Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ
କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମ ଅଟକିବ ନାହିଁ। ସହକର୍ମୀ କିମ୍ବା ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିପାରନ୍ତି। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ପଡ଼ୋଶୀମାନେ ସାଧାରଣ କଥାରେ କଳହ କରିପାରନ୍ତି। ନିଜ ଲୋକଙ୍କ ପକ୍ଷପାତିତାରୁ ବ୍ୟସ୍ତ ହୋଇପାରନ୍ତି।
ବୃଷ
ବୃଷ
ଆକସ୍ମିକ ଭାବରେ ପରିବାରରେ ସ୍ବାସ୍ଥ୍ୟ ହାନି ସମ୍ପର୍କିତ ଚିନ୍ତା କରି ଅଶାନ୍ତ ରହିବେ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାଯର୍‌ୟର ଗତି ମନ୍ଥର ହେବ।
ମିଥୁନ
ମିଥୁନ
ବିଭିନ୍ନ ସମସ୍ୟା ଥିଲେ ମଧ୍ୟ କାମ ଠିକ୍‌ ସମୟରେ କରିପାରିବେ। କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମରେ ସଫଳତା ନିଶ୍ଚିତ କିନ୍ତୁ ବିଳମ୍ବରେ ପାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ନତୁବା ଅପଦସ୍ଥ ହୋଇପାରନ୍ତି । ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି କିନ୍ତୁ ପାରିବେ ନାହିଁ ।
କର୍କଟ
କର୍କଟ
ଆପଣ ଏମିତି କିଛି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବେ, ଯାହା କି ଆପଣ କଳ୍ପନା ମଧ୍ୟ କରି ନ ଥିବେ। ତଥାପି ପରିବର୍ତ୍ତିତ ପରିସ୍ଥିତିରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ କିନ୍ତୁ ରାଜନୈତିକ ସ୍ଥିତି ସରଗରମ ରହିବ ।
ସି˚ହ
ସି˚ହ
ଆଜି ଦିନଟିର ଉତ୍ତରାର୍ଦ୍ଧରେ ଆର୍ଥିକ ଅନଟନ, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
କନ୍ୟା
ସବୁ ପ୍ରକାରର ସୁବିଧା ଥାଇ ମଧ୍ୟ ପାରିବାରିକ ଜୀବନରେ ମାନସିକ ଶାନ୍ତିର ଅଭାବ ଅନୁଭବ କରିବେ। ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହେବେ। ଗୃହ ସଜ୍ଜାରେ ମନୋନିବେଶ କରିବେ ଓ ପଡ଼ୋଶୀଙ୍କ ନିକଟରୁ ସାହାଯ୍ୟ ମଧ୍ୟ ପାଇପାରନ୍ତି।
ତୁଳା
ତୁଳା
ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଦିନ ଗୋଟାଏ ପରେ ସମାଧାନର ରାସ୍ତା ବାହାରି ପାରିବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ବିଭିନ୍ନ ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ଆକସ୍ମିକ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଧାରକରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ଆଜି ଦିନଟିରେ ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ମଧ୍ୟାହ୍ନରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଲୋଚନା ଅବକାଶରେ କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ।
ମକର
ମକର
ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରି ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ହଠାତ୍‌ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ। ଜମିଜମା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଆଜି ଆତ୍ମୀୟଙ୍କ ସହଯୋଗରେ ସୁବିଧାରେ କାମ ସମ୍ପନ୍ନ ହୋଇଯିବ। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅନ୍ୟମାନଙ୍କର ପ୍ରତିବନ୍ଧକଯୁକ୍ତ କାମ ଆପଣଙ୍କ କୌଣସି କାମକୁ ଅଟକାଇ ପାରିବ ନାହିଁ। ବକେୟା ଆଦାୟରେ ସକ୍ଷମ ହେବେ କିନ୍ତୁ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।
ମୀନମୀନ
ପରିବାରରେ ଅସନ୍ତୁଷ୍ଟ ରହିଥିବା ନିଜର ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ। ହଠାତ୍‌ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। କେତେକ କ୍ଷେତ୍ରରେ ଜିଦ୍‌ଖୋର କାର୍ଯ୍ୟକଳାପ ଯୋଗୁ ହଇରାଣ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?