Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ
ଆଜି ମାନସିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ଆଲୋଚନାରେ, ଜମିଜମା କାରବାରରେ, ହୋଟେଲଶିଳ୍ପ,ରେଷ୍ଟୁରାଣ୍ଟ ଆଦି ବ୍ୟବସାୟରେ ଶୁଭଫଳ ପାଇବେ। ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁଣ୍ଣ ରହିବ। ଆଇନ ଅଦାଲତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ବୃଷ
ବୃଷ
ଅପ୍ରିୟ ସତ୍ୟ କହି ପ୍ରତ୍ୟେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହେବେ। କୌଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଲେଖାପଢ଼ାରେ,ସନ୍ତାନ ସନ୍ତତିରେ,ସଭାସମିତିରେ ଧୀରମନ୍ଥର ଗତିରେ କାମ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥଲାଭରୁ ମନ ଖୁସି ହୋଇଯିବ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟଧରି ରହିପାରିଲେ କାମ ଶୃଙ୍ଖଳିତ ସମ୍ପନ୍ନ ହୋଇପାରିବ। ବନ୍ଧୁଙ୍କ ପରାମର୍ଶରେ ନୂତନ ଭାବେ କୌଣସି କାମ ଆରମ୍ଭ କରି ଏକ ପ୍ରକାର ଆମତ୍ତୃପ୍ତି ଲାଭ କରିବେ। ସମସ୍ୟା ସମ୍ପର୍କରେ ସମାଧାନ ସକାଶେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କ୍ରୀଡ଼ା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ।
କର୍କଟ
କର୍କଟ
ନୂତନ ଭାବେ କୌଣସି ମୂଲ୍ୟବାନ ଜିନିଷ କିଣାବିକାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପରିବହନରେ ସମସ୍ୟା ରହିବ,କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ଆପଣ ଅନ୍ୟମାନଙ୍କ ଟେକାଟେକି କଥାରେ ଉତ୍‌ଫୁଲ୍ଲିତ ହୋଇ କାମକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧା ଆଶାନୁରୂପ ପାଇ ଖୁସୀ ହେବେ। ଆଜି ଦିନଟିରେ ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବନାହିଁ। ଆର୍ଥିକ ସ୍ଥିତି ସୁଧୁରିଯିବାର ଆଶାକରି କେତେକାଂଶରେ ଆନନ୍ଦିତ ହୋଇପାରନ୍ତି।
କନ୍ୟା
ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ହିଁ ସମସ୍ୟାକୁ ବଢ଼ାଇ ଦେବ। ହିତୈଷୀ ତଥା ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ଆପଣ ପାଟି ଖୋଲିଲେ ସହାୟତା କରିବେ। ପାରିପାର୍ଶ୍ୱିକ ଓ ପାରିବାରିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
ତୁଳା
ତୁଳା
ଅତୀତ ଘଟଣାକୁ ବାରମ୍ବାର ଚିନ୍ତାକରି ମନ ବିଭ୍ରାନ୍ତ ରହିବ। ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଯାତ୍ରା ସମୟରେ ଅନ୍ୟମନସ୍କତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ସାହିତ୍ୟ,ସାମ୍ବାଦିକତା, ପ୍ରଶାସନ, ରାଜନୀତି,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ହେତୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ କାମ ହାସଲ କରବାକୁ ପଡିବ। ଅନ୍ୟମାନଙ୍କ କଥାକୁ ସତ ମନେକରି ପଦାଧିକାରୀ କ୍ରୋଧ ପ୍ରକାଶ କରିପାରନ୍ତି। ନୂତନ କାର୍ଯ୍ୟାରମ୍ଭରେ ପ୍ରତିବନ୍ଧକ ଯୋଗୁ ବିଶେଷ ଅଗ୍ରଗତି ହୋଇ ପାରିବ ନାହିଁ। ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡିପାରେ।
ମକର
ମକର
ବନ୍ଧୁ ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସାଧାରଣ କଥାରେ ତର୍କବିତର୍କ ଜନିତ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇ ପାରନ୍ତି। ଶୁଭେଚ୍ଛୁମାନଙ୍କ ସାନ୍ନିଧ୍ୟ ଲାଭକରି ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହଯୋଗରୁ ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅନ୍ୟର ଖଳବୁଦ୍ଧିରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ବିଶେଷ ଭାବରେ ଆଜିଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।
ମୀନମୀନ
ଆଜି ଆକସ୍ମିକ ଭାବରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ପଡ଼ୋଶୀମାନେ ନିଅଁାରେ ଘିଅ ଢାଳିଲା ଭଳି କଥା କହି ପରିସ୍ଥିତିକୁ ବଢାଇ ଦେଇପାରନ୍ତି। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ,ଫଳରେ କାମ ପ୍ରତି ସ୍ପୃହା ରହିବ ନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri