Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୨୫ ତାରିଖ – Daily Horoscope

ମେଷ
ଆଜି ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରକୁ ଉନ୍ନତ ରହିବା ହେତୁ ମନ ଖୁସି ରହିବ। ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ସାମାନ୍ୟ ବିଳମ୍ବରେ ହିଁ ଆଶାଜନକ ଫଳପାଇବେ। ବାଣିଜ୍ୟ, ବ୍ୟବସାୟରେ ଟେନ୍‌ସନ୍‌ ଲାଗି ରହିବ, ମାତ୍ର ଲାଭ କମିବ ନାହିଁ। ସମସ୍ୟାଗୁଡ଼ିକର ସରଳ ସମାଧାନ ହୋଇପାରିବା କାରଣରୁ ନିଜକୁ ହାଲୁକା ମନେକରିବେ।
ବୃଷ
ବୃଷ
ବିଭିନ୍ନ ସମସ୍ୟା ମଧ୍ୟରେ ନିଜକୁ ଅସହାୟ ମନେ କରିପାରନ୍ତି। ପରିସ୍ଥିତିବଶତଃ ପରିବାରରେ ଆପଣଙ୍କ ଅପବ୍ୟୟର ସୀମା ଟପିଯାଇପାରେ। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ। ବ୍ୟବସାୟ, ବାଣିଜ୍ୟରେ କିଛି ଅସୁବିଧା ନ ଥିଲେ ମଧ୍ୟ ବେପାର ସନ୍ତୋଷଜନକ ହେବ ନାହିଁ।
ମିଥୁନ
ମିଥୁନ
ସତର୍କତା ଅଭାବରୁ ସମସ୍ୟାର ସମାଧାନ କରିବାକୁ ଯାଇ ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି। କାରଣ ଯାହା କହିବେ ତାହାହିଁ ଆପଣଙ୍କ ପାଖକୁ ବୁମେରାଂ ଭଳି ଫେରି ଆସିବାର ଆଶଙ୍କା ରହିଛି। ବନ୍ଧୁମାନଙ୍କ ନିକଟରୁ ଅର୍ଥ ଓ ସହଯୋଗ,ସୁଖ ସମ୍ମାନ ଊଣା ହେବ ନାହିଁ। କର୍ମକ୍ଷେତ୍ର୍ରରେ ସହକର୍ମୀଙ୍କ କୁଟିଳ ଚିନ୍ତାଧାରାରେ ଅତିଷ୍ଠ ହୋଇପାରନ୍ତି।
କର୍କଟ
କର୍କଟ
ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ, କିନ୍ତୁ କିଛି ଅସୁବିଧା ହେବନି। ଈର୍ଷାପରାୟଣ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବା ସହ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରିବେ। ଆନୁଷ୍ଠାନିକ କାମ, ସାହିତ୍ୟ, ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ କିଛି ଦେଲେହିଁ କିଛି ପାଇବେ, ଯାହାକି ଆଜି ଅନୁଭବରେ ଆସିପାରେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ପାରିବାରିକ ଅସୁବିଧା ଓ ଅସାମସ୍ୟତା କର୍ମକ୍ଷେତ୍ରକୁ ବିଳମ୍ବିତ କରିବ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ।
କନ୍ୟା
କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବା କାରଣରୁ ସହଜରେ କାମ ହାସଲ ହେବା କଷ୍ଟକର ହେବ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଅର୍ଥ ସମ୍ପର୍କୀୟ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି। ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ତୁଳା
ତୁଳା
ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଆପଣ ବିବାଦ କିମ୍ବା ପ୍ରତିଦ୍ୱନ୍ଦ୍ୱିତା କଲେ ନିଜେହିଁ କ୍ଷତିରେ ପଡ଼ିବେ। ବାଣିଜ୍ୟ, ବ୍ୟବସାୟ ବ୍ୟତୀତ ଅନ୍ୟାନ୍ୟ କାମ ସୁବିଧାରେ ହାସଲ କରିବା କଷ୍ଟକର ହୋଇପଡ଼ିବ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ପାରିବାରିକ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ଭଲ ରହିନପାରେ। ସମସ୍ୟାକୁ ସମାଧାନ କରିବା ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଗବେଷଣା, ଅଧ୍ୟୟନ, ଅଧ୍ୟାପନା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଗୁରୁଜନ ମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ।
ଧନୁ
ଧନୁ
ଅନ୍ୟମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ ସଫଳତା ପାଇବେ। ଆଜି ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି, ଅବଶ୍ୟ ବିଶେଷ କିଛି ଗୁରୁତର ଅବସ୍ଥା ଆସିବ ନାହିଁ। ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିବେ, କିନ୍ତୁ କିଛି କରିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ, ତଥାପି ଟେନ୍‌ସନ ଲାଗି ରହିବ।
ମକର
ମକର
ଆର୍ଥିକ ଅନଟନ ଓ କେତେକ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ। ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ କେତେକ ଚିନ୍ତା ମନକୁ ବ୍ୟାକୁଳିତ କରିପାରେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ଲାଗି ରହିବ। ପୂଜା ସାମଗ୍ରୀ, ଷ୍ଟେସ୍‌ନାରୀ, ଜିନିଷର ବ୍ୟବସାୟ, ହୋଟେଲ ଶିଳ୍ପରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ଦୀର୍ଘଦିନ ହେଲା ହାତକୁ ନେଇଥିବା କାମଟି ନିଶ୍ଚିତ ହେବ। ଆଜି କଠିନ ପରିଶ୍ରମଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ପରୋକ୍ଷ ଭାବରେ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ, ତଥାପି କେତେକ କାମ ଅଟକି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲ କରିବେ। ସନ୍ତାନହେତୁକ ଚିନ୍ତା ଦୂରହେବ।
ମୀନମୀନ
ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରହିବା ଭଲ ହେବ। ଆଲୋଚନା ପରିସରରେ ତର୍କ ବିତର୍କ କାରଣରୁ କର୍ମକ୍ଷେତ୍ରରେ ଟେନସନ୍‌ ବଢ଼ିପାରେ। ମିତ୍ରମାନେ ଈର୍ଷାପରାୟଣ ହୋଇ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୨ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମସ୍ୟା ସୁଧାରି ନେବାରେ ସଫଳ ହେବେ। ସାହାଯ୍ୟ…

ରାଶିଫଳ: ବୁଧବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର, ଅର୍ଥଲାଭ, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ ଭାଗ୍ୟ ସ୍ଥାନରେ ଚନ୍ଦ୍ର ଥିବାରୁ ଖୁସୀ ମନରେ କାମ କରିବା ସହ ବନ୍ଧୁ ପରିଜନମାନଙ୍କ ଆଦରଣୀୟ ହେବେ। ଶନିଙ୍କ ଦୁର୍ବଳତା କାରଣରୁ କେତେକ ସାମାନ୍ୟ ଭୁଲ୍‍ରୁ…

ରାଶିଫଳ: ସୋମବାର, ଜୁନ୍ ୨୯ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ। ସାମାନ୍ୟ ଭୁଲ୍‍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri