Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୨୩ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହ ରାହୁଙ୍କ ସଂଯୋଗରୁ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ଅନୁତାପ କରିବେ। ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ପରିବାର, ଯାନବାହନ, ପରିବହନ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ପରିବାରର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିବ।
ବୃଷ
ବୃଷ
ଆଦୌ ଆଶା କରି ନ ଥିବା କୌଣସି ଖବର ପାଇ ବିସ୍ମିତ ହେବେ। ପାପଗ୍ରସ୍ତ ଚନ୍ଦ୍ରଙ୍କ କୁପ୍ରଭାବରୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ଦିନଟିର ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।
ମିଥୁନ
ମିଥୁନ
ଗୁରୁଯୁକ୍ତ ଶନି ହେତୁ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଗତକାଲିର କଳିତକରାଳ ବିଷୟରେ ପଯର୍‌ୟାଲୋଚନା କରି ଅନ୍ୟମନସ୍କ ରହିବେ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଆରଦ୍ରା ନକ୍ଷତ୍ରର ଦୀର୍ଘଦିନର ଆଶା ଫଳବତୀ ହେବାରେ ଅସୁବିଧା ରହିବ ନାହିଁ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜ ଲୋକଙ୍କ ତରଫରୁ ସହଯୋଗ ପାଇବେନି। କର୍ମକ୍ଷେତ୍ରର ପରିସ୍ଥିତି ବଦଳି ଯିବାରୁ ଏକପ୍ରକାର ଖୁସି ଅନୁଭବ କରିବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହି ଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ।
ସି˚ହ
ସି˚ହ
ଅଟକି ରହିଥିବା କାମଗୁଡ଼ିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରି ସଫଳ ହେବେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟରେ ଋଣମୁକ୍ତ ହେବାର ସୂଚନା ରହିଛି। ସ୍ବନକ୍ଷତ୍ରସ୍ଥ ମଙ୍ଗଳ ହେତୁ କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ।
କନ୍ୟା
ଭାଗ୍ୟସ୍ଥ ରାହୁଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ରାଶିରେ ଧନାଧିପତି ଥିବାରୁ ଆଶା କରୁଥିବା ଦିଗରୁ ସାମାନ୍ୟ କଷ୍ଟରେ ଅର୍ଥ ହାସଲ କରିବେ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ ଏବଂ ବନ୍ଧୁଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବିବା ଠିକ୍‌ ହେବନାହିଁ। ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ବିଛା
ବିଛା
ରବି ରାଶ୍ୟାଧିପତି ଯୁକ୍ତ ହେତୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। ଅନୁରାଧା ନକ୍ଷତ୍ର ଭୁଲ୍‌ ରାସ୍ତାରେ ପାଦଦେଇ ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ କିମ୍ବା ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।
ଧନୁ
ଧନୁ
ଅଷ୍ଟମାଧିପ ଷଷ୍ଠଭାବସ୍ଥ ହେତୁ କଚେରି ମାମଲାର ଟେନ୍ସନ ମାନସିକ ଅଶାନ୍ତି ଦେଇପାରେ। ସଭାସମିତିରେ ଏପରି କିଛି ପ୍ରସ୍ତାବ ଦେବେ, ଯାହା କି ବନ୍ଧୁଙ୍କ ମନକୁ ବେଶ୍‌ ପାଇବ। ପ୍ରକାଶନ, ଏଜେନ୍ସିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଅପରିଚିତ ବ୍ୟକ୍ତି ଚିନ୍ତାର କାରଣ ହୋଇପାରନ୍ତି।
ମକର
ମକର
ଯେତେ ଭଲ କାମ କଲେ ମଧ୍ୟ ମନ ଭାରାକ୍ରାନ୍ତ ରହିବ। ସ୍ବନକ୍ଷତ୍ରସ୍ଥ ଚତୁର୍ଥାଧିପ ହେତୁ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ପାଇବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ। ପାରିବାରିକ ସମସ୍ୟା ଭିତରେ ଛୋଟଜାତିର ବ୍ୟକ୍ତିଙ୍କ ସହ କଳହ, ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ।
କୁମ୍ଭ
କୁମ୍ଭ
ଆଜି ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ପୂର୍ବଭାଦ୍ରବ ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି। ସାହିତ୍ୟ, ସାମ୍ବାଦିତା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତି ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ମୀନମୀନ
ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି। ଉତ୍ତରଭାଦ୍ରବ ନକ୍ଷତ୍ର ଦୀର୍ଘଦିନରୁ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri