Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ
ଆଜି ହସି ହସି କଥା କହି କାମ ହାସଲ କରିପାରିବେ। ଘରର କେତେକ ରହିଯାଇଥିବା କାମକୁ ଶେଷ କରିବା ସକାଶେ ଚିନ୍ତା କରି ପାରନ୍ତି। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ହୋଇଯିବ। ଅଫିସରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଦୂରବନ୍ଧୁ ଆଗମନ ସମ୍ଭାବନା।
ବୃଷ
ବୃଷ
ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ। ଯେ କୌଣସି କ୍ଷେତ୍ରରେ ବିନା ସମସ୍ୟାରେ କାର୍ଯ୍ୟ ହାସଲ କରିପାରିବେ। ବ୍ୟବସାୟରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଆଜି ପୂର୍ବାହ୍ନରେ ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ। ଉଦ୍ୟମ ସଫଳ ଦିଗରେ ମଧ୍ୟ କେତେକ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ, ରାଜନୀତିରେ, ସଭାସମିତିରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ଆମତ୍ୀୟମାନଙ୍କ ପରୋକ୍ଷ ଶତ୍ରୁତା ଦୁଶ୍ଚିନ୍ତାର କାରଣ ହେବ।
କର୍କଟ
କର୍କଟ
କାମଗୁଡ଼ିକ ପୂର୍ଣ୍ଣାଙ୍ଗ ନ ହୋଇଥିବା କାରଣରୁ ଅଧିକାଂଶ ସମୟ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିବ। ସଭାସମିତିରେ କିମ୍ବା ଅଫିସରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ, କିନ୍ତୁ କୌଣସି କୁପ୍ରଭାବ ପଡ଼ିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ପରିସ୍ଥିତିରେ ପଡ଼ି ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନ ତଥା ନିର୍ମାଣ ପାଇଁ ମନ୍ଦ ନୁହେଁ। ଆଜି ମଧ୍ୟାହ୍ନ ପରେ ପରେ ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବା କାରଣରୁ ମନରେ ଭାବପ୍ରବଣତା ସୃଷ୍ଟି ହେବ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରରେ ରହିବ, ଅତଏବ କେତେକାଂଶରେ ମନ ହାଲୁକା ରହିବ। ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ବିଛା
ବିଛା
ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ସମସ୍ୟା ଦୂର ହୋଇଯିବା ସାଙ୍ଗକୁ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ। ସତର୍କରେ ଚଳନ୍ତୁ, ଅନ୍ୟଥା ନିଜର ପାଖ ଲୋକମାନେ ଅପପ୍ରଚାର କରିପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମାଲୋଚନାର ପାତ୍ର ହେବାକୁ ପଡ଼ିବ। ପ୍ରତିଦ୍ୱନ୍ଦ୍ୱିତା ଓ କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ସମସ୍ୟା ବିଜଡ଼ିତ ରହିବା ହେତୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ବିଚାର ନ କରି ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବ। ସଭାସମିତି ଓ ସଙ୍ଗଠନ କ୍ଷେତ୍ରରେ ପ୍ରଭୂତ ସଫଳତା ହାସଲ କରିବେ।
ମକର
ମକର
ଆଜି ସତର୍କତାର ସହ କାମ କରନ୍ତୁ, ନତୁବା ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିବେ।
କୁମ୍ଭ
କୁମ୍ଭ
ପ୍ରଥମରୁ ଭଲ ସମ୍ପର୍କ ଥିବା ବନ୍ଧୁମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଦୂରେଇ ଯାଇପାରନ୍ତି। ସାଧାରଣ ପାଟିତୁଣ୍ଡ କରିବା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନମୀନ

ସଫଳତା ଅବଶ୍ୟ ପାଇବେ, କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ପଡ଼ିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଖୁସି ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?