Posted inRasifala

ରାଶିଫଳ: ଗୁରୁବାର, ମେ ୨୩ ତାରିଖ – Daily Horoscope

ମେଷ
ଆପଣଙ୍କ କଥା ଓ କାମ ସହ ସୁଚିନ୍ତିତ ନିଷ୍ପତ୍ତି ବିଭିନ୍ନ ସ୍ତରରେ ପ୍ରଶଂସିତ ହେବ। ଶୁକ୍ରଙ୍କ ପ୍ରଭାବରୁ ପରିବାର, ପରିବହନ ଏବଂ ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ସୁଫଳ ପାଇବେ। ବିଗତ ଦିନର ସମସ୍ୟା ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ଦ୍ୱାରା ସହଯୋଗ, ସୁଖ ସମ୍ମାନ ପାଇପାରନ୍ତି।
ବୃଷ
ବୃଷ
ରାଶିରେ ରବି ଓ ଶୁକ୍ରଙ୍କ ସ୍ଥିତିରୁ ଯେଉଁ କାମରେ ହାତଦେଲେ ସଫଳତା ନିଶ୍ଚିତ। ଜନ ସମର୍ଥନ ମିଳିବ, ପଦାଧିକାରୀଙ୍କ ଅନୁକମ୍ପା ସହ ସ୍ଥଗିତ କାମର ପୁନରୁଦ୍ଧାର ମନକୁ ଖୁସି ରଖିବ। କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ। ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମକୁ ଚାପି ରଖିବାକୁ ପଡ଼ିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ। ଆଜିର ଯାତ୍ରା ସମୟରେ ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ପରିବାରରେ କଳିତକରାଳ ବିଷୟରେ ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। ପୁନର୍ବସୁର ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ।
କର୍କଟ
କର୍କଟ
ନୀଚସ୍ଥ ଚନ୍ଦ୍ର ମିତ୍ରକ୍ଷେତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ ଏବଂ ବିଳାସବ୍ୟସନ ପ୍ରତି ଆକର୍ଷିତ ହୋଇପାରନ୍ତି। କାର୍ଯ୍ୟ ସାଧନରେ ନିଜ ଲୋକ ପୂର୍ଣ୍ଣ ସହଯୋଗ କରିବେ। କର୍ମକ୍ଷେତ୍ରର ପରିସ୍ଥିତି ବଦଳି ଯିବାରୁ ଏକପ୍ରକାର ଖୁସି ଅନୁଭବ କରିବେ। ଲେଖାପଢ଼ା, ଚୁକ୍ତିପତ୍ର, ସଭାସମିତି, ସଂଗଠନ କ୍ଷେତ୍ରରେ ସୁଫଳ ପାଇବେ।
ସି˚ହ
ସି˚ହ
ଭଲ ସମ୍ପର୍କ ରଖିଥିବା କୌଣସି ବନ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ଓ କାର୍ଯ୍ୟ ଚିନ୍ତାଜନକ ସ୍ଥିତି ଆଣିପାରେ। ଅଟକି ରହିଥିବା କାମ ଆଜି ହିଁ ଶେଷ କରିବାକୁ ମନସ୍ଥ କରି ସଫଳତା ପାଇବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଋଣମୁକ୍ତ ହେବାର ସୂଚନା ରହିଛି। କୌଣସି ଗୃହ, ଜମିଜମା ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ।
କନ୍ୟା
ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ଓ ସହାନୁଭୂତି ଲାଭକରି କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଚିନ୍ତା ବଢ଼ାଇବ। ଲାଭାଧିପତିଙ୍କ ପ୍ରଭାବରେ ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଧନସ୍ଥ ଚନ୍ଦ୍ର ହେତୁ କୌଣସି ପ୍ରକାରର ଅଭାବ ଓ ଅସୁବିଧା ଅନୁଭବ ନ କରି ଦିନଟି ଅତିବାହିତ ହେବ। ପରିବାରର ସ୍ବାସ୍ଥ୍ୟ ସମସ୍ୟା ଓ ବାରମ୍ବାର ସ୍ଥାନ ପରିବର୍ତ୍ତନ ଟେନ୍‌ସନ୍‌ର କାରଣ ହୋଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ।
ବିଛା
ବିଛା
କାମ ଯଥା ସମୟରେ ସମ୍ପନ୍ନ ହେବାର ଲକ୍ଷ୍ୟକରି ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ। ମାତ୍ର ଅନୁରାଧା ନକ୍ଷତ୍ରର ଟେନ୍‌ସନ ଲାଗି ରହିବାରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁଙ୍କ ପ୍ରେରଣାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ।
ଧନୁ
ଧନୁ
ରାଶ୍ୟାଧିପତିଙ୍କ ରାଶିକୁ ଦୃଷ୍ଟିଜନିତ ସମସ୍ୟାମୁକ୍ତ ପାରିବାରିକ ଜୀବନ କେତେକାଂଶରେ ପ୍ରୀତିପ୍ରଦ ରହିବ। ଆବଶ୍ୟକତାନୁଯାୟୀ ମୂଲ୍ୟବାନ୍‌ ଜିନିଷ କିଣି ଆତ୍ମତୃପ୍ତି ଲଭିବେ। କଚେରି ମାମଲାର ଟେନ୍‌ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ଅଶାନ୍ତିର କାରଣ ହେବ। ପ୍ରକାଶନ,ଏଜେନ୍ସିପ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଆପଣଙ୍କ କଥାକୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ମାନିନେବା କାରଣରୁ ଆଶଙ୍କା ଦୂରୀଭୂତ ହୋଇଯିବ। ମାତ୍ର ଧନିଷ୍ଠାର ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ବାହାର କରିବେ। ପାରିବାରିକ ସମସ୍ୟା ଏବଂ ଛୋଟଜାତିର ବ୍ୟକ୍ତିଙ୍କ ସହ କଳହଜନିତ ବ୍ୟସ୍ତତା ବଢ଼ିବ।
କୁମ୍ଭ
କୁମ୍ଭ
ଅର୍ଥନୈତିକ ପ୍ରଗତି ଏବଂ ସାହାଯ୍ୟକାରୀ ମନୋବୃତ୍ତିକୁ ବନ୍ଧୁମାନେ ଭୂରି ଭୂରି ପ୍ରଶଂସା କରିବେ। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ଲାଭ କରିପାରନ୍ତି। ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମରେ କରିବାକୁ ନିଷ୍ପତ୍ତି ନେବେ। ଆର୍ଥିକ ସ୍ଥିତି ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ମୀନମୀନ

ପ୍ରତ୍ୟେକ ଦିଗ ଶୃଙ୍ଖଳିତ ରହିବା ସହ ରୁଚିବର୍ଦ୍ଧକ ହେବା କାରଣରୁ ମନ ପ୍ରଫୁଲ୍ଲିତ ରହିବ। ପରିବାର କଥା ନେଇ ବନ୍ଧୁଙ୍କ ସହ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି। ଧନଭାବସ୍ଥ ଗୁରୁ ହେତୁ ପରିବହନ, ବ୍ୟବସାୟ ଏବଂ ବାଣିଜ୍ୟ, ନିର୍ମାଣ, ମାଲିମକଦ୍ଦମା ପ୍ରଭୃତି କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍‌ ୧୬ ତାରିଖ – Daily Horoscope

ମେଷ ଆଜି କର୍ମାଧିପତି ଚନ୍ଦ୍ରଙ୍କ ସହ ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ଋଣ ପରିଶୋଧ ଏବଂ ପାରିବାରିକ...

ରାଶିଫଳ: ଶନିବାର , ଜୁନ୍‌ ୧୫ ତାରିଖ – Daily Horoscope

ମେଷ ଆଜି ବୁଧ କ୍ଷେତ୍ରରେ ଚନ୍ଦ୍ର ଯୁକ୍ତ କେତୁ ରହିଥିବାରୁ ମାନସିକ ଅସୁସ୍ଥତା ସାଙ୍ଗକୁ ବନ୍ଧୁଙ୍କ ସହ ମତାନ୍ତର ପରିଲକ୍ଷିତ ହେବ। ପାଇବାକୁ ଥିବା ଜିନିଷ,...

ରାଶିଫଳ: ଶୁକ୍ରବାର , ଜୁନ୍‌ ୧୪ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଚନ୍ଦ୍ର ଥିବାରୁ କାର୍ଯ୍ୟସିଦ୍ଧି ହେଲେ ମଧ୍ୟ ଟେନ୍‌ସନ ଲାଗିରହିବ। ପାରିବାରିକ ସମସ୍ୟା ସମାଧାନ, ଲୋକସମ୍ପର୍କ ବୃଦ୍ଧି, ସାମାଜିକ...

ରାଶିଫଳ: ଗୁରୁବାର, ଜୁନ୍‌ ୧୩ ତାରିଖ – Daily Horoscope

ମେଷ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ କଟିବା ସହ ବିଳାସବ୍ୟସନ ପ୍ରତି ରୁଚି ବଳିବ। ସନ୍ତାନଙ୍କ ଶିକ୍ଷା, ଦୂରଯାତ୍ରା ତଥା ପ୍ରିୟଜନଙ୍କ ସକାଶେ ଔଷଧ କ୍ରୟଜନିତ...

ରାଶିଫଳ: ବୁଧବାର, ଜୁନ୍‌ ୧୨ ତାରିଖ – Daily Horoscope

ମେଷ ଆଜି ଅଟକିଥିବା କାମ ଯୁଦ୍ଧକାଳୀନଭିତ୍ତିରେ କରିବାକୁ ବନ୍ଧୁଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ ହେବେ। ବାଣିଜ୍ୟ, ପରିବହନରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ...

ରାଶିଫଳ: ମଙ୍ଗଳବାର , ଜୁନ୍‌ ୧୧ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସୁସ୍ଥ ମାନସିକତା, ପାରିବାରିକ ଶାନ୍ତି , ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ଆନୁଷ୍ଠାନିକ କାମ, ଧାର୍ମିକ ଅନୁଷ୍ଠାନ ପ୍ରତି...

ରାଶିଫଳ: ସୋମବାର, ଜୁନ୍‌ ୧୦ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ସ୍ବଚ୍ଛଳତା ଓ ବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଅନ୍ୟମାନଙ୍କ...

ରାଶିଫଳ: ରବିବାର, ଜୁନ୍‌ ୯ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟିଜନିତ ଆନୁଷ୍ଠାନିକ କାମ, ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ। ମୁଖ୍ୟ ଭାବରେ ଏକାଧିକ ଗ୍ରହ ଯୋଗୁ ସାଧାରଣ କଥାରେ ମତାନ୍ତରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri