Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ ସାଂଗଠନିକ ସ୍ଥିତି ସୁଦୃଢ଼ ହେବାର ଆଶା ରହିଛି। ଆମତ୍ୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଗୁରୁଦୃଷ୍ଟ ତୃତୀୟାଧିପ ଯୋଗୁ ଅନ୍ୟମାନଙ୍କୁ ମନେଇ କାମ ହାସଲରେ ସମର୍ଥ ହେବେ। ଆଜି ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ରହିବ ନାହିଁ। ଭଲ ସମ୍ପର୍କ ନ ଥିବା ଲୋକଙ୍କ ପ୍ରରୋଚନାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିପାରେ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
କର୍ମସ୍ଥ ଗ୍ରହଜନିତ ଆପଣଙ୍କ ଚିନ୍ତାଧାରା ଅନୁଯାୟୀ କାମ ଠିକ୍‌ ଠିକ୍‌ ଚାଲିବ। ବନ୍ଧୁଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶଜନିତ କଳହ ଲାଗିପାରେ। କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରୁ ସମ୍ମାନ ମିଳିବା ସହ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ମଧ୍ୟ ପାଇବେ। ସଭାସମିତି, ଜମିଜମା ବିବାଦକୁ ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ।
କର୍କଟ
କର୍କଟ
ଅନୁକୂଳ ଗ୍ରହ ପ୍ରଭାବରେ ଧୀରେ ଧୀରେ ସମସ୍ୟା ଦୂରେଇ ଯାଉଥିବାର ଅନୁଭବ କରିବେ। ପଛରୁ ଶତ୍ରୁତା କରୁଥିବା ଲୋକମାନେ କ୍ରମଶଃ ସାହାଯ୍ୟ ନ କଲେ ମଧ୍ୟ ବିରୋଧ କରିବେ ନାହିଁ। କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସହଯୋଗ ସହ ସୁଖ ସମ୍ମାନ ପାଇ ଖୁସି ହେବେ। ସାମୟିକ ଭାବରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ।
ସି˚ହ
ସି˚ହ
ପାପଗ୍ରହଯୁକ୍ତ ଶୁକ୍ରଜନିତ ସହକର୍ମୀଙ୍କ ସହ ସମ୍ପର୍କ ହ୍ରାସ ପାଉଥିବା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଖାପଛଡ଼ା କଥା ଓ ବିବାଦୀୟ ମନ୍ତବ୍ୟ ଦୁଶ୍ଚିନ୍ତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ସୂଚନା ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଏବଂ ନୂତନ କର୍ମାରମ୍ଭରେ ପ୍ରତିବନ୍ଧକ ଦୂରେଇଯିବ।
କନ୍ୟା
ଲାଭାଧିପତି ଧନସ୍ଥାନରେ ଥିବାରୁ ବନ୍ଧୁଙ୍କ ଆଦର, ବକେୟା ଟଙ୍କା, ସୁସ୍ବାଦୁ ଭୋଜନର ସୁଯୋଗ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ରହିଲେ ମଧ୍ୟ ସବୁ ସୁବିଧା ପାଇବେ ନାହିଁ। କେତେକ ଅଧୁରା କାମ ଓ ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ।
ତୁଳା
ତୁଳା
କର୍ମାଧିପତି ଚନ୍ଦ୍ର ରାଶିସ୍ଥ ଯୋଗୁ ନୂଆ ଯୋଜନାକୁ ବାସ୍ତବ ରୂପ ଦେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ ମାତ୍ର ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ନିର୍ମାଣ ଓ ଯାତ୍ରା ପ୍ରଭୃତି ପାଇଁ ବହୁତ ଭଲ ରହିବ। ଆର୍ଥିକ ସ୍ଥିତି ମନ୍ଦ ହେବନି। ଜମିଜମା ସମ୍ବନ୍ଧୀୟ ସମସ୍ୟା ପ୍ରାୟତଃ ନିୟନ୍ତ୍ରଣାଧୀନ ରହିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣାର ଅଭାବ ହେତୁ କୌଣସି କାମ ଶୃଙ୍ଖଳିତ ନ ହୋଇପାରେ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାତେଇବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ଗ୍ରହମାନଙ୍କ ଅନୁକୂଳତାରୁ ଆଇନ, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଶନିଦୃଷ୍ଟ ରାଶ୍ୟାଧିପ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ମନ ପସନ୍ଦର କାମକୁ ପ୍ରାଥମିକତା ଦେଇ ନିଜ ଲୋକଙ୍କ ବିରାଗର କାରଣ ହେବେ। ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରି ହଇରାଣରେ ପଡ଼ିବେ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ପ୍ରସ୍ତାବରେ ଅଗ୍ରଗତି ଘଟିବା ସୂଚନା ରହିଛି। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ମକର
ଗ୍ରହ ପ୍ରଭାବରୁ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ, ବିରକ୍ତିପୂର୍ଣ୍ଣ ବ୍ୟବହାର ଦ୍ୱାରା ଭର୍ତ୍ସିତ ହୋଇପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣା ଓ ମନରେ ଅଶାନ୍ତ ଭାବନା ସୃଷ୍ଟି ହୋଇପାରେ। ଯାତ୍ରା ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ମିତ୍ରମାନେ ବିରୋଧାମତ୍କ ସ୍ବର ଉତ୍ତୋଳନ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ, ରାଜନୈତିକ ସ୍ତରରେ ପଦମର୍ଯ୍ୟାଦା ବଢ଼ିବା ସହ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ର ହେବେ। ଭ୍ରମଣ କିମ୍ବା ଅନିଦ୍ରାଜନିତ ଶିରପୀଡ଼ାଜନିତ ଅସୁସ୍ଥତା ଦେଖାଦେବ। ଆକସ୍ମିକଭାବରେ ଦୂରସ୍ଥାନକୁ ଯିବାର ସୌଭାଗ୍ୟ ଲାଭ କରିପାରନ୍ତି।
ମୀନମୀନ

ରାଶିରେ ଚତୁଃଗ୍ରହ ରାଜଯୋଗ ସୃଷ୍ଟି କରୁଥିବାରୁ ଲୋକପ୍ରିୟତା ସହ ସାମାଜିକ ସମ୍ମାନ ପାଇବେ। କିନ୍ତୁ ପୂର୍ବଭାଦ୍ରବ ବାସ୍ତବତାକୁ ପରିହାର କରି କାଳ୍ପନିକତା ମାଧ୍ୟମରେ ଆନନ୍ଦ ଅନୁଭବ କରିପାରନ୍ତି। ସାହିତ୍ୟିକ, ସମାଲୋଚକ, ସଙ୍ଗୀତପ୍ରେମୀ, ଭାବୁକ ଓ ଗବେଷଣାକାରୀମାନେ ପ୍ରଶଂସିତ ହେବେ। ସକାଳୁ ସକାଳୁ ଖୁସି ଖବରଟିଏ ପାଇବେ, ଯାହା କି ମନରେ ଉତ୍ସାହ ଭରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri