Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୩ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ରାଜନୀତି, ସଭାସମିତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ କ୍ଷେତ୍ରରେ ପୂର୍ବରୁ ଥିବା ସମସ୍ୟା ନେଇ ଚିନ୍ତା କରିପାରନ୍ତି।
ବୃଷ
ବୃଷ
ଆଜି ସମ୍ପର୍କରେ ବୈରମନୋଭାବ, ଜମିଜମା କାରବାରରେ କଳହର ସମ୍ମୁଖୀନ ହେବେ। ବିଶେଷ ଭ୍ରମଣ ଓ ମସଲାଯୁକ୍ତ ଖାଦ୍ୟ ହୁଏତ ସ୍ବାସ୍ଥ୍ୟହାନିର କାରଣ ହେବା ସାଙ୍ଗକୁ କାର୍ଯ୍ୟ ସାଧନ ସକାଶେ ତତ୍ପରତା ବଢ଼ିପାରେ। କଚେରି ମାମଲାରେ ଆଶାଜନକ ଫଳ ପାଇବେ। ମାଦକଦ୍ରବ୍ୟ ସେବନ, ନୀଚସଙ୍ଗରୁ ଅସୁବିଧାର ସମ୍ମୁଖୀନ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ କୌଣସି କାମ ଅଟକିବ ନାହିଁ ଏବଂ ଆଶା କରୁଥିବା ଦିଗରୁ ଅର୍ଥଲାଭ ହେବ। ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ କିନ୍ତୁ ଲକ୍ଷ୍ୟ ଅବଶ୍ୟ ପୂରଣ ହେବ। ରାଜନୀତି, କଳା ସାହିତ୍ୟ, ଆନୁଷ୍ଠାନିକ କାମ ତଥା ସାଂଗଠନିକ କ୍ଷେତ୍ରରେ ଆଗେଇଯିବେ। ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ପ୍ରଶଂସିତ ମଧ୍ୟ ହେବେ।
କର୍କଟ
କର୍କଟ
ଆଜି କୌଣସି ଶୁଭ ଖବର ପାଇ ମନ ସକାଳୁ ସକାଳୁ ଖୁସି ହୋଇଯିବ। ଭୋଗବିଳାସ, କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍‌ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ମିଥ୍ୟା ଅଭିଯୋଗ ଲାଗି ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। କୌଣସି ନୂତନ କାର୍ଯ୍ୟାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅଫିସ୍‌ରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବିବାଦୀୟ ଘଟଣାରେ ବିଜୟଲାଭ ଅବଶ୍ୟମ୍ଭାବୀ।
କନ୍ୟା
ପରିବାରରେ ଭୁଲ୍‌ ନିଷ୍ପତ୍ତି ନେଇ ପରେ ଅନୁତାପ କରିବାକୁ ପଡ଼ିପାରେ। ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବାରେ ହେଳା କରିବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିବାଦର ସମାଧାନ ହୋଇଯିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ଦେଖି ବିଭିନ୍ନ ପ୍ରକାର କଥା ଶୁଣିବାକୁ ପଡ଼ିପାରେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ। କଠିନ ଶ୍ରମଜନିତ ସ୍ବାସ୍ଥ୍ୟହାନି କାରଣରୁ କାମ ପାଇଁ ନିରୁତ୍ସାହତା ଦେଖାଦେବ। ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହୋଇପାରନ୍ତି।
ବିଛା
ବିଛା
ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ଼ ଟାଣିପାରନ୍ତି। ପରିବାରରେ ବିରୋଧାଭାସ କାରଣରୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବନାହିଁ। ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ଅବଶ୍ୟ ପାଇବେ। ଅଧିକାଂଶ ସମୟ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ କଟାଇବେ।
ଧନୁ
ଧନୁ
ଆଜି ଆଶା କରୁଥିବା ଦିଗରୁ ଅର୍ଥ ଓ ଆବଶ୍ୟକ ସହଯୋଗ ଆଶା ଭଣ୍ଡୁର ହୋଇଯାଇପାରେ। କର୍ମକ୍ଷେତ୍ର, ପ୍ରତିଦ୍ୱନ୍ଦ୍ୱିତାରେ ମନର ବଳ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିପାରନ୍ତି। କେତେକ ବ୍ୟକ୍ତିଗତ କାରଣରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ମାଲିମକଦ୍ଦମାରେ ଖର୍ଚ୍ଚାନ୍ତ ସାଙ୍ଗକୁ ମନସ୍ତାପ କରିବାକୁ ପଡ଼ିବ।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତିରୁ ଖୁସି ରହିବେ। କେତେକ ମନଗଢ଼ା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲାଭଳି କାମ କରିବେ। ବିବାଦୀୟ କଥା ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଆପଣ ପ୍ରତ୍ୟେକ ଦିଗରୁ ଅସୁବିଧା ଭିତର ଦେଇ କାମ ହାସଲ କରିବେ। ଏପରିକି ଅତି ଭଲ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ବୃଥା ଚିନ୍ତାକରି ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ତଥାପି ଶିଳ୍ପ, ବାଣିଜ୍ୟ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ହାସଲ କରିବେ।
ମୀନମୀନ

 ଆଜି ଅଧିକାଂଶ ସମୟ ବନ୍ଧୁମେଳରେ କଟାଇବାର ସୌଭାଗ୍ୟ ଲାଭ କରିବେ, ଯଦ୍ଦ୍ବାରା କି ମନରେ ସରସତା ଭରିଯିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବନାହିଁ। ଆକସ୍ମିକ ଭାବେ ଦୂରଯାତ୍ରାଜନିତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ସାଂଗଠନିକ କ୍ଷେତ୍ରରେ ଭାବୁଥିବା କାମଟିକୁ ଶେଷ କରିପାରିବେନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?