Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ହେତୁ ସ୍ଥଗିତ କାମ ସମ୍ପନ୍ନ ସକାଶେ ତପ୍ତର ରହିବେ। ବନ୍ଧୁଙ୍କ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଅଧିକ ଶ୍ରମ ଓ ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ଅଧ୍ୟାପନା, ପ୍ରଶାସନିକ ସେବା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଆଜି ଚନ୍ଦ୍ର ଏବଂ ବୃହସ୍ପତିଙ୍କ ଷଡାଷ୍ଟକ ସ୍ଥିତି ହେତୁ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହୋଇପାରେ। ଦୀର୍ଘଦିନର ବିବାଦୀୟ ସମସ୍ୟା ନେଇ ଟେନସନ ବୃଦ୍ଧି ପାଇବ। କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବ, ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି। କଳା, କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟିଜନିତ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ପାଇବେ। କିନ୍ତୁ ଅତି ନିଜର ସମ୍ପର୍କୀୟମାନେ ଆପଣଙ୍କ ଭଲ କାମକୁ ନ ଦେଖି ଦୋଷତ୍ରୁଟି ଗାଇ ବୁଲିପାରନ୍ତି। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ଶୁକ୍ର ଓ ବୃହସ୍ପତିଙ୍କ କ୍ଷେତ୍ର ବିନିମୟ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପ୍ରଦାନରେ ସହାୟକ ହେବ। ଗତକାଲିଠାରୁ ଆପଣ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ପ୍ରକାଶନ, ପ୍ରଶାସନ, ରାଜନୀତି ଓ ଆନୁଷ୍ଠାନିକ କାମଗୁଡିକ ସହଜରେ ସାଧିତ ହେବ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିପାରନ୍ତି।
ସି˚ହ
ସି˚ହ
ସପ୍ତମାଧିପ ସପ୍ତମସ୍ଥ ଯୋଗୁ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିପାରନ୍ତି। ଆର୍ଥିକ ଅନଟନକୁ କେନ୍ଦ୍ରକରି ମାନସିକ ଶାନ୍ତି ବ୍ୟାହତ ହେବ। ପାରିବାରିକ କ୍ଷେତ୍ରରେ ପରିସ୍ଥିତିବଶତଃ ଆପଣ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। କୌଣସି କାମ ନ ଅଟଳିଲେ ମଧ୍ୟ ମନ ଅଧିକାଂଶ ସମୟ ବିଚଳିତ ରହିବ।
କନ୍ୟା
ବୃହସ୍ପତିଙ୍କ ନବମସ୍ଥିତିଜନିତ ସୁଚିନ୍ତିତ ବିଚାରଧାରା ଓ କାର୍ଯ୍ୟପ୍ରଣାଳୀ ପ୍ରତ୍ୟେକ କାମକୁ ସମ୍ପନ୍ନରେ ସହାୟକ ହେବ। ସମୟୋପଯୋଗୀ ପଦକ୍ଷେପ ନେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପରିବାରର ସାଧାରଣ କଥା ଜଟିଳ ରୂପ ଧାରଣ କରିପାରେ। ଆଶା ପୂରଣ ହେବ ଓ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ।
ତୁଳା
ତୁଳା
ଧନାଧିପତିଙ୍କ ଶୁଭତ୍ୱରୁ ମାନସିକ ସ୍ଥିରତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, କାର୍ଯ୍ୟସିଦ୍ଧି ସହ ଅର୍ଥପ୍ରାପ୍ତିରୁ ମନ ଖୁସି ରହିବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଅନୁତାପ କରିବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ବିଛା
ବିଛା
ଦ୍ୱିତୀୟାଧିପତି ନିଜ ଭାବରୁ ଷଷ୍ଠ ଯୋଗୁ ଆପଣଙ୍କ କଥାବାର୍ତ୍ତାରେ ବ୍ୟତିକ୍ରମ ସମସ୍ୟା ସୃଷ୍ଟି କରିପାରେ। ଲାଗି ରହିଥିବା ସମସ୍ୟାର ଗତି ବଦଳିଯିବାରୁ ମାନସିକ ସ୍ଥିତି ଠିକ୍‌ ରହିବ। ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଲୋଚନା ପରିସରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
ଧନୁ
ଧନୁ
କର୍ମଭାବସ୍ଥ କେତୁଙ୍କ ପ୍ରଭାବରେ ଅସାବଧାନତାରୁ ଧନହାନି, କଳହ ଓ ଶାରୀରିକ ଆଘାତ ପାଇବାର ଆଶଙ୍କା ରହିଛି। ସହକର୍ମୀଙ୍କ ମିଥ୍ୟାଭିଯୋଗ କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରନ୍ତି।
ମକର
ମକର
ଉଚ୍ଚସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିବେ ଏବଂ ସହଯୋଗର ଅଭାବ ରହିବ ନାହିଁ। ଆଲୋଚନା ଅବସରରେ ଆମତ୍ୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବେ। ପଡୋଶୀଙ୍କ ସହାୟତାରେ ବାକି ଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜି ହିଁ ଶେଷ କରିବାକୁ ଚିନ୍ତା କରୁଥିବା କାମଟିରେ ନିରାଶ ହେବାକୁ ପଡିପାରେ।
କୁମ୍ଭ
କୁମ୍ଭ
ଅଷ୍ଟମ ଭାବସ୍ଥ କେତୁଙ୍କ କୁପ୍ରଭାବଜନିତ ମନ ଅସ୍ଥିର ରହିବ। ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। ପୂର୍ବର କେତେକ ବିବାଦୀୟ କଥାକୁ ମନେପକାଇ ଆତ୍ମୀୟସ୍ୱଜନ ଦୂରେଇ ଯାଇପାରନ୍ତି। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି ।
ମୀନମୀନ

ରାଶିରେ ଚତୁଃଗ୍ରହଜନିତ ରାଜଯୋଗ ସୃଷ୍ଟି ହୋଇଥିବାରୁ ପ୍ରତ୍ୟେକ କାମରେ ସଫଳତା ପାଇବେ ।
ଜଣେ ସହକର୍ମୀଙ୍କ ସାହାଯ୍ୟ ସବୁ ଦିନ ସକାଶେ ସ୍ମରଣୀୟ ରହିଯାଇପାରେ । ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବା ହେତୁ ଆକସ୍ମିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?