Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ
ବନ୍ଧୁମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ, କଳାସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରିବାରରେ ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ। କୃତି ଓ କୃତିତ୍ୱ ସକାଶେ ସାମାଜିକ ସମ୍ମାନ ହେତୁ ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସାଙ୍ଗକୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ସହକର୍ମୀଙ୍କ ପରାମର୍ଶ କ୍ରମେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ଆଇନ, ଅଦାଲତ, ଜମିଜମା କ୍ଷେତ୍ରରେ କାର୍ଯ୍ୟ ସାଧିତ ହେବ। ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ
ମିଥୁନ
ଅର୍ଥ ସମ୍ପର୍କିତ ବିବାଦ ବୃଦ୍ଧି ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରେ। ତଥାପି ପୁନର୍ବସୁ ନକ୍ଷତ୍ର ସକାଶେ ପ୍ରତ୍ୟେକ ପରିସ୍ଥିତିରେ ନିଜଲୋକ ଦ୍ୱାରା ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ସନ୍ତାନ ହେତୁକ କୈାଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ପରୋକ୍ଷ ଶତ୍ରୁତା କେତେକ କାମକୁ ସାମୟିକ ଅଟକାଇ ଦେଇପାରେ।
କର୍କଟ
କର୍କଟ
ପରିସ୍ଥିତିର ଅଙ୍କାବଙ୍କା ରାସ୍ତାରେ ଇଚ୍ଛା ନ ଥାଇ ମଧ୍ୟ ଚାଲିବାକୁ ବାଧ୍ୟ ହେବେ। ପାରିବାରିକ ଆବଶ୍ୟକତାକୁ ନେଇ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ପୁନର୍ବସୁ ନକ୍ଷତ୍ର ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉସତ୍ାହିତ ହେବେ। କେତେକଙ୍କ କ୍ଷେତ୍ରରେ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ,ଏଣୁ ସାବଧାନତା ଆବଶ୍ୟକ।
ସି˚ହ
ସି˚ହ
ଆଜି ନିଜର କଥା ଓ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
କନ୍ୟା
ବିକ୍ଷିପ୍ତ ଭାବଧାରାର ଅବ୍ୟବସ୍ଥିତ ମନ ଜୀବନଯାତ୍ରାକୁ ବିଶୃଙ୍ଖଳିତ କରିପାରେ। ସବୁ ପ୍ରକାର ସୁବିଧା ଥିଲେ ମଧ୍ୟ ପାରିବାରିିକ ଜୀବନରେ କିଛିଟା ଅଭାବ ଅନୁଭବ କରିବେ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ପଡୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି।
ତୁଳା
ତୁଳା
ମାନସିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ରକ୍ଷାରେ ସମର୍ଥ ହେବେ। ଶାନ୍ତ ମନରେ ସବୁ କାମକୁ କରିବାର ଧୈର୍ଯ୍ୟ ପୂର୍ଣ୍ଣମାତ୍ରାରେ ରହିବ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ପରିସ୍ଥିତିବଶତଃ କର୍ମକ୍ଷେତ୍ରରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ପ୍ରଗତି, ଉନ୍ନତ ଚିନ୍ତା ଓ କାର୍ଯ୍ୟଧାରାର ଶୃଙ୍ଖଳା ଦିନଟିକୁ ଖୁସିରେ କଟିବାରେ ସାହାଯ୍ୟ କରିବ। ଅନୁରାଧା ନକ୍ଷତ୍ରର ବିଭିନ୍ନ ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିପାରେ। କିନ୍ତୁ ନିଚ୍ଚ ସମ୍ପର୍କକୁ କେନ୍ଦ୍ର କରି ସମାଲୋଚିତ ହୋଇପାରନ୍ତି।
ଧନୁ
ଧନୁ
ଆଜି ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ତଥାପି ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ରାଜନୀତିରେ କିମ୍ବା ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ। ଗଣତନ୍ତ୍ରର ପ୍ରତୀକ ଶନି ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ କରାଇବ। ଜମିଜମା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କ ପରୋକ୍ଷ ଶତ୍ରୁତା ଆପଣଙ୍କ କୈାଣସି କାମକୁ ଅଟକାଇ ପାରିବ ନାହିଁ। ସହକର୍ମୀଙ୍କ ସହାୟତାରେ ବକେୟା ଆଦାୟରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। କଥାରେ ସଂଯମତା, ଅର୍ଥରେ ମିତବ୍ୟୟତା, ଚିନ୍ତାରେ ଶୃଙ୍ଖଳତା ରକ୍ଷାକଲେ ଉପକୃତ ହେବେ।
ମୀନମୀନ
କେତେକ କ୍ଷେତ୍ରରେ କଥାରେ ଓ କାର୍ଯ୍ୟରେ ଜିଦ୍‌ଖୋର ଯୋଗୁ ହଇରାଣ ହୋଇପାରନ୍ତି। ସଭାସମିତି, ଆଲୋଚନା, ସମ୍ପର୍କ ସ୍ଥାପନ ତଥା ବାଣିଜ୍ୟ, ନିର୍ମାଣ, ଶେୟାର ବଜାରରେ ଲାଭବାନ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ। ଜହ୍ନମାମୁ ଭଳି ସମସ୍ତଙ୍କର ଆଦରଣୀୟ ହେବା କାରଣକୁ ନେଇ ଈର୍ଷାପରାୟଣ ବ୍ୟକ୍ତିଙ୍କ ଗାତ୍ରଦାହ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri