Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଅର୍ଥ ଓ ସମ୍ମାନ ପାଇବେ। ସତର୍କତା ଅଭାବରୁ ଧନହାନି ସୂଚନା ରହିଛି। ବିଜାତୀୟ ବ୍ୟକ୍ତିର ଶତ୍ରୁତା ହେତୁ କର୍ମକ୍ଷେତ୍ରରେ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ। ଅବଶ୍ୟ ଆଜିର ବ୍ୟବସାୟ କ୍ଷେତ୍ର, କଳା, ସାହିତ୍ୟ, ପ୍ରଶାସନିକ କ୍ଷେତ୍ର, ଗବେଷଣା ଓ ଅନୁସନ୍ଧାନାଦି କାର୍ଯ୍ୟରେ ପ୍ରତିଷ୍ଠାର୍ଜନ କରିବେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗର ଫଳ ପ୍ରଭାବରେ ପରିବାର, କର୍ମକ୍ଷେତ୍ର ଏବଂ ସମାଜରେ କୃତି ଓ କୃତିତ୍ୱ କାରଣରୁ ପ୍ରଶଂସିତ ହେବେ। ଆରଦ୍ରା ନକ୍ଷତ୍ର ପାଇଁ ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲେ ମଧ୍ୟ ଫଳ ମିଳିବ ଓଲଟା, ଯାହାକୁ ନିଜର ଭାବି ଗୋପନୀୟ କଥା କହିବେ, ସେ ହିଁ ଶେଷରେ ଦାଉ ସାଧିବ। ଆର୍ଥିକ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ଦୂରୀଭୂତ ହେବ।
ମିଥୁନ
ମିଥୁନ
ତୃତୀୟସ୍ଥ ବୁଧ ହେତୁ ପାରିବାରିକ ସମସ୍ୟା ହିଁ ଆଜିର ମୁଖ୍ୟ ଦୁଶ୍ଚିନ୍ତାର କାରଣ ହେବ। ଏହା ସଙ୍ଗକୁ ଦେହ ଭଲ ନ ଲାଗିବା କାରଣରୁ ମଧ୍ୟ ନିରୁତ୍ସାହିତ ରହିପାରନ୍ତି। ନିଜ ନିଜର ସ୍ବାର୍ଥସାଧନ ସକାଶେ ବନ୍ଧୁମାନେ ଆପଣଙ୍କ ଉପରୁ ନଜର ହଟାଇବେ। ସରକାରୀ କ୍ଷେତ୍ରରୁ ଆଦେଶ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
କର୍କଟ
କର୍ମାଧିପ ନୀଚସ୍ଥ ହେତୁ ଯାହା କରୁଛନ୍ତି ଭାବିଚିନ୍ତି କରିବା ଭଲ ହେବ ନତୁବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଅଶ୍ଳେଷା ନକ୍ଷତ୍ରର ଆର୍ଥିକ ଅବସ୍ଥା ଭଲ ନ ହେଲେ ମଧ୍ୟ ମନ୍ଦ ହେବ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ।
ସି˚ହ
ସି˚ହ
ରାଶ୍ୟାଧିପଙ୍କ ସୁପ୍ରଭାବରୁ ଯେମିତି ଚିନ୍ତା କରୁଛନ୍ତି, ସେମିତି କରି ଚାଲନ୍ତୁ, କିଛି ଅସୁବିଧା ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବାରୁ ମନୋବଳ ବୃଦ୍ଧିପାଇବ। ଭାଙ୍ଗି ପଡିଥିବା ବନ୍ଧୁ ସମ୍ପର୍କ ଆଜି ଯୋଡି ହୋଇଯିବା ସମ୍ଭାବନା ରହିଛି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦ ସୃଷ୍ଟି କରିପାରନ୍ତି।
କନ୍ୟା
ରାଶିରେ ଦୁର୍ବଳ ଶୁକ୍ର ଅବସ୍ଥାନ କରୁଥିବାରୁ ଭଲ ଚିନ୍ତା କଲେ ମଧ୍ୟ ପରିବେଶ ଓ ପରିସ୍ଥିତି ଭଲ ରହିବ ନାହିଁ। ଲୋଭନୀୟ ପ୍ରତିଶ୍ରୁତି ମାଧ୍ୟମରେ ଯାହାକୁ ନିଜ ସପକ୍ଷରେ ଆଣିବାକୁ ଚାହୁଁଛନ୍ତି, ତାହା ଭଲ ହୋଇ ନ ପାରେ। ସାଂସ୍କୃତିକ, ରାଜନୈତିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ଧନ ହାନି ଘଟିପାରେ।
ତୁଳା
ତୁଳା
ଏକାଦଶସ୍ଥ କର୍ମାଧିପତି ଆପଣଙ୍କ ଆଶା ନିଶ୍ଚିତ ସଫଳତା ଲାଭ କରିବ। କିନ୍ତୁ ବନ୍ଧୁ କିମ୍ବା ସହକର୍ମୀଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ମଙ୍ଗଳଙ୍କ ଦୁର୍ବଳତା ଦାମ୍ପତ୍ୟ ଜୀବନକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନୈରାଶ୍ୟଜନକ ସ୍ଥିତି ଉପୁଜିପାରେ।
ବିଛା
ବିଛା
ବନ୍ଧୁ କିମ୍ବା ଆତ୍ମୀୟ ସ୍ବଜନମାନଙ୍କ ଅନାଦର ଭାବ ଓ ବେଖାତିର କଥାରେ ମନ ଭାରାକ୍ରାନ୍ତ ରହିବ। ଅନୁରାଧା ନକ୍ଷତ୍ର ଅସଜଡା ପରିବାରକୁ ସଜାଡିବା ସକାଶେ ଯଥାସାଧ୍ୟ ଚେଷ୍ଟା କରିପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନସ୍ଥ କରିବେ। ବ୍ୟବସାୟ, ବାଣିଜ୍ୟ, ଏକ ପ୍ରକାରର ଚଳନୀୟ ରହିବ।
ଧନୁ
ଧନୁ
ଆଜି ଦିନ ଭରି କଠୋର ପରିଶ୍ରମଜନିତ ଶାନ୍ତିରେ ସୁନିଦ୍ରା ମଧ୍ୟ ନ ହୋଇପାରେ। କର୍ମାଧିପ ଭାଗ୍ୟସ୍ଥ ଯୋଗୁଁ କୌଣସି ନୂତନ କର୍ମାରମ୍ଭର ପରିକଳ୍ପନା କରିପାରନ୍ତି। ବୃହସ୍ପତିଙ୍କ ଦୁର୍ବଳତା କାରଣରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ହାତକୁ ନେଇଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ମକର
ମକର
ଆଜିର ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାର୍ଯ୍ୟ ପ୍ରଭୃତିରୁ ସନ୍ତୋଷଜନକ ଫଳ ପାଇବେ। ତଥାପି ମଙ୍ଗଳଙ୍କ କୁପ୍ରଭାବରୁ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା ଦ୍ୱିଗୁଣିତ ହୋଇପାରେ। ଦୀର୍ଘ ଦିନର ବକେୟା ଅର୍ଥ ବନ୍ଧୁଙ୍କ ସହାୟତାରେ ଆଜି ପ୍ରାପ୍ତ ହେବ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ହଟିଯିବ।
କୁମ୍ଭ
କୁମ୍ଭ
କେତୁଙ୍କ କୁପ୍ରଭାବରେ ଆଜିର କାମଗୁଡିକ ବହୁତ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ଅନ୍ୟ ମାନଙ୍କ ନିକଟରୁ ସାହାଯ୍ୟ ଆଶା ନିରର୍ଥକ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂରୀଭୂତ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତି ନେବାରେ ସହାୟକ ହେବ। ଶତ୍ରୁମାନେ ମିତ୍ରଭଳି ଆଚରଣ କରିବା ସଙ୍ଗକୁ ଆତ୍ମୀୟମାନେ ପାଖେଇ ଆସିବେ। କୌଣସି ଆନୁଷ୍ଠାନିକ ଉତ୍ସବାରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri