Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। କିନ୍ତୁ କୃତ୍ତିକା ନକ୍ଷତ୍ର ସକାଶେ ଅଫିସରେ ଅନ୍ୟମାନଙ୍କ କଥାଗୁଡ଼ିକ ଭଲ ଲାଗିବ ନାହିଁ। ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ନିକଟସ୍ଥ ବ୍ୟକ୍ତିଙ୍କୁ ମନ ବୁଝିଲା ଭଳି କଥା କହି ଆପଣେଇନେବେ। ମୃଗଶିରା ନକ୍ଷତ୍ରର କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ଘଟଣାରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ବାଣିଜ୍ୟ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ମିଥୁନ
ମିଥୁନ
ମନର ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାରେ ପଛେଇଯିବେ। ପୁନର୍ବସୁ ନକ୍ଷତ୍ରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ଅସ୍ଥିର ମନର କ୍ରୋଧ ସକାଶରୁ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଅବଶ୍ୟ ଆରଦ୍ରା ନକ୍ଷତ୍ର ପାଇଁ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ସତର୍କରେ କାମ ନ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ଅଶ୍ଳେଷା ନକ୍ଷତ୍ର ପିଲାଙ୍କ କଳହକୁ କେନ୍ଦ୍ର କରି ଓ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଦୈନନ୍ଦିନ ଆବଶ୍ୟକତା ପୂରଣରେ ଅସୁବିଧା ରହିବ ନାହିଁ। ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ।
ସି˚ହ
ସି˚ହ
ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି।
କନ୍ୟା
ଚିତ୍ରା ନକ୍ଷତ୍ର ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହୋଇ ମଧ୍ୟସ୍ଥତା କଲେ ସମାଲୋଚିତ ହେବେ। ଟେନ୍‌ସନ ଜନିତ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ସକାଶେ ପ୍ରତିକୂଳ ପ୍ରଭାବ ପକାଇପାରେ। ତର୍କବିତର୍କ କାରଣରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଆଜି ପୁଣି ଯୋଡ଼ି ହୋଇଯିବ। ନିର୍ମାଣ, କର୍ମାରମ୍ଭ ତଥା ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ।
ତୁଳା
ତୁଳା
ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ଚିତ୍ରା ନକ୍ଷତ୍ରର ପରିବାରରେ ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ବନ୍ଧୁମାନଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ। ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ବିଛା
ବିଛା
ବିଳମ୍ବରେ ଲକ୍ଷ୍ୟସ୍ଥଳକୁ ଯାତ୍ରା ପରିସ୍ଥିତିକୁ ଓଲଟ ପାଲଟ କରିଦେଇପାରେ। ସମସ୍ତ କାମ ଠିକ୍‌ରେ ଚାଲିବ, ମାତ୍ର ଅସାବଧାନତାରୁ ଦ୍ରବ୍ୟ ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ କିମ୍ବା ପାରିବାରିକ ସ୍ତରରେ ଯାହା ଆଶଙ୍କା କରୁଛନ୍ତି, ସେମିତି କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ପରିବାର ସଦସ୍ୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବ, କିନ୍ତୁ ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ। ପୂର୍ବାଷାଢ଼ା ନକ୍ଷତ୍ର କେତେକ ନୂତନ କାମର ପରିକଳ୍ପନା କରି କୃତକାର୍ଯ୍ୟ ହେବେ। ସାମୟିକ ଭାବରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
ମକର
ମକର
ଶ୍ରବଣା ନକ୍ଷତ୍ର ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ଖୁସି ରହିବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି। ବୟସ୍କ ବ୍ୟକ୍ତିମାନଙ୍କ ନିକଟରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ।
କୁମ୍ଭ
କୁମ୍ଭ
ମାନସିକ ଅବସାଦ ବୃଦ୍ଧି ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଶତଭିଷା ନକ୍ଷତ୍ର ହଠାତ୍‌ ପ୍ରିୟ ବନ୍ଧୁଟିର କୌଣସି ଘଟଣା ମନକୁ ବିବ୍ରତ କରିପାରେ। ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଯାନବାହନ, ବାଣିଜ୍ୟ ସମସ୍ୟା କ୍ରମଶଃ ଜଟିଳ ହେବାର ଆଶଙ୍କା ଦେଖାଦେବ।
ମୀନମୀନ

ନିକଟତମ ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ରେବତୀ ନକ୍ଷତ୍ର କେତେକ କ୍ଷେତ୍ରରେ ଅଜଣା ଭୟରେ ଆତଙ୍କିତ ହୋଇ କୌଣସି କାର୍ଯ୍ୟାରମ୍ଭ କରିପାରିବେ ନାହିଁ। ମତଭେଦ ଲାଗି ରହିବା କାରଣରୁ ପରିବାରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ। ସଭାସମିତିରେ ଗଠନମୂଳକ ପରାମର୍ଶ ଦେଇ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?