Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୨୪ ତାରିଖ – Daily Horoscope

ମେଷ
ଆଜି ଏକାଦଶ ଚନ୍ଦ୍ର ଯୋଗୁ ଗତକାଲିର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶ୍ରମ ସ୍ବୀକାର କରିବାକୁ ପଡ଼ିପାରେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି ବଢ଼ିବ। ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଲାଭାଧିପ ରାଶିସ୍ଥ ହେତୁ ଅନ୍ୟମାନଙ୍କୁ ସହଜରେ ମନେଇ କାମ ହାସଲ କରିନେବେ। ବ୍ୟବସାୟିକ ସ୍ଥିତି ଭଲ ରହିବ ଏବଂ କୌଣସି ମୂଲ୍ୟବାନ୍‌ ଜନିଷ ଖରିଦ କରିପାରନ୍ତି। ଭଲ ସମ୍ପର୍କ ନ ଥିବା ଲୋକଙ୍କ ପ୍ରରୋଚନାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିପାରେ। ଆଜି ପ୍ରଶାସନ, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
କର୍ମସ୍ଥାନରେ ରାଜଯୋଗ କାରଣରୁ ଆପଣଙ୍କ ଚିନ୍ତାଧାରା ଅନୁଯାୟୀ କାମଗୁଡିକ ଅପରାହ୍ନ ଯାଏ ଠିକ୍‌ ଚାଲିବ। ବନ୍ଧୁଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶଜନିତ କଳହର ସମ୍ମୁଖୀନ ହୋଇପାରନ୍ତି। କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରୁ ସମ୍ମାନ ମିଳିବ। ସଭାସମିତି, ଜମିଜମା ବିବାଦକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ।
କର୍କଟ
କର୍କଟ
ରାଶ୍ୟାଧିପ ଦୁଃସ୍ଥାନରେ ଥିବାରୁ ସମସ୍ୟା ଘନଉଥିବାର ଅନୁଭବ କରିବେ। ଶତ୍ରୁତା କରୁଥିବା ଲୋକ ସାହାଯ୍ୟ ନ କଲେ ମଧ୍ୟ ବିରୋଧ କରିବେ ନାହିଁ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଯାନ୍ତ୍ରିକ ଜିନିଷ, ଜମିଜମା କ୍ରୟବିକ୍ରୟ, ଯାତ୍ରା, ବାଣିଜ୍ୟ ବ୍ୟବସା ପ୍ରଭୃତିରେ ଅସୁବିଧା ରହିବ ନାହିଁ।
ସି˚ହ
ସି˚ହ
ଶୁକ୍ର ଅଷ୍ଟମସ୍ଥ ଯୋଗୁ ବନ୍ଧୁଙ୍କ ଖାପଛଡ଼ା କଥା ଓ ବିବାଦୀୟ ମନ୍ତବ୍ୟ ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ। ବାଣିଜ୍ୟ ଓ ପରିବହନରେ ବାଧା ଉପୁଜିବା କାରଣରୁ କଳହର ସମ୍ଭାବନା ମଧ୍ୟ ରହିଛି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
ରାଶି ପ୍ରତି ପାପଗ୍ରହଙ୍କ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ରହିଲେ ମଧ୍ୟ ସବୁ ସୁବିଧା ପାଇବେ ନାହିଁ। ଅଧୁରା କାମ ଓ ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବାର ଆଶଙ୍କା ରହିଛି। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ପରିବହନ, ବାଣିଜ୍ୟ ଓ ଯାତ୍ରା ପାଇଁ ଅନୁକୂଳତା ପ୍ରାପ୍ତ ହେବ।
ତୁଳା
ତୁଳା
କର୍ମାଧିପତି ଚନ୍ଦ୍ର କୋଣଭାବସ୍ଥ ହେତୁ ନୂଆ ଯୋଜନାକୁ ବାସ୍ତବ ରୂପ ଦେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ନିର୍ମାଣ ଯୋଗାଯୋଗ ଓ ଯାତ୍ରା ପ୍ରଭୃତି ପାଇଁ ଦିନଟି ଭଲ। ଆର୍ଥିକ ସ୍ଥିତି ମନ୍ଦ ହେବନି। ଜମିଜମା ସମସ୍ୟା ନିୟନ୍ତ୍ରଣାଧୀନ ରହିବ।
ବିଛା
ବିଛା
ଶନିଙ୍କ ସ୍ଥିତିଜନିତ ବିବାଦୀୟ ପରିସ୍ଥିତିର ମୁକାବିଲା କରି ସଫଳତା ହାସଲ କରିପାରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ଗ୍ରହମାନଙ୍କ ଅନୁକୂଳ ସମ୍ପର୍କରୁ ଆଇନ ଅଦାଲତର ରାୟ ସପକ୍ଷରେ ଯିବାର ବହୁ ସମ୍ଭାବନା ରହିଛି। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ମଙ୍ଗଳ ଦୃଷ୍ଟିରେ ଚନ୍ଦ୍ର ଯୋଗୁ ମନପସନ୍ଦର କାମକୁ ପ୍ରାଥମିକତା ଦେଇ ନିଜ ଲୋକଙ୍କ ବିରାଗର କାରଣ ହେବେ। ଅଶୁଣା କଥା ଓ ଅଜଣାଲୋକଙ୍କ ଉପରେ ବିଶ୍ୱାସ କରି ହଇରାଣ ହେବେ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ବନ୍ଧୁ ପ୍ରସ୍ତାବରେ ଅଗ୍ରଗତି ଘଟିପାରେ। ନିର୍ମାଣ ତଥା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।
ମକର
ମକର
ବଳହୀନ ଚତୁର୍ଥୋ ସପ୍ତମସ୍ଥ ଯୋଗୁ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ, ବିରକ୍ତିପୂର୍ଣ୍ଣ ବ୍ୟବହାର ସମ୍ବନ୍ଧିତ ସମସ୍ୟାରେ ଚିନ୍ତିତ ରହିବେ। ଶୁଣା କଥାକୁ ସତ୍ୟ ମନେକରି ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ଓ ମନରେ ସନ୍ଦେହଜନିତ ଅଶାନ୍ତଭାବନା ସୃଷ୍ଟି ହେବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବେ ନାହିଁ।
କୁମ୍ଭ
କୁମ୍ଭ
ରାଶିସ୍ଥ ଚନ୍ଦ୍ରଜନିତ ଅଭାବ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିପାରେ। ନିଜର ଅଭିସନ୍ଧିମୂଳକ କଥାରେ ମିତ୍ରମାନେ ମଧ୍ୟ ଆକସ୍ମିକ ଭାବରେ ଶତ୍ରୁ ପାଲଟି ଯିବାର ଆଶଙ୍କା ରହିଛି। ଅବଶ୍ୟ ଆନୁଷ୍ଠାନିକ କ୍ଷେତ୍ରରେ, ରାଜନୈତିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ।
ମୀନମୀନ

ଆଜି ଦ୍ୱାଦଶସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ବାସ୍ତବତାକୁ ପରିହାର କରି କାଳ୍ପନିକତା ମାଧ୍ୟମରେ ଆନନ୍ଦ ଅନୁଭବ କରିପାରନ୍ତି। ସାହିତି୍ୟକ, ସମାଲୋଚକ, ସଙ୍ଗୀତ ପ୍ରେମୀ, ଭାବୁକ ଓ ଗବେଷଣାକାରୀ ଲକ୍ଷ୍ୟସ୍ଥଳରେ ଉପନୀତ ହେବେ। ସକାଳୁ ଖୁସି ଖବରଟିଏ ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?