Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୪ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ହେତୁ କାର୍ଯ୍ୟସିଦ୍ଧି, ବନ୍ଧୁମିଳନ ସାଙ୍ଗକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟାଇବେ। ଭୂମି ସମ୍ବନ୍ଧିତ ପ୍ରତ୍ୟେକ କର୍ମ ଓ ପଦାର୍ଥ, କର୍ମକ୍ଷେତ୍ର, ସ୍ବାସ୍ଥ୍ୟ ଉନ୍ନତ ସ୍ଥିତିରେ ରହିବ। ସୀମାହୀନ ଧୈର୍ଯ୍ୟ ପ୍ରଭାବରେ ଅସାଧ୍ୟ ସାଧନ କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସାମୟିକ ଭାବରେ ନୀରବ ରହିପାରନ୍ତି।
ବୃଷ
ବୃଷ
ଶୁକ୍ରଙ୍କ ବିପରୀତ ରାଜଯୋଗ ପ୍ରଭାବରେ ଶତ୍ରୁତାର ସମାଧାନ, ଋଣ ପରିଶୋଧ, ଦୂରଯାତ୍ରା କରିପାରନ୍ତି। ଘରେ ହେଉ କିମ୍ବା ବାହାରେ, ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ମିଥୁନ
ମିଥୁନ
ସପ୍ତମସ୍ଥ ଶୁକ୍ର ଆପଣଙ୍କୁ ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ ଏବଂ ସଭା ସମିତିରେ ସଫଳ କରାଇବ। ବନ୍ଧୁ ଗହଣରେ ସାଧାରଣ କଥାରୁ କଳହ ଲାଗିପାରେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ କୌଣସି ମୂଲ୍ୟବାନ୍‌ ଜିନିଷ କ୍ରୟ କରିବାକୁ ମନ ବଳାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହ ସମ୍ବନ୍ଧରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ଭାବପ୍ରବଣତା ବୃଦ୍ଧି ଯୋଗୁ ସୁଯୋଗ ହରାଇ ପାରନ୍ତି। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇବ।
ସି˚ହ
ସି˚ହ
ରାଶ୍ୟାଧିପତି ଧନଭାବସ୍ଥ ଯୋଗୁ ଆଜି ଯେଉଁ କାମରେ ହାତ ଦେବେ ସଫଳ ହେବେ। ଜିନିଷପତ୍ର ପ୍ରତି ସତର୍କ ଦୃଷ୍ଟି ରଖିବା ଭଲ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ହେବାରୁ ସାମୟିକ ଆଶ୍ୱସ୍ତି ମିଳିବ। ନୂତନ ଚୁକ୍ତିପତ୍ର, ଜମିଜମା କ୍ରୟ ବିକ୍ରୟ, ଯାନବାହନ କ୍ରୟ ବିକ୍ରୟ ଏବଂ ଲେଖାପଢ଼ା କ୍ଷେତ୍ରରୁ ସୁଫଳ ପାଇବେ।
କନ୍ୟା
ଭାଗ୍ୟସ୍ଥାନସ୍ଥ ବୃହସ୍ପତିଙ୍କ ପ୍ରଭାବରେ ସତ୍‌କର୍ମ କରିବା ଦିଗରେ ଅନୁପ୍ରେରିତ ହେବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟବସାୟରେ ସନ୍ତୋଷଜନକ ଫଳ ପାଇବେ।
ତୁଳା
ତୁଳା
ବ୍ୟୟାଧିପ ଧର୍ମସ୍ଥାନକୁ ଅବଲୋକନ କରୁଥିବାରୁ ଧର୍ମକାର୍ଯ୍ୟରେ ବ୍ୟୟବୃଦ୍ଧି ଘଟିବ। ଘରେ ସାଧାରଣ କଥାରେ ଝଗଡ଼ା ଲାଗିବାର ଆଶଙ୍କା ରହିଛି। ଯାତ୍ରା ସମୟରେ ଯାନବାହନରେ ସତର୍କ ରହିବା ଭଲ ହେବ, ଅନ୍ୟଥା ସମସ୍ୟା ଆସିପାରେ। ଆଜି କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ବିଛା
ବିଛା
ମୁଖ୍ୟ ଭାବରେ ଶୁକ୍ର ଥିବାରୁ କଥାବାର୍ତ୍ତାରେ ମଧୁରତା ଅନ୍ୟମାନଙ୍କୁ ଆକର୍ଷିତ କରାଇବ। ରବିଙ୍କ ଦୁର୍ବଳତା କାରଣରୁ କର୍ମକ୍ଷେତ୍ରରେ ଯେତେ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ସଫଳତା ମିଳି ନ ପାରେ। ଅଧିକାଂଶ ସମୟ ମୁଣ୍ଡବ୍ୟଥାଜନିତ କଷ୍ଟ ଅନୁଭବ କରିପାରନ୍ତି। ପୂର୍ବାଲୋଚନାନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ।
ଧନୁ
ଧନୁ
ଲାଭାଧିପ ଗ୍ରହ ଅନୁକୂଳ ବାତାବରଣ ମଧ୍ୟରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। କର୍ମ ସମ୍ପାଦନ ସହ ସମସ୍ୟାର ସରଳ ସମାଧାନ ଦିଗରେ ଚେଷ୍ଟିତ ହୋଇପାରନ୍ତି। ମୂଲ୍ୟବାନ୍‌ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍‌ଶିପ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର
ମକର
ସପ୍ତମାଧିପତି ଦୁଃସ୍ଥାନସ୍ଥ ଯୋଗୁ ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା ସମ୍ବନ୍ଧୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ରହିବେ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗଠନ, ରାଜନୀତି ଓ ବନ୍ଧୁମିଳନ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅନ୍ୟମନସ୍କ ରହିବେ, କିନ୍ତୁ ପ୍ରିୟ ବନ୍ଧୁଙ୍କଠାରୁ ଆଦର ଅଭ୍ୟର୍ଥନା ପାଇବେ।
କୁମ୍ଭ
କୁମ୍ଭ
ଧନାଧିପ ଦେବଗୁରୁଙ୍କ କେନ୍ଦ୍ରସ୍ଥ ସ୍ଥିତି ପ୍ରଭାବରୁ ଅର୍ଥନୈତିକ ପ୍ରଗତିଜନିତ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ବାଣିଜ୍ୟ, ବ୍ୟବସାୟ, କଚେରି ମାମଲା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ର ଅପରିବର୍ତ୍ତିତ ରହିପାରେ।
ମୀନମୀନ

ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ବନ୍ଧୁମିଳନ ମଧ୍ୟରେ ଖୁସିରେ ସମୟ ଅତିବାହିତ କରିପାରନ୍ତି। ଦିନଟିରେ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ ଏବଂ ନୂତନ ଯୋଜନା କରିବାରେ ମନ ଦେବେ। କିନ୍ତୁ ଈର୍ଷାପର ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ଯାଇପାରନ୍ତି। ପରିବାରରେ ଲାଗି ରହିଥିବା ଦୀର୍ଘ ଦିନର ଅଶାନ୍ତି ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?