Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ
ଆଜି ପାପଯୁକ୍ତ ଚନ୍ଦ୍ର ହେତୁ ବିଷାଦିତ ରହିପାରନ୍ତି। ତରବରିଆ କାମ କିମ୍ବା ସତର୍କତା ଅଭାବରୁ ଧନହାନିର ସୂଚନା ରହିଛି। ଶତ୍ରୁତା ହେତୁ କର୍ମକ୍ଷେତ୍ରରେ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ବ୍ୟବସାୟ କ୍ଷେତ୍ର, କଳା, ସାହିତ୍ୟ, ପ୍ରଶାସନିକ କ୍ଷେତ୍ର, ଗବେଷଣା ଓ ଅନୁସନ୍ଧାନାଦି କାର୍ଯ୍ୟରେ ପ୍ରତିଷ୍ଠାର୍ଜନ କରିବେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲେ ମଧ୍ୟ ଫଳ ମିଳିବ ଓଲଟା। ଯାହାକୁ ନିଜର ବୋଲି ଖୋଲା ମନ ନେଇ ଗୋପନୀୟ କଥା କହିବେ, ଦୁର୍ବଳତାର ସୁଯୋଗ ନେଇ ସିଏ ହିଁ ଦାଉ ସାଧିବ। ଆର୍ଥିକ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ କେତେକାଂଶରେ ଦୂରୀଭୂତ ହେବ। ଅବଶ୍ୟ ନୂତନ ଯୋଜନାରେ କୃତକାଯର୍‌ୟ ହେବେ।
ମିଥୁନ
ମିଥୁନ
ତୃତୀୟସ୍ଥ ବୁଧଙ୍କ ଯୋଗୁ ପାରିବାରିକ ସମସ୍ୟା ହିଁ ଆଜିର ମୁଖ୍ୟ ଚିନ୍ତାର କାରଣ ହେବ। ନିଜ ନିଜର ସ୍ବାର୍ଥସାଧନ ସକାଶେ ବନ୍ଧୁମାନେ ଆପଣଙ୍କ ଉପରୁ ନଜର ହଟଇବେ। ସରକାରୀ କ୍ଷେତ୍ରରୁ ଆଦେଶ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାଧାରଣ ଘଟଣାକୁ ନେଇ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି।
କର୍କଟ
କର୍କଟ
ଅଷ୍ଟମସ୍ଥ ଶନି ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅବସ୍ଥା ଭଲ ନ ହେଲେ ମଧ୍ୟ ମନ୍ଦ ହେବ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ।
ସି˚ହ
ସି˚ହ
ରାଶିରେ ରବି ଓ ବୁଧଙ୍କ ଯୋଗ ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ଆଜି ପୁଣି ଯୋଡିହୋଇଯିବ। କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି।
କନ୍ୟା
ଭଲ ଚିନ୍ତା କଲେ ମଧ୍ୟ କ’ଣ ହେବ? ପରିବେଶ ଓ ପରିସ୍ଥିତି ଭିନ୍ନ ବାଟରେ ଯିବା ପାଇଁ ମାର୍ଗ ଉନ୍ମୁକ୍ତ କରିବ। ଶୁକ୍ରଙ୍କ ପ୍ରଭାବରୁ ଲୋଭନୀୟ ପ୍ରତିଶ୍ରୁତି ମାଧ୍ୟମରେ ବନ୍ଧୁଙ୍କୁ ଆପଣେଇପାରନ୍ତି। ସାଂସ୍କୃତିକ, ରାଜନୈତିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ତୁଳା
ତୁଳା
ଯାହାକୁ ଯାହା କହିବାକୁ ଚିନ୍ତା କରୁଥିଲେ ମଧ୍ୟ କହି ପାରିବେ ନାହିଁ। ଚନ୍ଦ୍ର ସହ କେତୁଙ୍କ ଯୋଗୁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ ମଧ୍ୟ କରିପାରିବେନି। ବନ୍ଧୁ କିମ୍ବା ସହକର୍ମୀଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବହନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନୈରାଶ୍ୟଜନକ ସ୍ଥିତି ଲାଗିରହିବ।
ବିଛା
ବିଛା
ଆତ୍ମୀୟ ସ୍ବଜନମାନଙ୍କ ଅନାଦର ଭାବ ଓ ବେଖାତିର କଥାର ସମୀକ୍ଷା କରିବେ। ଅସଜଡ଼ା ପରିବାରକୁ ସଜାଡ଼ିବା ସକାଶେ ଦୁଶ୍ଚିନ୍ତା ମଧ୍ୟ ଲାଗିରହିବ। କର୍ମସ୍ଥାନରେ ରବି ଓ ବୁଧ ଥିବାରୁ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନସ୍ଥ କରିବେ। ବ୍ୟବସାୟ, ବାଣିଜ୍ୟ ଏକ ପ୍ରକାର ଚଳନୀୟ ରହିବ।
ଧନୁ
ଧନୁ
ଶନିଙ୍କ ପ୍ରଭାବରେ କଠୋର ପରିଶ୍ରମଜନିତ ଶାନ୍ତିରେ ସୁନିଦ୍ରା ମଧ୍ୟ ନ ହୋଇପାରେ। କେତେକଙ୍କ କ୍ଷେତ୍ରରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ମାତ୍ର ପୂର୍ବାଷାଢ଼ା ନକ୍ଷତ୍ର ହାତକୁ ନେଇଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ତରଫରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ଆଜିର ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାର୍ଯ୍ୟ, ଆଲୋଚନା, ସଭାସମିତି ପ୍ରଭୃତିରୁ ସନ୍ତୋଷଜନକ ଫଳ ପାଇବେ। ବଳହୀନ ମଙ୍ଗଳଙ୍କ କୁପ୍ରଭାବରୁ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା ଦ୍ୱିଗୁଣିତ ହୋଇପାରେ। ଦୀର୍ଘ ଦିନର ବକେୟା ଅର୍ଥ ବନ୍ଧୁଙ୍କ ସହାୟତାରେ ଆଜି ପ୍ରାପ୍ତ ହେବ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ହଟିଯିବ।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକ ବହୁତ ବିଳମ୍ବରେ ସମ୍ପନ୍ନ ହେବ। ଅନ୍ୟମାନଙ୍କ ନିକଟରୁ ସାହାଯ୍ୟ ଆଶା ନିରର୍ଥକ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂରୀଭୂତ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିବେ।
ମୀନମୀନ

ଆଜିର ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତି ନେବାରେ ସହାୟକ ହେବ। ନିଜର ବୁଦ୍ଧିମତ୍ତା ମାଧ୍ୟମରେ ଅସମ୍ଭବ ମନେହେଉଥିବା କାମକୁ ସମ୍ଭବ କରିପାରିବେ। ଶତ୍ରୁମାନେ ମିତ୍ରଭଳି ଆଚରଣ କରିବା ସାଙ୍ଗକୁ ଆତ୍ମୀୟମାନେ ପାଖେଇ ଆସିବେ। କୌଣସି ଆନୁଷ୍ଠାନିକ ଉତ୍ସବାରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri