Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ
ଆପଣ କଳାନୁରାଗୀ, ସଙ୍ଗୀତପ୍ରିୟ, ସାହିତ୍ୟରସିକ ଓ ଚଳଚ୍ଚିତ୍ରପ୍ରେମୀ ଭାବରେ ପ୍ରଶଂସିତ ହୋଇପାରନ୍ତି। ମଙ୍ଗଳଙ୍କ କୁପ୍ରଭାବରୁ ଦେହ ଖରାପ ରହିପାରେ। ଅଶ୍ୱିନୀ ନକ୍ଷତ୍ରର କାମ ଯଥା ସମୟରେ ହେଉ ନ ଥିବାରୁ ବିରକ୍ତ ହେବେ। ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ ବଡ଼ କଷ୍ଟରେ ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହେବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚ କରି ଅନୁତାପ କରିବେ। ଜାଣି ମଧ୍ୟ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହୋଇପାରନ୍ତି। ଯାହା କିଣିବା ପାଇଁ ମନ ବଳାଇଛନ୍ତି, ଆଜି ମନକୁ ନ ପାଇବାରୁ ଫେରିଆସିବେ। ସ୍ବାସ୍ଥ୍ୟ ସମସ୍ୟା କାରଣରୁ ବନ୍ଧୁମିଳନରେ ଭାଗ ନେଇପାରିବେ ନାହିଁ ।
ମିଥୁନ
ମିଥୁନ
ଷଷ୍ଠାଧିପତି ରାଶିରେ ଅବସ୍ଥାନ କରି ଆପଣଙ୍କ ପାରିବାରିକ ସୁଖ, ସ୍ବାଚ୍ଛନ୍ଦ୍ୟକୁ ବିନଷ୍ଟ କରିପାରନ୍ତି। ଭୁଲ୍‌ବୁଝାମଣାରୁ ବନ୍ଧୁଙ୍କ ସହ ବିନା କାରଣରେ କଳହ ଲାଗିପାରେ। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଆରର୍ଦ୍ରା ନକ୍ଷତ୍ର ପରିବାରର ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରି ଅସଫଳ ହୋଇପାରନ୍ତି।
କର୍କଟ
କର୍କଟ
କେତେକ କ୍ଷେତ୍ରରେ ଯିଏ ଯାହା କହିଲେ ମଧ୍ୟ ତାହାକୁ ଭିନ୍ନ ଅର୍ଥରେ ଗ୍ରହଣ କରିବେ। ଖଳଲୋକମାନେ ଅପପ୍ରଚାର କରିପାରନ୍ତି ତେଣେ ନିଜଲୋକଙ୍କଠାରୁ ମଧ୍ୟ ଆସ୍ଥାହରାଇବେ। ପୁନର୍ବସୁ ନକ୍ଷତ୍ର ବନ୍ଧୁବାନ୍ଧବଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି। ଖୋଜୁଥିବା ଜିନିଷଟିର ସନ୍ଧାନ ସନ୍ଧ୍ୟା ସମୟରେ ପାଇବାର ସୂଚନା ରହିଛି।
ସି˚ହ
ସି˚ହ
ଦୁଃସ୍ଥାନରେ ଏକାଧିକ ଗ୍ରହଥିବା କାରଣରୁ ଧନାହାନି ସୂଚନା ରହିଛି। ସଭାସମିତିରେ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ରର ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ।
କନ୍ୟା
ଆଜି ଚିତ୍ରା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ। ପାତର ଅନ୍ତର ନୀତିକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡି ହେବ ନାହିଁ। ଟେନସନ୍‌ କିଛି ମାତ୍ରାରେ ଲାଗିରହିବ କିନ୍ତୁ ଯାହା ଚିନ୍ତା କରୁଛନ୍ତି ଅବଶ୍ୟ ସଫଳ ହେବ। ହଠାତ୍‌ କୌଣସି କ୍ଷେତ୍ରରେ ଅଯଥା ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ।
ତୁଳା
ତୁଳା
ବିଶାଖା ନକ୍ଷତ୍ରର ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଖୁସିରେ ଅତିବାହିତ ହେବାର ସୂଚନା ରହିଛି। କୌଣସି ମନଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାକୁ ବାଧ୍ୟ ହେବେ। ସଭାସମିତି, ଶିକ୍ଷା, ପରୀକ୍ଷା, ବିଦେଶ ଯାତ୍ରା ପ୍ରଭୃତି ସାଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇ ପାରନ୍ତି। ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ, ଆଇନ ଅଦାଲତରୁ ସୁଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ ସାମୟିକ ଚିନ୍ତିତ ରହିପାରନ୍ତି।
ଧନୁ
ଧନୁ
ନିକଟସ୍ଥ ବନ୍ଧୁଙ୍କୁ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଯେକୌଣସି କ୍ଷେତ୍ର ହେଉନା କାହିଁକି, ଆପଣ କିଛି କରନ୍ତୁ, ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ। ଆଜି ଉତ୍ତରାଷାଢ଼ା ନକ୍ଷତ୍ର ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବାର ସମ୍ଭାବନା ରହିଛି।
ମକର
ମକର
କିଛି ନ ବୁଝି ନ ଶୁଝି କୌଣସି ବିବାଦ ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ। ଯଦି କହିବେ ତେବେ ଅଶାନ୍ତିକୁ ଆପଣେଇ ନେବା ଭଳି ହିଁ ପରିଣାମ ହୋଇପାରେ। ଧନିଷ୍ଠା ନକ୍ଷତ୍ର ରାସ୍ଥାରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବାରେ ପଛେଇ ଯିବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଶତଭିଷା ନକ୍ଷତ୍ର ଅଧ୍ୟୟନ ଓ ଆଧ୍ୟାତ୍ମିକତାରେ ଏକାଗ୍ରତା ଆଣିପାରିବେ। ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ, କଳା, ସଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହୋଇପାରନ୍ତି ।
ମୀନମୀନ

ରେବତୀ ନକ୍ଷତ୍ର ବିଭିନ୍ନ କାମ ହାତକୁ ନେଇ କଳ୍ପନା ରାଇଜରେ ଘୂରିବୁଲିବେ। କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଓ ପାରିବାରିକ ସମସ୍ୟା ସମାଧାନ ଘଟିବ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଯୋଜନା କାର୍ଯ୍ୟକାରୀ କରିବା ସକାଶେ ଚିନ୍ତା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri