Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୪ ତାରିଖ – Daily Horoscope

ମେଷ
ଅତୀତ କଥାକୁ ମନରେ ସ୍ଥାନ ଦେଇ ବିଫଳତାର କାରଣ ଖୋଜିବୁଲିବେ। ଏକାଧିକ ଗ୍ରହ ଧନସ୍ଥାନକୁ ଦେଖୁଥିବାରୁ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କର୍ମକ୍ଷେତ୍ରରେ ସାଧାରଣ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘରକଥା ଆଲୋଚନା କରି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲାଭଳି କାମ କରିପାରନ୍ତି।
ବୃଷ
ବୃଷ
ଚାରୋଟି ଗ୍ରହ ରାଶିକୁ ଦେଖୁଥିବାରୁ ଏକାଧିକ କାମରେ ଅନୁପ୍ରବେଶ କରିପାରନ୍ତି। ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ପାଇବା କଷ୍ଟକର ହେବନାହିଁ। ଅବହେଳାଜନିତ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ।
ମିଥୁନ
ମିଥୁନ
ବନ୍ଧୁଙ୍କ ପରାମର୍ଶକ୍ରମେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାହାଯ୍ୟ ସହଯୋଗ ମନୋବୃତ୍ତିରୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ଏବଂ ପ୍ରଶଂସିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତିର ସହ କାମଟି କରିଦେବାର ପ୍ରତିଶ୍ରୁତି ଦେବେ। ସାହିତ୍ୟ, ସାମ୍ବାଦିକତା, କଳା, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଖଳ ଲୋକଙ୍କ କଥାରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ବୁଝତ୍ି ଦୂରେଇ ରହିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମହିଳାଙ୍କ ମନରେ ସରସତା ରହିବ ନାହିଁ।
ସି˚ହ
ସି˚ହ
ଅନ୍ୟମାନଙ୍କ ବିରୋଧ ସାଙ୍ଗକୁ ସାମାନ୍ୟ ଭୁଲ୍‌ରୁ କାମ ବିଶୃଙ୍ଖଳିତ ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ମାନସିକ ଚାପରେ ଅନ୍ୟମନସ୍କ ରହିପାରନ୍ତି। ଅଭାବ ଓ ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହାନୁଭୂତିପୂର୍ଣ୍ଣ କଥାରୁ ଆଶ୍ୱସ୍ତି ମିଳିବ। ଆଜି ପ୍ରବାସୀଙ୍କ ପକ୍ଷରେ ଘରକଥା ମନକୁ ବେଶି ଆନ୍ଦୋଳିତ କରିପାରେ।
କନ୍ୟା
ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକଜନିତ କାର୍ଯ୍ୟହାନିରୁ କ୍ଷୋଭ ପ୍ରକାଶ କରିବେ। ମାନସିକ ଅଶାନ୍ତି କାରଣରୁ ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ। ଉପରିସ୍ଥଙ୍କ ଅନୁଗ୍ରହରୁ ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ତୁଳା
ତୁଳା
ଆଜି ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିବ।
ବିଛା
ବିଛା
ବହୁତ ଦିନରୁ ଚିନ୍ତା କରୁଥିବା କାମରେ ସଫଳତା ପାଇପାରନ୍ତି। ବନ୍ଧୁଙ୍କ ଅନୁରୋଧବଶତଃ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଆଳାପରେ ସମୟ କଟାଇବାର ସୁଯୋଗ ମିଳିବ। ସାହିତ୍ୟ, ସାମ୍ବାଦିକତା, ସଭାସମିତି, ଚୁକ୍ତିପତ୍ର ସମ୍ପର୍କିତ କାମଗୁଡିକ ସହଜସାଧ୍ୟ ହୋଇପାରିବ।
ଧନୁ
ଧନୁ
ପରିବାରରେ ତର୍କବିତର୍କ ସାଙ୍ଗକୁ ଭୁଲ୍‌ ବୁଝାମଣା କାରଣରୁ ଟେନ୍‌ସନ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ଲାଗି ଜଣେ ବନ୍ଧୁ ସାହାଯ୍ୟ କରିବେ। ସାମାଜିକସ୍ତରରେ ପାଖ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ। କିନ୍ତୁ ସାମୟିକ ଭାବେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ମକର
ମକର
ମାନସିକ ଅସ୍ଥିରତା ରହିଲେ ମଧ୍ୟ କାମ ହାସଲରେ କୌଣସି ଅସୁବିଧା ରହିବନାହିଁ। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ନତୁବା ଜିନିଷପତ୍ର ହଜିଯାଇପାରେ। ସଭାସମିତିରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କ୍ରୀଡ଼ା, ସଙ୍ଗୀତ ଏବଂ ଯୋଗାଭ୍ୟାସ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
କୁମ୍ଭ
କୁମ୍ଭ
ଆଲୋଚନା କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଲାଗିରହିଥିବା ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପଡ଼ୋଶୀଙ୍କ ରୁକ୍ଷ ବ୍ୟବହାର ମନରେ ଆଘାତ ଦେଇପାରେ। କାମଗୁଡ଼ିକ ବିଳମ୍ବିତ ହେଉଥିବାରୁ ଅଧସ୍ତନ କର୍ମଚାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିପାରନ୍ତି।
ମୀନମୀନ
ବନ୍ଧୁମାନଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ବନ୍ଧୁ ଓ ଆମତ୍ୀୟସ୍ବଜନଙ୍କ ସହଯୋଗରେ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆଜି ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri