Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ
ଆଜି କଳାନୁରାଗୀ, ସଂଗୀତ ପ୍ରିୟତା, ଚଳଚ୍ଚିତ୍ରପ୍ରେମୀ ଭାବରେ ସମୟ ଅତିବାହିତ କରିବେ। ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି । ଏଣେ କାମଗୁଡ଼ିକ ଯଥା ସମୟରେ ହେଉ ନ ଥିବାରୁ ମନ ବିରକ୍ତ ରହିବ। ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ ବଡ଼ କଷ୍ଟରେ ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହେବେ।
ବୃଷ
ବୃଷ
ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚ କରି ଅନୁତାପ କରିବେ। କେତେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇପାରନ୍ତି। ଯାହା କିଣିବା ପାଇଁ ମନ ବଳାଇଛନ୍ତି, ଆଜି ମନ ନ ପାଇବା କାରଣରୁ ଫେରି ଆସିବାକୁ ପଡ଼ିବ। ରାଜନୀତି, ପ୍ରଶାସନ କ୍ଷେତ୍ରରେ ଫାଇଲ କାମ ବଢ଼ିଯିବ।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣାର ବଶବର୍ତ୍ତୀ ହୋଇ ବନ୍ଧୁଙ୍କ ସହ ବିନା କାରଣରେ କଳହ ଲାଗିପାରେ । କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରି ଅସଫଳ ହେବେ। କର୍ମ କ୍ଷେତ୍ରରେ କହିଥିବା କଥାଟିକୁ ଅନ୍ୟମାନେ ବଡ଼ ଆକାରରେ କଦର୍ଥ କରି ଚିନ୍ତା କରିବେ।
କର୍କଟ
କର୍କଟ
କେତେକ କ୍ଷେତ୍ରରେ ଯିଏ ଯାହା କହିଲେ ମଧ୍ୟ ତାହାକୁ ଭିନ୍ନ ଅର୍ଥରେ ଗ୍ରହଣ କରିବେ। ଖଳଲୋକମାନେ ଅପପ୍ରଚାର କରିପାରନ୍ତି ତେଣେ ନିଜଲୋକଙ୍କଠାରୁ ମଧ୍ୟ ଆସ୍ଥାହରାଇ ବସିବେ। ବନ୍ଧୁ ବାନ୍ଧବଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଖୋଜୁଥିବା ଜିନିଷଟିର ସନ୍ଧାନ ସନ୍ଧ୍ୟା ସମୟରେ ପାଇବେ।
ସି˚ହ
ସି˚ହ
ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ। ପରିସ୍ଥିତିରେ ପଡ଼ି ବହୁତ୍‌ଗୁଡ଼ିଏ ଟଙ୍କା ଖର୍ଚ୍ଚକରିବେ।
କନ୍ୟା
ଆଜି ପ୍ରତିଦ୍ୱନ୍ଦ୍ୱିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ। ବିବାଦରେ ମନସ୍ତାପ କରିବା ବ୍ୟତୀତ ଲାଭ କିଛି ହେବନି। ପାତର ଅନ୍ତର ନୀତିକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ି ହେବ ନାହିଁ । ଆୟ ଅପେକ୍ଷା ବ୍ୟୟ ଅଧିକ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଦିନଟି ସାମଗ୍ରିିକ ଦୃଷ୍ଟିକୋଣରୁ ଖୁସୀରେ ଅତିବାହିତ ହେବ। କୌଣସି ମନ ଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ। ଫାଇଲ୍‌ କାମରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। । ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ।
ବିଛା
ବିଛା
ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇବେ।
ଧନୁ
ଧନୁ
ନିକଟସ୍ଥ ବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଆଜି ଅପରାହ୍ନରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବାର ସମ୍ଭାବନା ରହିଛି। ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତିି।
ମକର
ମକର
କିଛି ନ ବୁଝି ନ ଶୁଝି କୌଣସି ବିବାଦ ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ । ଯଦି କହିବେ ତେବେ ଅଶାନ୍ତିକୁ ଆପଣେଇ ନେବା ଭଳି ହିଁ ପରିଣାମ ହୋଇପାରେ। ରାସ୍ତାରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବାରେ ପଛେଇ ଯିବେ ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ମଉଜିଆ କଥା କହି ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ। ଅଧ୍ୟୟନ ଓ ଆଧ୍ୟାତ୍ମିକତାରେ ଏକାଗ୍ରତା ଆଣିପାରିବେ। ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ,କଳା,ସଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
ମୀନମୀନ
ବିଭିନ୍ନ କାମ ହାତକୁ ନେଇ କଳ୍ପନାରାଇଜରେ ଘୂରି ବୁଲିବେ। କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଅର୍ଥ ଲାଭ, ଶାରିରୀକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ଯୋଜନା କାଯର୍‌ୟକାରୀ କରିବା ସକାଶେ ଚିନ୍ତା କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri