ମହିଳା କେନ୍ଦ୍ରିକ ହେବ ଗଣତନ୍ତ୍ର ଦିବସ: ଭାରତୀୟ ମୂଳ ଫରାସୀ ସୈନିକ ପରେଡରେ କରିବେ ଅଂଶଗ୍ରହଣ, ପ୍ରଥମ ଥର ପାଇଁ ମହିଳା କଣ୍ଟିଜେଣ୍ଟ ସାମିଲ…

ନୂଆଦିଲ୍ଲୀ,୨୩।୧ : ଭାରତୀୟ ସେନାର ମେଜର ଜେନେରାଲ ସୁମିତ ମେହେଟ୍ଟା ମଙ୍ଗଳବାର ଗଣତନ୍ତ୍ର ଦିବସ ପରେଡ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମ ଥର ପାଇଁ ସମସ୍ତ ମହିଳା ସୈନିକଙ୍କୁ ନେଇ ଏକ ସୈନ୍ୟ କଣ୍ଟିଜେଣ୍ଟ କତ୍ତର୍ବ୍ୟ ପଥରେ ପରେଡ଼ କରିବେ। ଏଥର ଗଣତନ୍ତ୍ର ଦିବସ ପରେଡ ସଂପୂର୍ଣ୍ଣ ଭାବେ ମହିଳା କେନ୍ଦ୍ରିକ ହେବ ଏବଂ ଏହାର ବିଷୟବସ୍ତୁ ‘ବିକଶିତ ଭାରତ’ ଏବଂ ‘ ଭାରତ – ମଦର ଅଫ ଡେମୋକ୍ରାସି’ ହେବ।

ଜାନୁଆରୀ ୨୬ରେ ପୂର୍ବାହ୍ନ ସାଢ଼େ ୧୦ଟା ଠାରୁ ପରେଡ଼ ବିଜୟ ଚୌକ ଠାରୁ କତ୍ତର୍ବ୍ୟ ପଥରେ ଆରମ୍ଭ ହେବ। ପରେଡର କମାଣ୍ଡର ହେବେ ଦିଲ୍ଲୀ ଏରିଆ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଭବନେଶ କୁମାର। ମହିଳା କଣ୍ଟିଜେଣ୍ଟରେ ସମସ୍ତ ତିନୋଟି ସେବାରୁ ମହିଳା ସୈନିକ ସାମିଲ ହେବେ।

ପରମବୀର ଚକ୍ର ବିଜେତା କ୍ୟାପଟେନ ଯୋଗେନ୍ଦ୍ର ଯାଦବ ଏବଂ ସୁବେଦାର ମେଜର ସଞ୍ଜୟ କୁମାର ମଧ୍ୟ ଏହି ପରେଡରେ ଅଂଶଗ୍ରହଣ କରିବେ। ରିପବ୍ଲିକ ଡେ ପ୍ୟାରେଡରେ ଫ୍ରାନ୍ସର ସାମରିକ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ଏହି କଣ୍ଟିଜେଣ୍ଟ ବିଷୟରେ ବିଶେଷ କଥା ହେଉଛି ଏଥିରେ ଭାରତୀୟ ଏବଂ ନେପାଳର ମୂଳ ଫରାସୀ ସୈନିକମାନେ ସାମିଲ ହେବେ । ଏହା ସହିତ, ଦୁଇଟି ଫରାସୀ ରାଫାଲ ବିମାନ ଏବଂ ଗୋଟିଏ ଇନ୍ଧନ ବିମାନ ଫ୍ଲାଏପାଷ୍ଟ କରିବ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ପରେଡରେ ଯୋଗଦେବେ।

ପରେଡରେ ଟେରେନ ଭେଇକିଲ, ଲାଇଟ ସ୍ପେଶାଲିଷ୍ଟ ଭେଇକିଲ, ସ୍ପେଶାଲ ମୋବିଲିଟି ଭେଇକିଲ ଭଳି ସେନାର ଅନେକ ଆଧୁନିକ ଯାନ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏହା ସହିତ ଏଏଲଏଚ ଧ୍ରୁବ, ରୁଦ୍ର ଏବଂ ଏଲସିଏଚ ପ୍ରଚଣ୍ଡା ମଧ୍ୟ ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କରିବେ। ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ସମେତ ବାୟୁସେନାର ୫୧ ବିମାନ ମଧ୍ୟ ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କରିବେ। ବିଶେଷ କଥା ହେଉଛି ଏହି ବିମାନଗୁଡିକର ୧୫ ପାଇଲଟ ମହିଳା ହେବେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?