍ତି ହେବନାହିଁ।
ବୃଷ
ବୃଷ
ଜଣେ ବନ୍ଧୁଙ୍କ ପ୍ରରୋଚନାରେ ଅପରିଚିତାଙ୍କ ସହ ମିତ୍ରତା ଅନୁତାପର କାରଣ ହୋଇପାରେ। ବହୁତ କାମ ହାତକୁ ନେଇ ବ୍ୟସ୍ତ ହେବେ, କିନ୍ତୁ ସମୟାନୁକ୍ରମେ ସବୁ ଠିକ୍‌ ହୋଇଯିବ। ଅପରାହ୍ନରେ ସହକର୍ମୀଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂରହେବ। ଦ୍ୱିଜା ନକ୍ଷତ୍ରର କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।
ମିଥୁନ
ମିଥୁନ
ସକାଳୁ ସକାଳୁ ବଳକା କାମ ଶୀଘ୍ର ଶେଷ କରିବା ଲାଗି ବ୍ୟସ୍ତ ହୋଇପଡ଼ିବେ। କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟିହେବ। କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ଆରଦ୍ରା ନକ୍ଷତ୍ର ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ।
କର୍କଟ
କର୍କଟ
ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଲାଗିରହିଲେ ମଧ୍ୟ ମନର ବଳ ଖୁବ୍‌ ଟାଣ ରହିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଦିନ ଗୋଟାଏ ପରେ ପାଇବେ। ନିର୍ମାଣ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ଅଶ୍ଳେଷା ନକ୍ଷତ୍ର ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ପ୍ରତି କ୍ଷେତ୍ରରେ ଜଗିରଖି ନ ଚଳିଲେ ସବୁ ଦିଗରୁ ଅଶାନ୍ତି ସୃଷ୍ଟି ଆଶଙ୍କା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ଉତ୍ସାହର ସହ କାମ କରିବା ପାଇଁ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟହେବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ପାଇଁ ସୁଯୋଗ ହାତଛଡ଼ା ହେବାରୁ ନିର୍ମାଣ କାମରେ ପଛେଇଯିବେ।
କନ୍ୟା
ଚିତ୍ରା ନକ୍ଷତ୍ରର ସ୍ବାସ୍ଥ୍ୟହାନିଜନିତ ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ। ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରନ୍ତି, ଏଣୁ ସତର୍କତାର ସହ କଥାବାର୍ତ୍ତା କରିବା ଭଲ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ତୁଳା
ତୁଳା
ଗତକାଲି ଯାହା ଚିନ୍ତା କରିଛନ୍ତି ଆଜି ଠିକ୍‌ ନିର୍ଦ୍ଦିଷ୍ଟ ସମୟରେ ତାହା କରିବାରେ ସଫଳ ହେବେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ପରେ ବହୁ ଚିନ୍ତା କରିବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ରର ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ। ପ୍ରବଚନ, ସତ୍‌ସଂଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ।
ବିଛା
ବିଛା
ବିଭିନ୍ନ ଅସମାହିତ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ କରିବାକୁ ବାଧ୍ୟହେବେ। ଅନୁରାଧା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଆର୍ଥତ୍କ ଅନଟନରୁ ମନ ଦୁଃଖରେ ରହିବାକୁ ବାଧ୍ୟହେବେ।
ଧନୁ
ଧନୁ
ମତାନ୍ତରଜନିତ ସାଧାରଣ କଥାରେ ପଡ଼ୋଶୀ ମୁହଁ ଫେରାଇ ନେଇପାରନ୍ତି। ସାହିତ୍ୟ ଚର୍ଚ୍ଚା, ଆଧ୍ୟାତ୍ମିକତା, ସାମ୍ବାଦିକତା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟହେବେ। ପୂର୍ବାଷାଢ଼ା ନକ୍ଷତ୍ର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରିବେ।
ମକର
ମକର
କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଋଣ ପରିଶୋଧ କରି ନ ପାରିବା କାରଣରୁ ସମସ୍ୟାରେ ଛନ୍ଦି ହୋଇ ପଡ଼ିବେ। ଧନିଷ୍ଠା ନକ୍ଷତ୍ର ଆତ୍ମୀୟମାନଙ୍କଠାରୁ ସ୍ନେହ ଓ ସହାନୁଭୂତି ପାଇ ଭାବପ୍ରବଣ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ। ଶତଭିଷା ନକ୍ଷତ୍ରର ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉନ୍ନତି ପରିଲକ୍ଷିତ ହେବ। ବସନ, ଭୂଷଣ ପ୍ରଭୃତି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମୀନମୀନ

ପରିବାରର ଆର୍ଥିକ ଦୂରବସ୍ଥା ଲାଗିରହିଲେ ମଧ୍ୟ କାମ ଅଟକିବ ନାହିଁ। ସାମୟିକ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ମାତ୍ର କର୍ମକ୍ଷେତ୍ରର ସମସ୍ୟାରେ ଛନ୍ଦି ହୋଇପାରନ୍ତି। ରେବତୀ ନକ୍ଷତ୍ରର ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବା ଦୁଶ୍ଚିନ୍ତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?