Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୨୩ ତାରିଖ – Daily Horoscope

ମେଷ
ଆଜି ବୈଷୟିକ ସୁଖ, ସମୃଦ୍ଧି ମଧ୍ୟରେ ଆନନ୍ଦ ଅନୁଭବ କରିବେ। ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ଘରକୁ ସଜାଡ଼ିବାରେ ବହୁତ ସମୟ ନେଇପାରନ୍ତି। ଧାର କରଜ କରି ଆଜିର ଆବଶ୍ୟକତାକୁ ଚଳାଇ ନେବେ।
ବୃଷ
ବୃଷ
ଆପଣଙ୍କ ସକାଶେ ଦିନଟି କେତେକ ଦିଗରୁ ଭଲ ରହିବ। ଆଗକୁ ଆସୁଥିବା ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ଏକ ନିର୍ଦ୍ଦିଷ୍ଟ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ପରିସ୍ଥିତି ବଶତଃ ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଇଚ୍ଛା ନ ଥିଲେ ସୁଦ୍ଧା ହଠାତ୍‌ ଦୂରକୁ ଯାଇ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କୁ ମନକଥା କହି ପାରିବେ ନାହିଁ। ଆର୍ଥିକ ଅନଟନ ଲାଗିରହିବା କାରଣରୁ ବିଚଳିତବୋଧ କରିପାରନ୍ତି।
କର୍କଟ
କର୍କଟ
ଗୋଳମାଳିଆ ପରିସ୍ଥିତିର ସମ୍ମୁଖୀନ ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ। ନିଜ ପରିସରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରେ କିଛି ସମସ୍ୟା ଦେଖାଦେବ।
ସି˚ହ
ସି˚ହ
କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ସମସ୍ୟା ସୁଧାରିବା ସକାଶେ ନିଜକୁ କିଛି କରିବାକୁ ପଡ଼ିବ।
କନ୍ୟା
କର୍ମକ୍ଷେତ୍ରରେ ସନ୍ଦେହାତ୍ମକ ବାତାବରଣ ମଧ୍ୟରେ ଅଣନିଃଶ୍ୱାସୀ ହେବାକୁ ପଡ଼ିପାରେ। ଅପୂରଣୀୟ ଆଶା ଓ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ବକେୟା ଅର୍ଥ ଆଦାୟ କରିବାରେ ଆଜି ହିଁ ସକ୍ଷମ ହେବେ।
ତୁଳା
ତୁଳା
ପରିସ୍ଥିତି ଅନୁକୂଳ ନ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦୋଦୁଲ୍ୟମାନ ଅବସ୍ଥାରେ ରହିବାକୁ ବାଧ୍ୟ ହେବେ। ଏହିଭଳି କେତେକ କଥା ଆସିପାରେ, ଯାହାକି ପଣା ବୋଲି ପିଇ ପାରିବେ ନାହିଁ କିମ୍ବା ପାଣି ବୋଲି ଫିଙ୍ଗି ପାରୁ ନ ଥିବେ। ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।
ବିଛା
ବିଛା
ପରିବାରରେ ଭୁଲ୍‌ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡ଼ିବାକୁ ଯାଇ ଅସ୍ଥିରତା ଲାଗିରହିବ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ବ୍ୟୟରୁ ବିଚଳିତ ହେବେ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କଥା କହି ନ ପାରେ। ଆନୁଷ୍ଠାନିକ ଛୋଟ ଛୋଟ କାମରେ ସମାଲୋଚିତ ହେବେ।
ଧନୁ
ଧନୁ
କୌଣସି ଅସୁବିଧା ନ ଥିଲେ ମଧ୍ୟ ଅଯଥାରେ ଏଣୁ ତେଣୁ ଗୁଡ଼ାଏ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ। ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବାଧ୍ୟ ବାଧକତାରେ ନାହିଁ କରି ନ ପାରି ଦୂରଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତିରୁ ମନ ଖୁସି ରହିବ।
ମକର
ମକର
ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହୋଇଯିବ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ଟିକିଏ ଟିକିଏ କଥାରେ ରାଗିଗଲେ ସମସ୍ୟା ଆସିପାରେ। ଆତ୍ମୀୟମାନେ ପୂର୍ଣ୍ଣ ସହଯୋଗ ପ୍ରଦାନ କରି ଆପଣଙ୍କ କାମକୁ ସୁଗମ କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ ଯଥା ସମୟରେ ସବୁ କିଛି ଠିକ୍‌ ହୋଇଯିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଆକସ୍ମିକଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
ମୀନମୀନ
ସମସ୍ୟାକୁ ପ୍ରତିହତ କରି ଆଗକୁ ବଢିବା ସକାଶେ ପଦକ୍ଷେପ ନେବେ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ସତର୍କରେ ଚଳିଲେ ମ ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?